
Odisha, 09 ଜାନୁଆରି (ହି.ସ.)
କ୍ଲଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ
ନୂଆପଡ଼ା,୯ ଜାନୁଆରୀ (ହି.ସ.) ଦ୍ୱିଦିବସୀୟ କ୍ଲଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ନୂଆପଡ଼ା ଜିଲ୍ଲା ଖଡିଆଳ ସ୍ଥିତ ମାଣିକ୍ୟ ଦେବୀ କ୍ଲଷ୍ଟର ସିଆରସିସି ଅରୁଣ କୁମାର ନାଗଙ୍କ ସଭାପତିତ୍ବରେ ଖଡ଼ିଆଳ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାଣିକ୍ୟ ଦେବୀ ଠାରେ ଆଜି ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ କର୍ମଶାଳାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ କାହୁଁ ଚରଣ ନାଏକଙ୍କ ସହ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟଦେବ ପଣ୍ଡା ଓ ଅମୂଲ୍ୟ କୁମାର ଦାସ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ। ସାଧନ କର୍ମୀ ଭାବରେ ସସ୍ମିତା ପଣ୍ଡାଙ୍କ ସହ ସିଆରସିସି ଶିଲୁ ମହାନନ୍ଦ ଓ ବନ ବିହାରୀ ବାଗ ଉପସ୍ଥିତ ଥିଲେ। ଜୟନ୍ତୀ ମଣି ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅତିଥି ଗଣ ଶିକ୍ଷଣ ସାମଗ୍ରୀର ଗୁରୁତ୍ଵ ଓ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତେକ୍ଷ ଭାବରେ ଶିକ୍ଷା ଗ୍ରହଣ କରିବାରେ ସହାୟତା ଯୋଗାଇ ଥାଏ ବୋଲି କହିଥିଲେ ଓ ଶ୍ରେଣୀ ଗୃହରେ ଏହାର ବ୍ଯବହାର କରାଇବାକୁ ସମସ୍ତଙ୍କୁ ପରାମର୍ଶ କରିଥିଲେ। ସମସ୍ତ ବିଦ୍ୟାଳୟ ରୁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କରି ପ୍ରାୟ ୫୦ ରୁ ଉର୍ଦ୍ଧ୍ବ ସାମଗ୍ରୀ ପ୍ରଦର୍ଶନ କରିଥିଲେ। ସି ଆର ସି ସି ଅରୁଣ କୁମାର ନାଗ ଧନ୍ୟବାଦ୍ ଅର୍ପଣ କରିଥିଲେ। ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ଓ ସ୍ଥାନୀୟ ବିଦ୍ୟାଳୟର ସମସ୍ତ ଶିକ୍ଷିକା ଅନ୍ୟାନ୍ୟ ସବୁ କାର୍ଯ୍ୟରେ ସହଯୋଗ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ହେମନ୍ତ