
ଜୟପୁର, ୯ ଜାନୁଆରୀ (ହି.ସ.)- ପୁଷପୁନି ମାଧ୍ୟମରେ ଅବିଭକ୍ତ କୋରାପୁଟ ଜିଲ୍ଲାର କଳାକାର ମାନେ ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ପାଇପାରୁଛନ୍ତି । ରାଜ୍ୟ ଓ ରାଜ୍ୟ ବାହାରେ କଳାପ୍ରଦର୍ଶନ କରିବାକୁ ଏହା ଏକ ପ୍ଲାଟଫର୍ମ ଥିଲା। ଏହାଦ୍ବାରା କଳାକାରଙ୍କ ମନୋବଳ ବଢୁଛି। ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ପଡିଆରେ ୮ ଦିନ ଧରି ଚାଲିଥିବା ପୁଷପୁନି ମହୋତ୍ସବର ଉଦଯାପନୀ ଉତ୍ସବରେ ଏଭଳି ମତବ୍ୟକ୍ତ କରିଛନ୍ତି ମଞ୍ଚାସିନ ଅତିଥି। ସଫଳତାର ସହ ଏଭଳି କାର୍ଯ୍ୟକ୍ରମ କରିଥିବାରୁ ଆୟୋଜକ ମାନଙ୍କୁ ସମସ୍ତେ ପ୍ରଶ˚ସା କରିଥିଲେ। କୋରାପୁଟିଆ କଳା ଓ କଳାକାର ସ˚ଘ ପକ୍ଷରୁ ଉଦଯାପନୀ ଉତ୍ସବରେ ଅତିଥି ଭାବେ ଦମକଳ ବିଭାଗ ଅଧିକାରୀ ସୁରେଶ ବାରିକ, ହେଣ୍ତିକ୍ରାଫ୍ଟ ଡେପୁଟି ଡାଇରେକ୍ଟର ସମୀର ପାତ୍ର, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ରଧା ବିନୋଦ ସାମନ୍ତରାୟ, ସା˚ସଦ ପ୍ରତିନିଧି ମନୋଜ ଆଚାର୍ଯ୍ୟ, ସମାଜସେବୀ ବିନୋଦିନୀ ସାନ୍ତ୍ରାପାତ୍ର ଯୋଗ ଦେଇଥିଲେ। ଆଜିର ମୁଖ୍ୟ ଆକର୍ଷଣ ଥିଲା ଓଡିଆ ସିନେ କଳାକାର ଶୁଭାଶିଷ ଶର୍ମା।
ଏହି ଅବସରରେ ସଙ୍ଗୀତକାର ନିହାର ମହାନ୍ତି, କୁନି କଳାକାର ଥୁକୁଲ ଓ ସଞ୍ଜିବ ଭତ୍ରାଙ୍କୁ ମରଣୋତ୍ତର ପୁରସ୍କାର ପ୍ରଦାନ କରାଯାଇଥିଲା। ଶେଷ ରଜନୀରେ ସ୍ଥାନୀୟ ସ୍ବରଘୁଙ୍ଗୁର ଅନୁଷ୍ଠାନର କଳାକାର ମାନେ ଗୀତଗାଇ ଦର୍ଶକଙ୍କୁ ଝୁମେଇଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ସା˚ସ୍କୃତିକ କାର୍ଯ୍ୟକ୍ରମ ସହ ଶିଶୁମାନେ ମୀନାବଜାର ଓ ଖାଦ୍ୟମେଳାର ମଜା ନେଉଥିଲେ। ମହିଳା ସ୍ବୟ˚ ସହାୟିକା ଗୋଷ୍ଠୀଙ୍କ ଦ୍ବାରା ମାଣ୍ତିଆ ସୁପ, ବାଦାମ ଆଦି ଲୋକଙ୍କ ପସନ୍ଦ ଥିଲା।
ହିନ୍ଦୁସ୍ଥାନ ସମାଚାର / ପିକେପି