ମାହେଶ୍ୱରୀ ର ସେବା ରେ ନୁଆ ଜୀବନ ପାଇଲେ ବୃଦ୍ଧା
ବଲାଙ୍ଗିର, 09 ଜାନୁଆରି (ହି.ସ.)- ବଲାଙ୍ଗିର ଜିଲ୍ଲା ତୁଳସୀନଗର ଅଂଚଳରୁ ଉଦ୍ଧାର ହୋଇଥିବା ଅସହାୟ ବୃଦ୍ଧା ମହିଳା ସୁମତି ବିଶି ଙ୍କୁ ସଫଳ ଭାବେ ବୟୋଜେଷ୍ଠ ନାଗରିକ ଆବାସ ରେ ସ୍ଥାନାନ୍ତର କରାଯାଇଛି । ବୃଦ୍ଧା ମହିଳାଙ୍କୁ ପୂର୍ବରୁ ମାହେଶ୍ୱରୀ ସଂଗଠନର ଦ୍ୱାରା ଉଦ୍ଧ୍ୱାର କରାଯାଇ ଭୀମ ଭୋଇ ମେଡିକାଲ
ମାହେଶ୍ୱରୀ ର ସେବା ରେ ନୁଆ ଜୀବନ ପାଇଲେ ବୃଦ୍ଧା


ବଲାଙ୍ଗିର, 09 ଜାନୁଆରି (ହି.ସ.)- ବଲାଙ୍ଗିର ଜିଲ୍ଲା ତୁଳସୀନଗର ଅଂଚଳରୁ ଉଦ୍ଧାର ହୋଇଥିବା ଅସହାୟ ବୃଦ୍ଧା ମହିଳା ସୁମତି ବିଶି ଙ୍କୁ ସଫଳ ଭାବେ ବୟୋଜେଷ୍ଠ ନାଗରିକ ଆବାସ ରେ ସ୍ଥାନାନ୍ତର କରାଯାଇଛି । ବୃଦ୍ଧା ମହିଳାଙ୍କୁ ପୂର୍ବରୁ ମାହେଶ୍ୱରୀ ସଂଗଠନର ଦ୍ୱାରା ଉଦ୍ଧ୍ୱାର କରାଯାଇ ଭୀମ ଭୋଇ ମେଡିକାଲ ଏବଂ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଥିଲା । ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଥିବାରୁ ହସ୍ପିଟାଲରୁ ଛଡା ଦିଆଯାଇଛି । ତାଙ୍କର ପୁଅର ଦେହାନ୍ତା ହୋଇଥିବାରୁ ବୃଦ୍ଧା ମହିଳାଙ୍କ ପାଖରେ କୌଣସି ପାରିବାରିକ ସହାୟତା ନ ଥିଲା । ଏହି ମାନବିକ ପରିସ୍ଥିତି କୁ ଦୃଷ୍ଟିରେ ରଖି ବଲାଙ୍ଗିର ଜିଲ୍ଲା ସାମାଜି ସୁରକ୍ଷା ଅଧିକାରୀ ମଦନ ହୋତାଙ୍କ ସହଯୋଗରେ ବୃଦ୍ଧା ମହିଳାଙ୍କୁ ସାଲେପାଲି ସ୍ଥିତ ଗ୍ରାମ ମଙ୍ଗଳ ପାଠାଗାର ବୟୋଜେଷ୍ଠ ନାଗରିକ ଆବାସ ରେ ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ ସେଠାରେ ବୃଦ୍ଧା ମହିଳାଙ୍କୁ ସୁରକ୍ଷିତ ଆଶ୍ରୟ ଦେଖାଶୁଣା ଓ ଆବଶ୍ୟକ ସେବା ମିଳୁଛି । ଆଗାମୀ ଦିନରେ ମଧ୍ୟ ମାହେଶ୍ୱରୀ ସଂଗଠନ ସବୁ ବେଳେ ଏବଂ ସବୁ ସମୟରେ ବରିଷ୍ଠ ନାଗରିକ ଙ୍କ ସହିତ ରହିବ ବୋଲି ପ୍ରତିଶୃତି ଦେଇଛନ୍ତି ମାହେଶ୍ୱରୀ ସଂଗଠନର ର ପରିଚାଳନା ନିର୍ଦ୍ଦେଶକ ଅଙ୍କୁଶ କୁମାର ପାଣ୍ଡିା । ବୃଦ୍ଧାଙ୍କୁ ସ୍ଥାନାନ୍ତର କରିବା ରେ ସଭାପତି ଶୋଭନ କୁମାର ଅଗ୍ରୱାଲ, ସଦସ୍ୟ ଅର୍ପିତ ପୁରୋହିତ, ସୁଷମା ବହିଦାର, ସ୍ନେହା କକାଲସାଇ ଏବଂ ସୁପ୍ରମା ବହିଦାର ସାହାଯ୍ୟ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande