ହୀରାକୁଦରେ ବିଦେଶୀ ପକ୍ଷୀଙ୍କ ଜମିଲାଣି ଭିଡ଼
ହୀରାକୁଦରେ ବିଦେଶୀ ପକ୍ଷୀଙ୍କ ଜମିଲାଣି ଭିଡ଼
ହୀରାକୁଦରେ ବିଦେଶୀ ପକ୍ଷୀଙ୍କ ଜମିଲାଣି ଭିଡ଼


ହୀରାକୁଦରେ ବିଦେଶୀ ପକ୍ଷୀଙ୍କ ଜମିଲାଣି ଭିଡ଼


ହୀରାକୁଦରେ ବିଦେଶୀ ପକ୍ଷୀଙ୍କ ଜମିଲାଣି ଭିଡ଼


ହୀରାକୁଦରେ ବିଦେଶୀ ପକ୍ଷୀଙ୍କ ଜମିଲାଣି ଭିଡ଼


ସମ୍ବଲପୁର, ୦୯, ଜାନୁଆରୀ (ହି.ସ.) ହୀରାକୁଦ ଜଳଭଣ୍ଡାର ହ୍ରଦର ୧୭୫୦ ବର୍ଗ କିଲୋମିଟର ଅଞ୍ଚଳରେ ଚଳିତ ବର୍ଷ ଶୀତ ଋତୁରେ ଆସିଥିବା ଦେଶ ବିଦେଶର ପକ୍ଷୀ ମାନଙ୍କ ଗଣନା ଆସନ୍ତା ୧୮ ତାରିଖ ଦିନ କରାଯିବ ‌। ଏଥିପାଇଁ ହୀରାକୁଦ ବନ୍ୟପ୍ରାଣୀ ଡ଼ିଭିଜନ ପକ୍ଷରୁ ପ୍ରସ୍ତୁତି ଚୁଡ଼ାନ୍ତ ରହିଛି । ଜଳଭଣ୍ଡାର ଓ ଆଖପାଖରେ ଥିବା ଜଳାଶୟ ସହିତ ଜଙ୍ଗଲକୁ ନେଇ ପକ୍ଷୀଗଣନା ସକାଶେ ୨୧ ଟି ସେକ୍ସନ କରାଯାଇଛି । ଏଥିରେ ୩୨ ଜଣ ପକ୍ଷୀ ବିଶେଷଜ୍ଞ ଏବଂ ୩୮ ଜଣ କ୍ଷେତ୍ରସ୍ଥଳର ଅଧିକାରୀ ଏବଂ କର୍ମଚାରୀ ସାମିଲ ହେବେ ବୋଲି ଡ଼ିଭିଜନର ଡ଼ିଏଫଓ ଅଂଶୁପ୍ରଜ୍ଞା ଦାସ କହିଛନ୍ତି ।ଏବେ ପକ୍ଷୀମାନଙ୍କ କଳରବରେ ହୀରାକୁଦ ହ୍ରଦ ମୁଖରିତ ହେଉଛି । ଏହି ହ୍ରଦକୁ ନଭେମ୍ବର ମାସରୁ ହଜାର ହଜାର କିଲୋମିଟର ଆକାଶ ପଥ ଅତିକ୍ରମ କରି ପକ୍ଷୀ ମାନେ ଆସିଥାନ୍ତି । ମାର୍ଚ୍ଚ ପ୍ରାଥମାଦ୍ଧ ସୁଦ୍ଧା ଏମାନେ ସ୍ୱଦେଶ ପ୍ରତ୍ୟାବର୍ଜନ କରନ୍ତି । ବନ୍ୟପ୍ରାଣୀ ଡ଼ିଭିଜନ ପକ୍ଷରୁ ଏହି ପକ୍ଷୀ ମାନଙ୍କ ପାଇଁ ସୁରକ୍ଷା ପାଇଁ ବନ୍ଦୋବସ୍ଥା ସହିତ ସଚେତନ‌ତା ସକାଶେ ପକ୍ଷୀ ଗ୍ରାମ ଭଳି ପଦକ୍ଷେପ ନିଆଯାଇଛି । ଏହି ହୀରାକୁଦ ହ୍ରଦରେ ଭାରତର ଇଗ୍ରେଟସ, ହେରନ୍ତି, କର୍ମୋମୋରା, ଲାଫଷ୍ଟିଙ୍ଗ ପ୍ରଭୃତି ପ୍ରଜାତିର ପକ୍ଷୀ ଆସନ୍ତି । ଶୀତ ଋତୁରେ ଆସୁଥିବା ପରିବ୍ରାଜକ ପକ୍ଷୀଙ୍କ ମଧ୍ୟରେ ଋଷ, ସାଇରବେରିଆ, କେନ୍ଦ୍ରିୟ ଏସିଆର ପିଣ୍ଟଲ, ସୋଭଲର, ଟିଲ, ପୋଚାର୍ଡ, ମଙ୍ଗୋଲିଆ, ତିବେଟ ଏବଂ କେନ୍ଦ୍ରିୟ ଏସିଆର ବାର ହେଡେଡ ଗୁସ, ୟୁରୋପ ଓ ଋଷର ଗଡ ୱିଥ, ସେଣ୍ଡ ପାଇପର୍ସ ଓ ସ୍ନାଇପ ଏବଂ ୟୁରୋପ ଓ କେନ୍ଦ୍ରିଅ ଏସିଆ ଦେଶ ସମୁହରୁ ବ୍ରାଉନ ହେଡେଡ ଗଲ, ୱିଷ୍କର୍ଡ ଟର୍ଣ୍ଣ ପ୍ରଭୃତି ପ୍ରଜାତିର ପକ୍ଷୀ ରହିଛନ୍ତି । ଗତବର୍ଷ ପକ୍ଷୀଗଣନା ସମୟରେ ରେକର୍ଡ ୧୨୨ ପ୍ରଜାତିର ୩ ଲକ୍ଷ ୭୭ହଜାର ୭୩୨ ଦେଶ ବିଦେଶର ପକ୍ଷୀ ହୀରାକୁଦ ଆସିଥିଲେ। ୨୦୨୪ ମସିହାରେ ୧୧୩ ପ୍ରଜାତିର ୩ ଲକ୍ଷ ୪୨ ହଜାର ୩୪୫ ଏବଂ ୨୦୨୩ରେ ୧୦୯ ପ୍ରଜାତିର ୩ ଲକ୍ଷ ୧୬ ହଜାର ୫୭୫ ବିଦେଶୀ ପକ୍ଷୀ ଆସିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande