ଦଳାଙ୍ଗ ସେବା ସମବାୟ ସମିତି ପକ୍ଷରୁ ଧାନ କିଣା ମଣ୍ଡି ଉଦଘାଟିତ
ଭଦ୍ରକ, ୯ ଜାନୁଆରୀ (ହି.ସ.) - ଏହି ଜିଲାର ଧାମନଗର ସେବା ସମବାୟ ସମିତି ଅଧିନସ୍ତ ଦଳାଙ୍ଗ ସେବା ସମବାୟ ସମିତି ପକ୍ଷରୁ ଚଳିତ ବର୍ଷର ଖରିଫ ଧାନ କିଣା ପ୍ରକ୍ରିୟା ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଯାଇଛି।ଶୁକ୍ରବାର ଦିନ ସମିତି ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସଭାପତି ସଞ୍ଜୟ ମହାପାତ୍ର
DALANGA SAMABAYA SAMITI DHANA MANDI


ଭଦ୍ରକ, ୯ ଜାନୁଆରୀ (ହି.ସ.) - ଏହି ଜିଲାର ଧାମନଗର ସେବା ସମବାୟ ସମିତି ଅଧିନସ୍ତ ଦଳାଙ୍ଗ ସେବା ସମବାୟ ସମିତି ପକ୍ଷରୁ ଚଳିତ ବର୍ଷର ଖରିଫ ଧାନ କିଣା ପ୍ରକ୍ରିୟା ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଯାଇଛି।ଶୁକ୍ରବାର ଦିନ ସମିତି ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସଭାପତି ସଞ୍ଜୟ ମହାପାତ୍ର ପୂଜାପାଠ କରି ମଣ୍ଡିକୁ ଉଦ୍‌ଘାଟନ କରିଥିଲେ।ସମିତିର ସମ୍ପାଦିକା ସ୍ୱାଗତିକା ରାଉତ ଉପସ୍ଥିତ ଅତିଥି ଓ ଚାଷୀମାନଙ୍କୁ ସ୍ୱାଗତ କରିବା ସହ ସମସ୍ତ ପ୍ରକ୍ରିୟା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଧାନ ବିକ୍ରି କରିବାକୁ ଆସିଥିବା ଚାଷୀମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ଏବଂ ସରକାରଙ୍କ ନୀତି ନିୟମ ଅନୁଯାୟୀ ସଠିକ୍ ମୂଲ୍ୟ ପାଇପାରିବେ, ସେ ନେଇ ବୈଠକରେ ଗୁରୁତ୍ୱାରୋପ କରାଯାଇ ଥିଲା।ଏହି କାର୍ଯ୍ୟକ୍ରମରେ ଅତିଥି ଓ ଚାଷୀ ଭାବେ ବହୁ ବିଶିଷ୍ଟ ବ୍ୟକ୍ତି ପୂର୍ବତନ ସଭାପତି କ୍ଷେତ୍ରବାସୀ ରାଉତ ଓ ଅନାମ ହାତୀ, ପୂର୍ବତନ ସମିତି ସଭ୍ୟ ବିରଜା ରାଉତ ଓ ଶ୍ରୀକାନ୍ତ ପଣ୍ଡା। ଚାଷୀ ପ୍ରତିନିଧି ଏବଂ ବୋର୍ଡ଼ ସଭ୍ୟ ଭାବେ ହରେକୃଷ୍ଣ ପ୍ରଧାନ, ଦେବେନ୍ଦ୍ର ରାଉତ, ବିବେକାନନ୍ଦ ରାଉତ, ଶରତ ପଣ୍ଡା, ବିଶ୍ୱଜିତ ପଣ୍ଡା, କେଦାର ଦାସ, ମୁରଲୀ ସେଠୀ, ସୁବାସ ଲେଙ୍କା, ନିତ୍ୟାନନ୍ଦ ରାଉତ, ଭାସ୍କର ରାଉତ ଓ ପ୍ରଭାତ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ। ସମିତିର କର୍ମଚାରୀ ଭାଗିରଥି ବଳ, ସନ୍ତୋଷ ପାତ୍ର ଓ କାହ୍ନୁ ବେହେରା ପ୍ରମୁଖ କାର୍ଯ୍ୟକ୍ରମଟିକୁ ସୁଚାରୁରୂପେ ପରିଚାଳନା କରିଥିଲେ। ଚାଷୀମାନଙ୍କ ସୁବିଧା ପାଇଁ ମଣ୍ଡିରେ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଥିବାରୁ ସ୍ଥାନୀୟ ଚାଷୀକୁଳ ସନ୍ତୋଷ ବ୍ୟକ୍ତ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande