


ବଲାଙ୍ଗିର, 09 ଜାନୁଆରି (ହି.ସ.)ଆଜି ସକାଳୁ ଶାନ୍ତି ପଡ଼ାର ୫ ଦିନ ତଳେ ନିଖୋଜ ହୋଇଥିବା ପ୍ରବୀଣ ମହାଲିଙ୍ଗ ଓରଫ ମୋଟୁ ର ମୃତ ଦେହକୁ ପୋଲିସ ପଥର ଚେପା ପୋଖରୀ ରେ ଭାସମାନ ଉଦ୍ଧାର କରିଚି। ଯୁବକ ଜଣକ ଶାନ୍ତି ପଡ଼ା ରେ ରହୁଥିବା ବେଲେ ସେ ମାଛ ଚାଷ କରୁଥିଲେ ସେହି ପୋଖରୀ କୁ ଚାଷ ପାଈଁ ନେଇଥିଲେ। ମୃତକ ର ପତ୍ନୀ ଏହି ଘଟଣା ପରେ ତାଙ୍କ ସ୍ଵାମୀ ଙ୍କୁ ହତ୍ୟା କରି ପାଣିରେ ଭସାଇ ଦିଆଯାଇଥିବା କହି ସଦର ପୋଲିସ ରେ ଘଟ ୫ ତାରିଖ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ହୋଇ ଥିଲେ ଗୋଟିଏ ଜିବନ ଜାଇ ନଥାନ୍ତାବୋଲି ତାଙ୍କ ପତ୍ନୀ କହିଚନ୍ତି।
ବଲାଙ୍ଗିର ଶାନ୍ତିପଡ଼ାର ଜଣେ ଯୁବକ ନିଖୋଜ୍ ଥିବା ନେଇ ତାଙ୍କ ପରିବାର ଲୋକେ ପୋଲିସଦ ରେ ଅଭିଯୋଗ କରି ଥିଲେ । ନିଖୋଜ୍ ଯୁବକ ଜଣକ ପ୍ରବୀଣ ମହାଲିଙ୍ଗ ଓରଫ୍ ମୁଟୁ (୫୨) । ପରିବାର ବର୍ଗଙ୍କ ସୂଚନା ଅନୁସାରେ ୫ ଦିନ ତଳେ ସଂଧ୍ୟା ସମୟରୁ ମୁଟୁ ନିଖୋଜ୍ ହୋଇ ଯାଇ ଥିଲେ। ତାଙ୍କୁ ଖୋଜାଖୋଜି କରି ନିରାଶ ହେବାପରେ ସେମାନେ ଶେଷରେ ବଲାଙ୍ଗିର ସଦର ଥାନାରେ ଏ ସଂପର୍କରେ ଅଭିଯୋଗ ଦାଖଲ କରିଥିବା । ସବୁଠାରୁ ରହସ୍ୟଜନକ ବିଷୟ ହେଉଛି, ପଥରଚେପା ନିକଟରେ ମୁଟୁଙ୍କ ବାଇକ୍ ଠାବ କରାଯାଇଥିବା ବେଳେ ତାଙ୍କ ମୋବାଇଲ୍ ଫୋନ୍ ଗାଡ଼ିରେ ରହିଥିବା ଦେଖିବାକୁ ମିଳି ଥିଲା । କିନ୍ତୁ ମୁଟୁ ଙ୍କ ଖୋଜ୍ ଖବର୍ ମିଳି ପାରି ନ ଥିଲା । ଆଜିଏହି ମୃତ ଦେହ ମିଳିବା ପରେ ଶାନ୍ତି ପଡ଼ା ରେ ଉତ୍ତେଜନା ପ୍ରକାଶ ପାଇଛି। ତାଙ୍କୁ ଅତ୍ୟାଚାର କରିହତ୍ୟା କଲାପରେ ପାଣିରେ ଭସାଇ ଥିବା ଅଭିଯୋଗ ହୋଇଛି।
ଏହି ଘଟଣା ପରେ ଲୋକେ ରାଜରାସ୍ତାକୁ ଅବରୋଧ କରି ହତ୍ୟାକାରୀ କୂ ଗିରଫ କରିବା ସହିତ ଅଭିଯୋଗର ତ୍ତ୍ୱରିତ୍ କାର୍ଯ୍ୟାନୁଷ୍ଠାନ ହୋଇ ଥିଲେ ତାର ଜୀବନ ଜାଇ ନଥାନ୍ତା ବୋଲି
ଲୋକେ ପୋଲିସ କୁ ଦାୟୀ କରିଚନ୍ତି।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ