ଆନ୍ଦୋଳନକାରୀ ମାନଙ୍କ ଦ୍ୱାରା ଥାନା ସମ୍ମୁଖରେ ବିକ୍ଷୋଭ
କେନ୍ଦ୍ରାପଡ଼ା, ୦୯ ଜାନୁଆରି (ହି.ସ.) - ଆନ୍ଦୋଳନକାରୀ ମାନଙ୍କ ଦ୍ୱାରା ଥାନା ସମ୍ମୁଖରେ ବିକ୍ଷୋଭ ଓ ପୋଲିସ ସହିତ ଧସ୍ତାଧସ୍ତି। ଆଲୋଚନା ପରେ ଫେରିଲା ଶାନ୍ତି। କେନ୍ଦ୍ରାପଡା ଜିଲ୍ଲା ଚଣ୍ଡିଖୋଲ - ପାରାଦ୍ୱୀପ ୫୩ ନମ୍ବର ଜାତୀୟ ରାଜପଥ ଶିଲିପୁର ଠାରେ ଅଣ୍ଡର ପାସ ସଂପ୍ରସାରଣ ଦାବିରେ ରାସ୍ତା ଅବରୋଧ ଘ
------ ଆନ୍ଦୋଳନକାରୀ ମାନଙ୍କ ଦ୍ବାରା ଥାନା


କେନ୍ଦ୍ରାପଡ଼ା, ୦୯ ଜାନୁଆରି (ହି.ସ.) - ଆନ୍ଦୋଳନକାରୀ ମାନଙ୍କ ଦ୍ୱାରା ଥାନା ସମ୍ମୁଖରେ ବିକ୍ଷୋଭ ଓ ପୋଲିସ ସହିତ ଧସ୍ତାଧସ୍ତି। ଆଲୋଚନା ପରେ ଫେରିଲା ଶାନ୍ତି। କେନ୍ଦ୍ରାପଡା ଜିଲ୍ଲା ଚଣ୍ଡିଖୋଲ - ପାରାଦ୍ୱୀପ ୫୩ ନମ୍ବର ଜାତୀୟ ରାଜପଥ ଶିଲିପୁର ଠାରେ ଅଣ୍ଡର ପାସ ସଂପ୍ରସାରଣ ଦାବିରେ ରାସ୍ତା ଅବରୋଧ ଘଟଣା। ଆଜି ପୁଣି ଜାତୀୟ ରାଜପଥ ଅବରୋଧ କରିବାପାଇଁ ସଜବାଜ ହେଉଥିବା ବେଳେ ୬ ରୁ ଉର୍ଦ୍ଧ ଆନ୍ଦୋଳନକାରି ମାନଙ୍କୁ ଉଠାଇ ଆଣିଲା ପୋଲିସ। ପ୍ରତିବାଦରେ ସ୍ଥାନୀୟ ଲୋକ ମାନଙ୍କ ପକ୍ଷରୁ ମାର୍ଶାଘାଈ ଥାନା ଆଗରେ ବିକ୍ଷୋଭ ଓ ପୋଲିସ ସହିତ ଧସ୍ତାଧସ୍ତି ହୋଇଥିଲା। ଶାନ୍ତି ଶୃଙ୍ଖଳା ପାଇଁ ମୁତୟନ ଅଛନ୍ତି ୪ ପ୍ଲାଟୁନ ପୋଲିସ ଫୋର୍ସ ଓ ୧୫ ଅଫିସର। ମାର୍ଶାଘାଈ ଥାନା ସମ୍ମୁଖରେ ଭଦ୍ଭଗ୍ଦ ୧୬୩ ଧାରା ଲାଗୁ କଳାଯାଇଥିଲା।ପୁର୍ବ ଭଳି ଯାରି ଜାତୀୟ ରାଜପଥ କଡରେ ଆମରଣ ଅନଶନରେ ବସି ରହିଛନ୍ତି ପଂଚାୟତବାସି । ଘଟଣା ସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ପୋଲିସ ପ୍ରଶାସନ ସହିତ ଭିକ୍ଷୋଭକାରିଙ୍କ ସହିତ ଆଲୋଚନା ପରେ ଶାନ୍ତି ପ୍ରତିଷ୍ଠା ହୋଇଛି।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande