ପଞ୍ଚମ ଦିନରେ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ
ବଲାଙ୍ଗିର, 09 ଜାନୁଆରି (ହି.ସ.)- ପୃଥ୍ୱୀରାଜହାଇସ୍କୁଲ ଖେଳ ପଡିଆ ଠାରେ ବଲାଙ୍ଗିର ଫ୍ରେଣ୍ଡ୍ସକ୍ଳବ ପକ୍ଷରୁ ରାଜ୍ୟ ସ୍ତରୀୟ ଫୁଟବଲ ପ୍ରତିଯୋଗୀତା ପଞ୍ଚମ ଦିନରେ ପହଁଚିଛି । ଆଜିର ଏହି ପ୍ରତିଯୋଗିତାରେ କ୍ଳବ ର ସଭାପତି ଲୋଟସ ଷଢଙ୍ଗୀଙ୍କ ସଭାପତିତ୍ୱରେ ମୂଖ୍ୟ-ଅତିଥି ଭାବରେ ରାଜ୍ୟ ସଭା ସାଂସଦ ନିରଞ
ପଞ୍ଚମ ଦିନରେ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ


ପଞ୍ଚମ ଦିନରେ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ


ବଲାଙ୍ଗିର, 09 ଜାନୁଆରି (ହି.ସ.)- ପୃଥ୍ୱୀରାଜହାଇସ୍କୁଲ ଖେଳ ପଡିଆ ଠାରେ ବଲାଙ୍ଗିର ଫ୍ରେଣ୍ଡ୍ସକ୍ଳବ ପକ୍ଷରୁ ରାଜ୍ୟ ସ୍ତରୀୟ ଫୁଟବଲ ପ୍ରତିଯୋଗୀତା ପଞ୍ଚମ ଦିନରେ ପହଁଚିଛି । ଆଜିର ଏହି ପ୍ରତିଯୋଗିତାରେ କ୍ଳବ ର ସଭାପତି ଲୋଟସ ଷଢଙ୍ଗୀଙ୍କ ସଭାପତିତ୍ୱରେ ମୂଖ୍ୟ-ଅତିଥି ଭାବରେ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି, ସମ୍ମାନିତ ଅତିଥି ଭାବରେ ବରିଷ୍ଠ ପ୍ରଶାସନିକ ଅଧିକାରୀ ପ୍ରଦୀପ ନାୟକ , ପୂର୍ବତନ ବରଗଡ଼ ସାଂସଦ ପ୍ରଭାସ ସିଂ, ଟାଉନ ଥାନା ଅଧିକାରୀ ଅବନୀ ସାହୁ,ଜେଲର ଉମାଶଙ୍କର ମାଝୀ. ଅତିରିକ୍ତ ତହସିଲଦାର ଅଶୋକ ମିଶ୍ର, ଶ୍ରୀକାନ୍ତ ଶର୍ମା ,କ୍ଲକର ସଧାରଣ ସମ୍ପାଦକ ଜଗନ୍ନାଥ ମିଶ୍ର ମଂଚାସୀନ ଥିଲେ । ଦୋଳଗୋବିନ୍ଦ ମୁଣ୍ଡା, ରାଜେନ୍ଦ୍ର ଧାରୁଆ, ବିକି ବିଶି, ନିଶାରକାନ୍ତ ନାଗ, ସୁଶାନ୍ତ ନାଗ ଖେଳ ପରିଚାଳନା କରିଥବା ବେଳେ ମ୍ୟାଚ କମିସନର ଭାବରେ ଶୁନିଲ ଚନ୍ଦ୍ର ବିଶ୍ୱାଲ ରହିଥିଲେ । ଆଜି ପଞ୍ଚମ ଦିନରେ ମୟୁରଭଞ୍ଜ ସ୍ପୋ ଟସ ହଷ୍ଟେଲ ଏବଂ ମା ମଙ୍ଗଳା କ୍ଳବ ଢେଙ୍କାନାଳ ଫୁବବଳ କ୍ଳବ ମଧ୍ୟରେ ହୋଇଥିଲା, ନିର୍ଦ୍ଧାରିତ ସମୟ ମଧ୍ୟରେ ଉଭୟ ଦଳ ପରସ୍ପର ୧-୧ ଗୋଲ ଦେଇଥିଲେ... ପରିଶେଷରେ ଢେଙ୍କାନାଳ ଦଳ ପେନଲଟି ସୁଟ ଆଉଟ ଜରିଆରେ ୩-୧ ଗୋଲରେ ମୟୁରଭଞ୍ଜ ଦଳ କୁ ପରାସ୍ତ କରି ସେମି ଫାଇନାଲ କୁ ଉର୍ତ୍ତିନ ହୋଇଥିଲା। ବିଶିଷ୍ଠ କ୍ରିଡାବିତ ଜୀବନ ସୁନା ଏବଂ ସଂଜୀବ ମହାରଣା ଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ମର୍ଦ୍ଧନା କରାଯାଇଥିଲା । ପବିତ୍ର ଖୁଣ୍ଟିଆ, ମଧୁ ବନଛୋର, ଲକ୍ଷ୍ମୀ ସ୍ୱାଇଁ, କିଶୋର ଦଣ୍ଡସେନା, ସୋମନାଥ ମିଶ୍ର , ଗୋବିନ୍ଦ ଶତପଥୀ, ସଞ୍ଜୀବ ସାହୁ, ମନୋଜ କୁମାର ମିଶ୍ର,ଆକାଶ ମିଶ୍ର, ସରୋଜ ସାହୁ,, ପୃଥୀରାଜ ବରାଡ, ରାମ ନାଏକ, ସୋନୁ ପଟ୍ଟନାୟକ, ପୂର୍ଣ୍ଣ ତ୍ରୀପାଠୀ, ଦେବେନ ପାତ୍ର, ଟିକୁ ପରିଚ୍ଚା, ନିତ୍ୟା ପଧାନ, ସରୋଜ ସାହୁ ସନତ ତ୍ରିପାଠୀ, ପୃଥ୍ୱୀରାଜ ବରାଡ଼,ବିକାଶ ସା, ଅରୋ ରଞ୍ଜନ ମହାପାତ୍ର, ବିଦ୍ୟା ସାହୁ, ପ୍ରଦୀପ ସାହୁ, ଅରୁଣ ପଧାନ, ଯତୀନ୍ଦ୍ର ମିଶ୍ର, ସୁଶାନ୍ତ ନେଗୀ ପ୍ରମୁଖ ଉପସ୍ଥିତ ରହି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ଆସନ୍ତା କାଲି ଦ୍ଵିତୀୟ ସେମିଫାଇନାଲ ଢେଙ୍କାନାଳ ଏବଂ ଝାରସୁଗୁଡା ମଧ୍ୟରେ ଖେଳ ଅନୁଷ୍ଠିତ ହେବ ବୋଲି କମିଟୀ ପକ୍ଷରୁ ସୁଚନା ଦେଇଛନ୍ତି । ସଭାକୁ ଶରତ ନନ୍ଦ ପରିଚାଳନା କରିଥିବା ବେଳେ କ୍ଲବର ସଧାରଣସମ୍ପାଦକ ଶ୍ରୀ ମିଶ୍ର ଧନ୍ୟବାଦ ଦେଇଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande