ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ
ମାଲକାନଗିରି,୯ ଜାନୁଆରି (ହି.ସ.) - ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ସଦର ମହକୁମାରେ ଥିବା ନୂଆଗୁଡ଼ ବ୍ଲକ୍ କଲୋନୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ତିନିଦିନିଆ ଶିକ୍ଷଣ ସହାୟକ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଆଜି ଉଦଘାଟିତ ହୋଇଛି। ସଦର ପଂଚାୟତ ର ଆଂଚଳିକ ସାଧନ କେନ୍ଦ୍ରର ସଂଜଯୋକ ନିହାର
ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ


ମାଲକାନଗିରି,୯ ଜାନୁଆରି (ହି.ସ.) - ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ସଦର ମହକୁମାରେ ଥିବା ନୂଆଗୁଡ଼ ବ୍ଲକ୍ କଲୋନୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ତିନିଦିନିଆ ଶିକ୍ଷଣ ସହାୟକ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଆଜି ଉଦଘାଟିତ ହୋଇଛି। ସଦର ପଂଚାୟତ ର ଆଂଚଳିକ ସାଧନ କେନ୍ଦ୍ରର ସଂଜଯୋକ ନିହାର ରଞ୍ଜନ ବିଶ୍ୱାସ ଙ୍କ ତତ୍ୱାବଧାନରେ ମାଥିଲି ପଂଚାୟତର ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ ଏଫ୍ ଏଲ୍ ଏନର କାର୍ଯ୍ୟକ୍ରମର ୧୦ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏହି କର୍ମଶାଳାରେ ଯୋଗ ଦେଇଛନ୍ତି। ଶ୍ରେଣୀ ଗୃହରେ ଶିକ୍ଷା ଦାନ ସମୟରେ କିପରି ବିନା ଖର୍ଚ୍ଚ କିମ୍ବା ସ୍ୱଳ୍ପ ମୂଲ୍ୟରେ ବିଭିନ୍ନ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ସହ ଶ୍ରେଣୀ ପରିଚାଳନା କରିହେବ ସେହି ପରି ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କରାଯାଉଅଛି। ତିନି ଦିନିଆ ଏହି କର୍ମଶାଳାରେ କାର୍ଡ ବୋର୍ଡ, ରଙ୍ଗୀନ କାଗଜ, ବିଭିନ୍ନ ରଙ୍ଗ ଦିଆଯାଇ ସୁନ୍ଦର ସୁନ୍ଦର ସାମଗ୍ରୀ ପ୍ରସ୍ତୁତି କରାଯାଉଛି। ଶେଷ ଦିନରେ ମାଟି ଓ ବିଭିନ୍ନ ଅବ୍ୟବହୃତ ବସ୍ତୁ ମାଧ୍ୟମରେ କାର୍ଯ୍ୟକ୍ରମ କରାଯିବ ବୋଲି ଜଣାଯାଇଛି।ଶିକ୍ଷଣ ଉକ୍ତ କାର୍ଯ୍ୟକ୍ରମକୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁମିତ ବିଶ୍ୱାସ ଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଛତିଶ ଚନ୍ଦ୍ର ନାୟକ ନିରୀକ୍ଷଣ କରୁଛନ୍ତି। ଏହି ପରି ୨୦ଟି ପଂଚାୟତର ସିଆରସିସିଙ୍କ ଦ୍ୱାରା ଶିକ୍ଷଣ ସହାୟକ ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ ହେଉଥିବାର ଜଣାଯାଇଛି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande