
ବଲାଙ୍ଗିର, 09 ଜାନୁଆରି (ହି.ସ.)ଆସନ୍ତା ମାସ ଫେବୃଆରୀ 1 2026 ରେ ପ୍ରଥମ ଥର ପାଇଁ ବଲାଙ୍ଗୀର ଜିଲ୍ଳା ରେ ହେବାକୁ ଯାଉଛି ଅଲ୍ ଇଣ୍ଡିଆ ମାରାଥନ୍ l ଏଥିପାଇଁ ଜୋର୍ ସୋର୍ ରେ ପ୍ରସ୍ତୁତି ଚାଲିଛି ଏବଂ ଏହି ମାରାଥନ୍ କୁ କିଭଳି ଶାନ୍ତି ଶୃଙ୍ଖଳା ର ସହ ପରିଚାଳନା କରାଯିବ ସେଥିପାଇଁ ଗତ କାଲି ବଲାଙ୍ଗୀର୍ ମାରାଥନ୍ ସଙ୍ଘ ର ସଭାପତି ଶ୍ ପ୍ରଶାନ୍ତ ନାୟକ ଙ୍କ ନେତୃତ୍ଵରେ ବଲାଙ୍ଗୀର୍ ର ବିଭିନ୍ନ ସଂଗଠନ କୁ ନେଇ ଏକ ମିଳିତ ସଭା ଆୟୋଜିତ ହୋଇଥିଲା l ଏହି ସଭା ରେ ଜିଲ୍ଲା ର ବହୁ ପରିଚିତ ବିଙ୍ଗ୍ ହ୍ୟୁମାନ୍ ଫାଉଣ୍ଡେସନ୍, ମାହେଶ୍ୱରୀ ସଂଗଠନ, ବଜରଙ୍ଗ୍ ଦଳ, ବଲାଙ୍ଗୀର ୟୁଥ୍ ଆକ୍ସନ କମିଟି, ବଲାଙ୍ଗୀର୍ ସ୍ଵେଚ୍ଛାସେବୀ ସଂଗଠନ୍, ସମଲେଇ ଆରତି କମିଟି, ଲିବରେସନ୍ କମିଟି ଇତ୍ୟାଦି ସଂଗଠନ ସମସ୍ତ ସଦସ୍ୟ ଯୋଗଦାନ କରିଥିଲେ l ଏହି ସଭାରେ ବଲାଙ୍ଗୀର ମାରାଥନ୍ ର ସଭାପତି ପ୍ରଶାନ୍ତ ନାୟକ, ସମ୍ପାଦକ ସଞ୍ଜୟ କୁମାର ପ୍ରଧାନ, ଯୁଗ୍ମସଂପାଦକ ସନ୍ଦୀପ୍ତ କୁମାର ପଣ୍ଡା, କୋଷାଧ୍ୟକ୍ଷ ସୋମନାଥ୍ ତ୍ରିପାଠୀ ଏବଂ ଉପଦେଷ୍ଟା ଶ୍ରୀ ଗୋପାଳ୍ଜୀ ପାଣିଗ୍ରାହୀ, ଦେବଦତ୍ତ ବେହେରା (ବୁଲୁ ବେହେରା), ଦୀନେଶ ଶର୍ମା ଙ୍କ ସହିତ ଜିଲ୍ଲା ର ବିଭିନ୍ନ ସଂଗଠନ୍ ର ମୁଖ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ l ପ୍ରଥମ ଥର ପାଇଁ ହେବାକୁ ଯାଉଥିବା ଏହି ମାରାଥନ୍ କୁ କିପରି ଶୃଙ୍ଖଳିତ ଏବଂ ଆକର୍ଷଣୀୟ କରାଯିବ ସେ ବିଷୟ ପ୍ରତି ବିଭିନ୍ନ ପ୍ରକାର ଆଲୋଚନା କରାଯାଇଥିଲା, ତା ସହିତ ରାଜ୍ୟ ବାହାରୁ ଆସୁଥିବା ପ୍ରତିଯୋଗୀ ମାନଙ୍କୁ କିପରି ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ ସେଥି ପ୍ରତି ବିଶେଷ ଦୃଷ୍ଟି ଦିଆଯାଇଥିଲା ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ଯକ୍ରମ କୁ କିପରି ସୁନ୍ଦର ଭାବେ ପରିଚାଳନା କରାଯିବ ସେଥିପ୍ରତି ମଧ୍ୟ ବିଶେଷ ଦୃଷ୍ଟି ଦିଆଯାଇଥିଲା l ପରିଶେଷରେ ବଲାଙ୍ଗୀର ଜିଲ୍ଲା ର ସମସ୍ତ ସଂଗଠନ ଏକତ୍ର ହୋଇ ଏହି ମାରାଥନ୍ କୁ ସଫଳ କରିବା ପାଇଁ ସଂକଳ୍ପ ନେଇଥିଲେ.
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ