ଗାୟତ୍ରୀ ଦେବୀ ହେଲେ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷା
ଜୟପୁର, ୦୯ ଜାନୁଆରି (ହି.ସ.) - ଜୟପୁର ସହରର ବେଶ ଜଣାଶୁଣା ଆଇନଜୀବୀ ବି. ଗାୟତ୍ରୀ ଦେବୀ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ଭାବେ ମନୋନିତ ହୋଇଛନ୍ତି। ଗତ ୨୦୧୮ ମସିହା ଠାରୁ ୨୦୨୧ ମସିହା ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ଥିବା ବେଳେ ପୁଣିଥରେ ତାଙ୍କୁ ଅଧ୍ୟକ୍ଷା ଭାବେ ମନୋନିତ ହୋଇଛନ୍ତି। ୨୦୨୨ ର
ଗାୟତ୍ରୀ ଦେବୀ ହେଲେ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷା


ଜୟପୁର, ୦୯ ଜାନୁଆରି (ହି.ସ.) - ଜୟପୁର ସହରର ବେଶ ଜଣାଶୁଣା ଆଇନଜୀବୀ ବି. ଗାୟତ୍ରୀ ଦେବୀ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ଭାବେ ମନୋନିତ ହୋଇଛନ୍ତି। ଗତ ୨୦୧୮ ମସିହା ଠାରୁ ୨୦୨୧ ମସିହା ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ଥିବା ବେଳେ ପୁଣିଥରେ ତାଙ୍କୁ ଅଧ୍ୟକ୍ଷା ଭାବେ ମନୋନିତ ହୋଇଛନ୍ତି। ୨୦୨୨ ରୁ ୨୦୨୫ ପର୍ଯ୍ୟନ୍ତ ସେ ପକ୍ସୋ କୋର୍ଟର ସ୍ୱତନ୍ତ୍ର ପିପି ଭାବେ କାର୍ଯ୍ୟ ତୁଲାଇ ଆସୁଥିଲେ। ବର୍ତମାନ ୨୦୨୬ ମସିହାରେ ପୁନର୍ବାର ତାଙ୍କୁ ଚୟନ କରାଯାଇଥିବାରୁ ସେ ନିଜକୁ ଧନ୍ୟ ମନେକରିଛନ୍ତି। ଅନ୍ୟ ସଦସ୍ୟ ଓ ସଦସ୍ୟା ମାନଙ୍କ ମଧ୍ୟରେ ସୁରେଶ ହୋତା,ସୁସ୍ମିତା ରଥ, ସୁରେନ୍ଦ୍ର କରନ ଓ ଶିବାନୀ ପାତ୍ର ମନୋନିତ ହୋଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande