ତୁଷୁରା ସରକାରୀ ବାଳକ ୟୁପି ସ୍କୁଲ୍ ଠାରେ ଯୋଗ ଶିବିର ଅନୁଷ୍ଠିତ
ବଲାଙ୍ଗିର, 09 ଜାନୁଆରି (ହି.ସ.)ଦେବ ସଂସ୍କୃତି ବିଶ୍ଵ ବିଦ୍ୟାଳୟ, ହରିଦ୍ଵାର, ଉତ୍ତରାଖଣ୍ଡ ଆନୁକୁଲ୍ୟରେ ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରା ଠାରେ ପ୍ରଧାନ ଶିକ୍ଷକ ଡ. ହେମନ୍ତ କୁମାର ଦାଶଙ୍କ ନେତୃତ୍ୱରେ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ତୁଷୁରା ଗା
*ତୁଷୁରା ସରକାରୀ ବାଳକ ୟୁପି ସ୍କୁଲ୍ ଠାରେ ଯୋଗ ଶିବିର ଅନୁଷ୍ଠିତ*


*ତୁଷୁରା ସରକାରୀ ବାଳକ ୟୁପି ସ୍କୁଲ୍ ଠାରେ ଯୋଗ ଶିବିର ଅନୁଷ୍ଠିତ*


*ତୁଷୁରା ସରକାରୀ ବାଳକ ୟୁପି ସ୍କୁଲ୍ ଠାରେ ଯୋଗ ଶିବିର ଅନୁଷ୍ଠିତ*


ବଲାଙ୍ଗିର, 09 ଜାନୁଆରି (ହି.ସ.)ଦେବ ସଂସ୍କୃତି ବିଶ୍ଵ ବିଦ୍ୟାଳୟ, ହରିଦ୍ଵାର, ଉତ୍ତରାଖଣ୍ଡ ଆନୁକୁଲ୍ୟରେ ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରା ଠାରେ ପ୍ରଧାନ ଶିକ୍ଷକ ଡ. ହେମନ୍ତ କୁମାର ଦାଶଙ୍କ ନେତୃତ୍ୱରେ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ତୁଷୁରା ଗାୟତ୍ରୀ ପରିବାରର ପ୍ରତିଷ୍ଠାତା ରାଧାରମଣ କେଡିଆ ଯୋଗ ଦେଇଥିଲେ ଓ ସମ୍ମାନିତ ଅତିଥି ଭାବେ ସାଉଁରିଆ ଜୈନ ଯୋଗ ଦେଇଥିଲେ। ହରିଦ୍ବାରରୁ ଆସିଥିବା ଯୋଗଗୁରୁ ବାଙ୍କେ ବିହାରୀ ସାରସ୍ଵତ, ଗୌରବ କୁମାର ଓ ପ୍ରିୟାନ୍ସ ପ୍ରଜାପତି ଶିଶୁମାନଙ୍କୁ ଯୋଗ ଶିଖାଇଥିଲେ। ଶିଶୁମାନେ ଖୁବ୍ ଆଗ୍ରହର ସହ ଯୋଗ ଶିଖିଥିଲେ। ସହକାରୀ ଶିକ୍ଷୟିତ୍ରୀ ପ୍ରଶାନ୍ତି ଦାସ, ରଞ୍ଜିତା ନାଗ, ବିନ୍ଦୁ ମାହାଣା ଓ ଆକାଂକ୍ଷା ରାଣୀ ଯୋଶୀ ସହଯୋଗ କରିଥିଲେ। ଶେଷରେ ପ୍ରଧାନ ଶିକ୍ଷକ ଡ. ଦାଶ ଅନୁଷ୍ଠାନ ତରଫରୁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande