ବାଜି ରାଉତ କଲେଜରେ ଛାତ୍ରୀ ଆତ୍ମରକ୍ଷା କୌଶଳ ଶିବିର
ଭୁବନ, ୯ ଜାନୁଆରୀ (ହି.ସ.)- ଭୁବନ ବାଜି ରାଉତ ସ୍ମୃତି ମହାବିଦ୍ୟାଳୟ ରେ ଛାତ୍ରୀ ଆତ୍ମରକ୍ଷା କୌଶଳ ଶିବିର ଉଦଘାଟିତ ହୋଇଯାଇଛି । ଏହି ଶିବିର କୁ ଅଧ୍ୟକ୍ଷ ଡ଼ଃ ପ୍ରଭାତ କୁମାର ଆଚାର୍ଯ୍ୟ ଉଦଘାଟନ କରି ଛାତ୍ରୀ ଆତ୍ମରକ୍ଷା ଭବିଷ୍ୟତର ସୁରକ୍ଷା ବୋଲି ମତବ୍ୟକ୍ତ କରିଥିଲେ। ଛାତ୍ରୀ ଆତ୍ମରକ୍ଷା ତାଲିମ
ବାଜି ରାଉତ କଲେଜରେ ଛାତ୍ରୀ ଆତ୍ମରକ୍ଷା କୌଶଳ ଶିବିର


ଭୁବନ, ୯ ଜାନୁଆରୀ (ହି.ସ.)- ଭୁବନ ବାଜି ରାଉତ ସ୍ମୃତି ମହାବିଦ୍ୟାଳୟ ରେ ଛାତ୍ରୀ ଆତ୍ମରକ୍ଷା କୌଶଳ ଶିବିର ଉଦଘାଟିତ ହୋଇଯାଇଛି । ଏହି ଶିବିର କୁ ଅଧ୍ୟକ୍ଷ ଡ଼ଃ ପ୍ରଭାତ କୁମାର ଆଚାର୍ଯ୍ୟ ଉଦଘାଟନ କରି ଛାତ୍ରୀ ଆତ୍ମରକ୍ଷା ଭବିଷ୍ୟତର ସୁରକ୍ଷା ବୋଲି ମତବ୍ୟକ୍ତ କରିଥିଲେ। ଛାତ୍ରୀ ଆତ୍ମରକ୍ଷା ତାଲିମ ସଂଯୋଜିକା ଅଧ୍ୟାପିକା କ୍ଷୀରାବ୍ଦି ତନୟା ସାହୁ ଓ ଟ୍ରେନର ପ୍ରମୋଦିନି ମାଝୀ ଛାତ୍ରୀ ମାନଙ୍କୁ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଅଧ୍ୟାପକ ପ୍ରଫୁଲ୍ଲ କୁମାର ଭୂୟାଁ,ଅନିଲ କୁମାର ଧୀର,ପ୍ରଭାତ କୁମାର ଜେନା,ବାସୁଦେବ ସାହୁ,ମୁଖ୍ୟ କିରାଣୀ କୈଳାସ ଚନ୍ଦ୍ର ବେହେରା,ଗ୍ରନ୍ଥାଗାରିକ ନନ୍ଦ କିଶୋର ଧୀର ଛାତ୍ରୀ ମାନଙ୍କୁ ଆତ୍ମରକ୍ଷା ସମ୍ବନ୍ଧରେ ବିଭିନ୍ନ ପ୍ରକାର କୌଶଳର ଉପାୟ ବୁଝାଇଥିଲେ । ପ୍ରଶିକ୍ଷଣ ଶିବିରରେ ସମସ୍ତ ଛାତ୍ରୀ ଅଂଶ ଗ୍ରହଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande