ଜୟକିଷାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପିଏମ ଶ୍ରୀ ମେଳା
ନୂଆପଡ଼ା,୯ ଜାନୁଆରୀ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ଅନ୍ତର୍ଗତ ବରଗାଁ ଗ୍ରାମ ଠାରେ ଥିବା ପିଏମଶ୍ରୀ ଜୟକିଷାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପିଏମଶ୍ରୀ ମେଳା ଆଜି ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟର ଅଧ୍ୟକ୍ଷ ଲୋକେଶ୍ୱର ମେହେରଙ୍କ ଅଧକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ନୂଆପଡା ଜିଲ
PM shree mela


ନୂଆପଡ଼ା,୯ ଜାନୁଆରୀ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ଅନ୍ତର୍ଗତ ବରଗାଁ ଗ୍ରାମ ଠାରେ ଥିବା ପିଏମଶ୍ରୀ ଜୟକିଷାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପିଏମଶ୍ରୀ ମେଳା ଆଜି ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟର ଅଧ୍ୟକ୍ଷ ଲୋକେଶ୍ୱର ମେହେରଙ୍କ ଅଧକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାସ ଯୋଗଦାନ କରିଥିବା ବେଳେ ନୂଆପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ ବିଶିଷ୍ଟ ଅତିଥିଭାବରେ ଡକ୍ଟର ପ୍ରଶାନ୍ତ କୁମାର ମହାନ୍ତି, ସମ୍ମାନିତ ଅତିଥି ଭାବେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଗିରିଧାରୀ ସା, ଅବସର ପ୍ରାପ୍ତ ଏସିଏଫ ଜୟରାମ ଶବର, ଶିକ୍ଷାବିତ ଯଜେ୍ଞଶନଚନ୍ଦ୍ର ମୁଣ୍ଡ ମଂଚାସିନ ଥିବା ବେଳେ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୂଜାର୍ଚନା କଲାପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ।ଏହି ବିଦ୍ୟାଳୟ ପିଏମଶ୍ରୀ ମେଳାରେ ଚାରୋଟି ଗୋଷ୍ଟି , କୌଶଲୀ, ଜିଜ୍ଞାସା, କ୍ରୀଡାଙ୍ଗନା, ସାହିତ୍ୟ ସୃଜନୀରେ ଛାତ୍ର ଛାତ୍ରୀ ମାନେ ଭାଗନେଇଥିଲେ । ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଭିଜନ ୨୦୩୬ କମ୍ପୁଟର ଶିକ୍ଷା, ବ୍ୟାଙ୍କର କାର୍ଯ୍ୟକାରିତା ଓ ଆମ ପାରମ୍ପରିକ ଖାଦ୍ୟ ଉପରେ ପ୍ରଦର୍ଶନୀ ମେଳା କରିଥିଲେ । ପ୍ରଥମେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ଗାନ କରାଯାଇଥିଲା । ଏହା ପରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ବରଗାଁ କ୍ଲଷ୍ଟର ସ୍ତରୀୟ ଆଂଚଳିକ ସାଧନା କେନ୍ଦ୍ର ସଂଯୋଜକ ଓମ ପ୍ରକାଶ ଦଣ୍ଡସେନା, ବନିତା ବେହେରା, ଶୁଭଶ୍ରୀ ଭିତ୍ରୀୟ, ଅନିଶା ପଣ୍ଡା, ଦମୟନ୍ତୀ ପଟେଲ, ରୁନା ଏଲିଶା ଜାଲ, ଅପର୍ଣ୍ଣା ହରପାଲ , ହେମ୍ବରାଜ ମାଝୀ, ଜୟଦେବ ବେହେରା, ଦେବେନ୍ଦ୍ର ମାଝୀ, ଆଶିଷ କୁମାର ଯୋଶୀ, ରଂଜିତ ଧରୁଆ, ଅଭିମନ୍ୟୁ ବରିହା, ପ୍ରଦୀପ ମେହେର, ସୁଶାନ୍ତ କୁମାର ନାଗ, ଏମ ଡ଼ି କଲାମ, ପ୍ରମୁଖ ସହଯୋଗ କରିଥିଲେ । ମୁକେଶ କୁମାର ଦଣ୍ଡସେନା ବାର୍ଷିକ ବୀବରଣୀ ପଠନ କରିଥିଲେ ଏବଂ ଜୟଦେବ ବେହେରା ମଂଚ ପରିଚାଳନା କରି ଥିଲେ। ସଭାକାର୍ଯ୍ୟ ସମାପନ ପରେ ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande