ଟଙ୍କା ହଡପ ମାମଲାରେ ମହିଳା ଗିରଫ
ଜୟପୁର, ୦୯ ଜାନୁଆରି (ହି.ସ.) - ଜୟପୁର ସଦରଥାନା ଅନ୍ତର୍ଗତ ଆମ୍ବାଗୁଡା ଓଡିଶା ଗ୍ରାମୀଣ ବ୍ୟାଙ୍କରୁ ଟଙ୍କା ଋଣ ନେଇ ଫେରାର ହୋଇଯାଇଥିବା ମାମଲାରେ ଆଜି ସଦରପୁଲିସ ମହିଳା ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ସୂଚନା ଅନୁଯାୟୀ ଆମ୍ବାଗୁଡା ଓଡିଶା ଗ୍ରାମୀଣ ବ୍ୟାଙ୍କ ବ୍ରାଂଚ ମ୍ୟାନେଜର ଲିପ୍ସ
ଟଙ୍କା ହଡପ ମାମଲାରେ ମହିଳା ଗିରଫ


ଜୟପୁର, ୦୯ ଜାନୁଆରି (ହି.ସ.) - ଜୟପୁର ସଦରଥାନା ଅନ୍ତର୍ଗତ ଆମ୍ବାଗୁଡା ଓଡିଶା ଗ୍ରାମୀଣ ବ୍ୟାଙ୍କରୁ ଟଙ୍କା ଋଣ ନେଇ ଫେରାର ହୋଇଯାଇଥିବା ମାମଲାରେ ଆଜି ସଦରପୁଲିସ ମହିଳା ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ସୂଚନା ଅନୁଯାୟୀ ଆମ୍ବାଗୁଡା ଓଡିଶା ଗ୍ରାମୀଣ ବ୍ୟାଙ୍କ ବ୍ରାଂଚ ମ୍ୟାନେଜର ଲିପ୍ସା ନାୟକ ଗତ ୨୦୨୫ ଅକ୍ଟୋବର ୧୮ ତାରିଖରେ ଅଭିଯୋଗ କରିଥିଲେ କୁମୁଲିପୁଟ ରାବଣାଗୁଡା ଗ୍ରାମର ଲିପ୍ସା ଜେନେରାଲ ଷ୍ଟୋର ମାଲିକ ରସ୍ମିତା ସ୍ୱାଇଁ ବ୍ୟାଙ୍କରୁ ୧୫ ଲକ୍ଷ ଟଙ୍କା ମୁଦ୍ରା ଲୋନ ନେଇଥିଲେ। ବ୍ୟାଙ୍କର ମୂଳଏବପ୍ସ ସୁଧ ନ ଶୁଝିବା ସହ ସେ ଦୋକାନ ବନ୍ଦ କରି ଫେରାର ହୋଇଯାଇଥିଲେ। ଜୟପୁର ସଦର ପୁଲିସ ଏନେଇ ଏକ ମାମଲା ରୁଜୁ କରିଥିଲା। ଆଜି ସଦରପୁଲିସ ରସ୍ମିତା ସ୍ୱାଇଁକୁ ଠକେଇ ମାମଲାରେ ଗିରଫ କରି କୋର୍ଟ ଚାଲାଣ କରିଥିବା ସଦରଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande