ସମ୍ବଲପୁର ୟୁଥ୍ ଫେଷ୍ଟିଭାଲ ଉଦଯାପିତ : ପ୍ରଛଦପଟ ଗାୟକ ସୁଖବିନ୍ଦର ସିଂଙ୍କ ସ୍ବରରେ ଝୁମିଲେ ଶ୍ରୋତା
ସମ୍ବଲପୁର ୟୁଥ୍ ଫେଷ୍ଟିଭାଲ ଉଦଯାପିତ : ପ୍ରଛଦପଟ ଗାୟକ ସୁଖବିନ୍ଦର ସିଂଙ୍କ ସ୍ବରରେ ଝୁମିଲେ ସ୍ରୋତା
ସମ୍ବଲପୁର ୟୁଥ୍ ଫେଷ୍ଟିଭାଲ ଉଦଯାପିତ : ପ୍ରଛଦପଟ ଗାୟକ ସୁଖବିନ୍ଦର ସିଂଙ୍କ ସ୍ବରରେ ଝୁମିଲେ ସ୍ରୋତା


ସମ୍ବଲପୁର ୟୁଥ୍ ଫେଷ୍ଟିଭାଲ ଉଦଯାପିତ : ପ୍ରଛଦପଟ ଗାୟକ ସୁଖବିନ୍ଦର ସିଂଙ୍କ ସ୍ବରରେ ଝୁମିଲେ ସ୍ରୋତା


ସମ୍ବଲପୁର ୟୁଥ୍ ଫେଷ୍ଟିଭାଲ ଉଦଯାପିତ : ପ୍ରଛଦପଟ ଗାୟକ ସୁଖବିନ୍ଦର ସିଂଙ୍କ ସ୍ବରରେ ଝୁମିଲେ ସ୍ରୋତା


ସମ୍ବଲପୁର ୟୁଥ୍ ଫେଷ୍ଟିଭାଲ ଉଦଯାପିତ : ପ୍ରଛଦପଟ ଗାୟକ ସୁଖବିନ୍ଦର ସିଂଙ୍କ ସ୍ବରରେ ଝୁମିଲେ ସ୍ରୋତା


ସମ୍ବଲପୁର, ୦୯, ଜାନୁଆରୀ (ହି.ସ.) ସ୍ଥାନୀୟ ପିଏଚଡ଼ି ପଡିଆ ଠାରେ ୨ଦିନ ଧରି ଆୟୋଜିତ ୟୁଥ୍ ଫେଷ୍ଟିଭାଲ ଉଦଯାପିତ ହୋଇଯାଇଛି l ଭାରତୀୟ ପ୍ଲେବ୍ୟାକ୍ ଗାୟକ ସୁଖବିନ୍ଦର ସିଂ ବିଭିନ୍ନ ସୁପର ହିଟ ହିନ୍ଦି ଗୀତ ଗାଇଥିଲେ l ସେ ରମତା ଯୋଗୀ, ଆୟୋରେ ଆୟୋରେ, ରଙ୍ଗ ବରସେ, ହେଲୋ ହେଲୋ ହୋ ଜାୟେଗା ପ୍ୟାର, ଉଡ଼ି ଉଡ଼ି ଯାଏ ଦିଲକି ପତଙ୍ଗ ଦେଖୋ ଉଡ଼ି ଉଡ଼ି ଯାଏ , ଜୟ ହୋ ଆଦି ଗୀତ ଗାଇ ଦର୍ଶକଙ୍କ ମନ ମୋହିଥିଲେ l ଏହା ପୂର୍ବରୁ କୁମାର ବିକାଶ ଓ ମିସ୍ ଲୋରି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l

ଉଦଯାପନୀ ସନ୍ଧ୍ୟାରେ ଅତିଥି ଭାବେ ମନ୍ତ୍ରୀ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସୁରେଶ ପୂଜାରୀ, ମନ୍ତ୍ରୀ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଓଡିଶା ସରକାର ରବିନରାୟଣ ନାୟକ, ବିଧାୟକ ଶ୍ରୀ ଜୟ ନାରାୟଣ ମିଶ୍ର, ଜିଲ୍ଲାପାଳ ସମ୍ବଲପୁର ସିଦ୍ଧେଶ୍ଵର ବଳିରାମ ବୋନ୍ଦର (ଭା.ପ୍ର .ସେ), ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୁ(ଭା. ପୋ .ସେ), ସମ୍ବଲପୁର ମହାନଗର ନିଗମ ଆୟୁକ୍ତ ରେହାନ୍ କ୍ଷତ୍ରୀ(ଭ. ପ୍ର .ସେ), କୁଚିଣ୍ଡା ଉପଜିଲ୍ଲାପାଳ ସି. ସରଭାନାନ, ପ୍ରୋବେଶ୍ନର ଭାରତୀୟ ପ୍ରଶାସନିକ ଅଧିକାରୀ ଶୁଭ୍ରା ପଣ୍ଡା, ପ୍ରୋବେଶ୍ନର ଭାରତୀୟ ପୁଲିସ ଅଧିକାରୀ କୋମଳ ପ୍ରମୁଖ ଉପସ୍ଥିତ ଥିଲେ।

ଉକ୍ତ କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଡିଓ ବାର୍ତ୍ତା ପ୍ରଦାନ କରିଥିଲେ ।

ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଯୋଗ ଦେଇ କହିଛନ୍ତି ଯେ, ଛାତ୍ର ସମାଜକୁ ଦେଶର ସେବା ଲାଗି ଆଗଭର ହେବା ପାଇଁ ଆହ୍ଵାନ ଦେଇଥିଲେ।।କଳାକାର ମାନେ ମଧ୍ୟ ତାଙ୍କ ଶ୍ରେଷ୍ଠ କଳା ପ୍ରଦର୍ଶନ କରିବା ପାଇଁ ଉଦ୍ୟମ କରନ୍ତୁ। ସମ୍ବଲପୁରୀ ରଙ୍ଗବତୀ ଗୀତରେ ତାଳେ ତାଳେ ଦେଶ ବିଦେଶର ଲୋକେ ନୃତ୍ୟ କରୁଛନ୍ତି ବୋଲି କହିଥିଲେ। ଏହି ଗୀତରେ ତିନି ଜଣ ପଦ୍ମଶ୍ରୀ ପାଇବା ଆମ ସମ୍ବଲପୁର ପାଇଁ ଗୋଟେ ଗୌରବ ର କଥା।କଳା, ସାହିତ୍ୟ ଓ ସଂସ୍କୃତିରେ ସମ୍ବଲପୁର ଦେଶରେ ଆଗୁଆ, ଏବେ ନୂତନ ସମ୍ବଲପୁର ନୂତନ ଓଡ଼ିଶା ଓ ନୂତନ ଭାରତ ଗଠନରେ ସମସ୍ତଙ୍କୁ ସହଯୋଗ କରିବା ।

ମାନ୍ୟବର ମନ୍ତ୍ରୀ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ , ଓଡିଶା ସରକାର ଶ୍ରୀ ରବିନାରାୟଣ ନାୟକ ଯୋଗ ଦେଇ ବିକଶିତ ଭାରତ ଗଠନ ପାଇଁ ଯୁବ ସମାଜ ଗୁରୁତ୍ୱପୂର୍ଣ୍ଣ। ଯୁବକ ମାନେ ଶକ୍ତିଙ୍କୁ ସଦୂପଯୋଗିତ କରିବା ସହିତ ଦେଶର ଉନ୍ନତିରେ ସହଭାଗିତା ଜରୁରୀ ବୋଲି ଉଲ୍ଲେଖ କରିଥିଲେ। ମାନସ କୁମାର ମିଶ୍ର ଓ ମୀମାଂସା ରଥ ମଞ୍ଚ ପରିଚାଳନା କରିଥିଲେ। ମହୋତ୍ସବ ସମିତି ସଂଯୋଜକ ଦୀପକ ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande