ବୋରିଗୁମ୍ମା ବ୍ଲକରେ ଲକ୍ଷ ଲକ୍ଷ ଟଙ୍କା ହଡପ : ଉଚ୍ଚ ସ୍ତରିୟ ତଦନ୍ତ ଦାବିରେ ଉପ ଜିଲାପାଳଙ୍କ ଦ୍ଵାରସ୍ଥ ହେଲେ ହିତାଧିକାରୀ
ଜୟପୁର, ୯ ଜାନୁଆରୀ (ହି.ସ.)- କୋରାପୁଟ ଜିଲା ଜୟପୁର ଉପଖଣ୍ଡର ବୋରିଗୁମ୍ମା ବ୍ଲକ ବୋଡ଼ିଗାଁ ପଞ୍ଚାୟତରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ମନରେଗା) ଟଙ୍କା ଆତ୍ମସାତ ହୋଇଛି । ଏନେଇ ଆଜି ହିତାଧିକାରୀ ମାନେ ଜୟପୁର ଉପ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇ ଦାବିପତ୍ର ପ୍ରଦାନ କରିଛନ
ବୋରିଗୁମ୍ମା  ବ୍ଲକରେ ଲକ୍ଷ  ଲକ୍ଷ ଟଙ୍କା ହଡପ  ଉଚ୍ଚ ସ୍ତରିୟ ତଦନ୍ତ ଦାବିରେ ଉପ ଜିଲାପାଳ ଙ୍କ ଦ୍ୱାରସ୍ଥ ହେଲେ ହିତାଧିକାରି


ଜୟପୁର, ୯ ଜାନୁଆରୀ (ହି.ସ.)- କୋରାପୁଟ ଜିଲା ଜୟପୁର ଉପଖଣ୍ଡର ବୋରିଗୁମ୍ମା ବ୍ଲକ ବୋଡ଼ିଗାଁ ପଞ୍ଚାୟତରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ମନରେଗା) ଟଙ୍କା ଆତ୍ମସାତ ହୋଇଛି । ଏନେଇ ଆଜି ହିତାଧିକାରୀ ମାନେ ଜୟପୁର ଉପ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇ ଦାବିପତ୍ର ପ୍ରଦାନ କରିଛନ୍ତି । ସମାଜସେବି ବି ହରିରାଓଙ୍କ ନେତୃତ୍ଵରେ ଶତାଧିକ ହିତାଧିକାରୀ ଉପସ୍ଥିତ ଥିଲେ। ବ୍ଲକର ପ୍ରଶାସନିକ ଅଧିକାରି ମାନେ ମିଶି ଚକ୍ରାନ୍ତ କରି ସରକାରଙ୍କ ଠାରୁ ମିଳିଥିବା ଏନଆରଇଜିଏସ ଟଙ୍କା ହଡପ କରିଛନ୍ତି। ଏପରିକି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ଥିବା ହିତାଧିକାରୀ ମାନଙ୍କ ଟଙ୍କା ହଡପ ହୋଇଥିବା ଅଭିଯୋଗ କରିଛନ୍ତି । ଗ୍ରାମର ୨୫୦ ହିତାଧିକାରୀଙ୍କ ପ୍ରତ୍ୟେକ ହିତାଧିକାରୀଙ୍କ ୨୪ ହଜାର ଟଙ୍କା ହିସାବରେ ୬୦ ଲକ୍ଷ ଟଙ୍କା ହଡପ ହୋଇଥିବା ଉଲ୍ଲେଖ କରାଯାଇଛି । ଶ୍ରମିକଙ୍କ ଲକ୍ଷ ଲକ୍ଷ ମଜୁରୀ ଟଙ୍କାଙ୍କୁ ମିଳିମିଶି ଚଳୁ କରିଥିବା ଅଭିଯୋଗ ଆଣିଲେ ହିତାଧିକାରୀ । ହଡପକାରୀଙ୍କ ବିରୋଧରେ ବୋରିଗୁମ୍ମା ବିଡ଼ିଓଙ୍କ ପାଖରେ ଫେରଦ ପରେ ବି ସିଂହପୁର ଥାନାରେ ମଧ୍ୟ ଏତଲା ଦିଆଯାଇଛି । ପରେ ଆଜି ଜୟପୁର ଉପ ଜିଲାପାଳ ଙ୍କ ଦ୍ୱାରସ୍ଥ ହୋଇ ଦାବି ପତ୍ର ପ୍ରଦାନ କରିଛନ୍ତି ।

ଶ୍ରମିକ ମଜୁରୀ ଟଙ୍କା ହଡପର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି ହିତାଧିକାରୀ । ବୋରିଗୁମ୍ମା ବ୍ଲକର ବୋଡ଼ିଗାଁ ପଞ୍ଚାୟତର ବୋଡ଼ିଗାଁ, ସେମଳା, ମାଣ୍ଡିଆବନ୍ଧ, ଗୁରୁମାଇଗୁଡ଼ା ଗାଁର ଗରିବ ଲୋକଙ୍କୁ ଆବାସ ଯୋଜନାରେ ସାମିଲ କରିଥିଲେ ସରକାର । ଆବାସ ଯୋଜନାରେ ୨୦୨୩-୨୪ ଓ ୨୪ - ୨୫ ଆର୍ôଥକ ବର୍ଷରେ ସାମିଲ ହୋଇଥିଲେ ପାଖାପାଖି ୨୫୦ ପରିବାର । ଆବାସ ଯୋଜନାରେ ନିଜେ ଶ୍ରମ ଦାନ କରି ଘର କାମ କରିଥିବା ଲୋକଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବା ବଦଳେ ଅନ୍ୟ ଆକାଉଣ୍ଟ୍ କୁ ପଠାଯାଇଛି । ପ୍ରକୃତ ଶ୍ରମିକଙ୍କ ଟଙ୍କା ଅନ୍ୟ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ୍ କୁ ପଠାଇ ପରବର୍ତ୍ତି ସମୟରେ ତାହାକୁ ଉଠାଇ ପଞ୍ଚାୟତର ଅଧିକାରୀ ମାନେ ମିଳିମିଶି ଚଳୁ କରି ଦେଇଥିବା ଅଭିଯୋଗ କରି ଛନ୍ତି ହିତାଧିକାରୀ । ସରପଞ୍ଚ, ପିଇଓ, ଡିଈଓ ଓ ଜିଓ ଟେକର ମିଶି ଆବାସ ଯୋଜନା ପାଇଁ ଆସିଥିବା ମନେରେଗା ଟଙ୍କା ଆତ୍ମସାତ କରିଥିବା କହିଛନ୍ତି ହିତାଧିକାରୀ । ଆବାସ ପାଇବା ପରେ ଘର ଖଣ୍ଡିଏ ପାଇଁ ବହୁ ଦୁଃଖ କଷ୍ଟରେ ଧାର ଉଦ୍ଧାର କରି ଘର ତିଆରି କରିଥିଲେ ଥିଲେ ହିତାଧିକାରୀ । କିନ୍ତୁ ଶେଷ ବେଳକୁ ସରକାର ଦେଉଥିବା ମନରେଗା ଟଙ୍କା ଆତ୍ମଗସାତ ହୋଇ ମିଳିପାରିଲା ନାହିଁ । କେଉଁ ହିତାଧିକାରୀଙ୍କ ଆବାସ ଅଧା ଗଢା ହୋଇ ରହିଛି ତ କାହାର କବାଟ ଝରକା ଲାଗି ପାରି ନାହିଁ । କିଏ ବାଉଁଶ ତାଟି ଦେଇ କବାଟ ଝରକା ବନ୍ଦ କରୁଛି ତ କିଏ ଅଧା ପଲସ୍ତରା କରି ଥକି ପଡ଼ିଥିବା କହିଥିବା ବେଳେ ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଆବାସ ପାଇଥିବା ହିତାଧିକାରୀ । ହିତାଧିକାରୀଙ୍କ ଟଙ୍କା ଆତ୍ମସାତ ଅଭିଯୋଗ ପରେ ବୋଡ଼ିଗାଁ ପଂଚାୟତର ପିଇଓ କିମ୍ବା ଡିଇଓଙ୍କୁ ହିତାଧିକାରି ପଚାରିଲେ କିଛି ଜାଣିନଥିବା କହୁଛନ୍ତି । ତେଣୁ ତୁରନ୍ତ ତଦନ୍ତ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି l

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande