ଏସ୍‌ବିଆଇ ପକ୍ଷରୁ ଛାତ୍ରୀଙ୍କୁ ସାଇକେଲ ବିତରଣ
ଏସ୍‌ବିଆଇ ପକ୍ଷରୁ ଛାତ୍ରୀଙ୍କୁ ସାଇକେଲ ବିତରଣ
ଏସ୍‌ବିଆଇ ପକ୍ଷରୁ ଛାତ୍ରୀଙ୍କୁ ସାଇକେଲ ବିତରଣ


ଏସ୍‌ବିଆଇ ପକ୍ଷରୁ ଛାତ୍ରୀଙ୍କୁ ସାଇକେଲ ବିତରଣ


ଏସ୍‌ବିଆଇ ପକ୍ଷରୁ ଛାତ୍ରୀଙ୍କୁ ସାଇକେଲ ବିତରଣ


ଏସ୍‌ବିଆଇ ପକ୍ଷରୁ ଛାତ୍ରୀଙ୍କୁ ସାଇକେଲ ବିତରଣ


ସମ୍ବଲପୁର, ୦୯, ଜାନୁଆରୀ (ହି.ସ.) ସମ୍ବଲପୁର ସଦର ବତେମୁରା ସ୍ଥିତ ଗୋକୁଳାନନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟର ୪୮ ଜଣ ଛାତ୍ରୀଙ୍କ ଶିକ୍ଷାକୁ ଉତ୍ସାହିତ କରିବା ଓ ସୁରକ୍ଷିତ ଯାତାୟାତ ସୁବିଧା ପ୍ରଦାନ କରିବା ଉଦ୍ଦେଶ୍ୟରେ ଆଜି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ), ଭୁବନେଶ୍ୱର ସର୍କଲ୍‌ର ପକ୍ଷରୁ ସାଇକେଲ ବିତରଣ କାର୍ଯ୍ୟକ୍ରମ ସଫଳତାର ସହିତ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏସ୍‌ବିଆଇ ଭୁବନେଶ୍ୱର ସର୍କଲ୍‌ର ମହାପ୍ରବନ୍ଧକ କୌଶଳ କିଶୋର ସିଂହ ଉପସ୍ଥିତ ରହି ୪୮ ଜଣ ଛାତ୍ରୀଙ୍କୁ ସାଇକଲ ବିତରଣ କରିଥିଲେ। ଏସ୍‌ବିଆଇ ଉପମହାପ୍ରବନ୍ଧକ ସଞ୍ଜୟ କୁମାର ଝା , ସମ୍ବଲପୁର ଆଞ୍ଚଳିକ ପ୍ରବନ୍ଧକ ମାନସ ରଞ୍ଜନ ପ୍ରଧାନ, ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ପ୍ରବନ୍ଧକ ଦେବକିଶୋର ନାୟକ, ମାନବ ସମ୍ବଳ ପ୍ରବନ୍ଧକ ବିଜୟଲକ୍ଷ୍ମୀ ମହାପାତ୍ର, ମାଳତୀଗଣ୍ଡରପୁର ଶାଖା ପ୍ରବନ୍ଧକ ହରପ୍ରିୟା ନାୟକ, ସମ୍ବଲପୁର କ୍ଷେତ୍ରୀୟ ସେବା ସମ୍ପାଦକ ତାପସ ରଞ୍ଜନ ହାଓ ଓ ମନୋଜ କୁମାର ବିଶି ପ୍ରମୁଖ ଉପସ୍ଥିତ ଥିଲେ l ଗୋକୁଳାନନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଅଧ୍ୟାପିକା ମମତା ରାଣୀ ମିଶ୍ର ଏସବିଆଇର ଏହି ପଦକ୍ଷେପକୁ ଉଚ୍ଚ ପ୍ରସଂଶା କରିବା ସହିତ ଆଗାମୀ ଦିନରେ ଏସବିଆଇ ର ଏହି ପ୍ରୟାସ ଜାରି ରଖିବାକୁଏସବିଆଇର କର୍ତୃପକ୍ଷ ମାନଙ୍କୁ ଅନୁରୋଧ କଲେ l

ଏହି ଅବସରରେ ମହାପ୍ରବନ୍ଧକ ଶ୍ରୀ ସିଂହ କହିଥିଲେ ଯେ, ଶିକ୍ଷା ହେଉଛି ସମାଜର ମୂଳ ଆଧାର ଏବଂ ଗ୍ରାମୀଣ ଓ ଅନୁନ୍ନତ ଅଞ୍ଚଳର ଛାତ୍ରୀମାନଙ୍କୁ ସୁବିଧା ଯୋଗାଇବା ଏସ୍‌ବିଆଇର ସାମାଜିକ ଦାୟିତ୍ୱ। ଏହି ସାଇକେଲ ଗୁଡିକ ଛାତ୍ରୀମାନଙ୍କର ନିୟମିତ ବିଦ୍ୟାଳୟ ଯାତ୍ରାକୁ ସହଜ କରିବା ସହିତ ତାଙ୍କ ଆତ୍ମବିଶ୍ୱାସ ବଢ଼ାଇବ ବୋଲି ଆଶା ପ୍ରକାଶ କରିଥିଲେ।

ଉପମହାପ୍ରବନ୍ଧକ ଓ ଅଞ୍ଚଳୀୟ ପ୍ରବନ୍ଧକ ମଧ୍ୟ ଏସ୍‌ବିଆଇର କର୍ପୋରେଟ୍‌ ସୋସିଆଲ୍‌ ରେସ୍ପନ୍ସିବିଲିଟି (ସିଏସ୍ଆର) ଅଧୀନରେ ଏପରି ଉଦ୍ୟମ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି କହିଥିଲେ।

ବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ସ୍ଥାନୀୟ ଲୋକେ ଏସ୍‌ବିଆଇୟ ଏହି ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande