ୟୁଵା: ଯୁବୋଦୟ ଲିଡ଼ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ
ବଲାଙ୍ଗିର, 09 ଜାନୁଆରି (ହି.ସ.) ଗୀତ ଓ ସୁନ୍ଦର ବକ୍ତବ୍ୟ ଭିତରେ ଆୟୋଜିତ ହୋଇଯାଇଛି ଯୁବୋଦୟ ଲିଡ଼ ସ୍କୁଲର ବାର୍ଷିକ ଉତ୍ସବ ୟୁଵା। ପ୍ରଭୁ ଜଗନ୍ନାଥଙ୍କୁ ପୂଜା କରି ଯୁବୋଦୟ ଲିଡ଼ ସ୍କୁଲର ବାର୍ଷିକ ଉତ୍ସବ ୟୁଵା କୁ ଉଦଘାଟନ କରିଥିଲେ ଭୀମ ଭୋଇମେଡିକାଲ କଲେଜ ଓ ହସ୍ପିଟାଲ, ବଲାଙ୍ଗୀରର ସିନିୟ
ୟୁଵା: ଯୁବୋଦୟ ଲିଡ଼ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ


ୟୁଵା: ଯୁବୋଦୟ ଲିଡ଼ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ


ବଲାଙ୍ଗିର, 09 ଜାନୁଆରି (ହି.ସ.) ଗୀତ ଓ ସୁନ୍ଦର ବକ୍ତବ୍ୟ ଭିତରେ ଆୟୋଜିତ ହୋଇଯାଇଛି ଯୁବୋଦୟ ଲିଡ଼ ସ୍କୁଲର ବାର୍ଷିକ ଉତ୍ସବ ୟୁଵା। ପ୍ରଭୁ ଜଗନ୍ନାଥଙ୍କୁ ପୂଜା କରି ଯୁବୋଦୟ ଲିଡ଼ ସ୍କୁଲର ବାର୍ଷିକ ଉତ୍ସବ ୟୁଵା କୁ ଉଦଘାଟନ କରିଥିଲେ ଭୀମ ଭୋଇମେଡିକାଲ କଲେଜ ଓ ହସ୍ପିଟାଲ, ବଲାଙ୍ଗୀରର ସିନିୟର୍ ରେଡ଼ିଓଲୋଜିଷ୍ଟ ବିଶିଷ୍ଟ ଅତିଥି ଡ଼ ଦିନେଶ ଅଗ୍ରୱାଲ l ସମ୍ମାନିତ ଅତିଥି ସହକାରୀ ଜିଲ୍ଲାପାଳ, ସୁବର୍ଣ୍ଣପୁର, ଶ୍ରୀ ଶିବାନନ୍ଦ କର୍ମୀ, ମୁଖ୍ୟ ବକ୍ତା, କିଟ କେରିଅର ଅନୁଷ୍ଠାନର ଡିନ ପ୍ରଫେସର ଡ଼ ପ୍ରିୟଦର୍ଶୀ ବିଶ୍ୱାଳ, ଅତିଥିମାନଙ୍କୁ ସହଯୋଗ କରିଥିଲେ ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀ ଆମ୍ବରୀଶ ଦାଶ ଏବଂ ଶିକ୍ଷାନୁଷ୍ଠାନର ସଚିବ ।

ପ୍ରଫେସର ପ୍ରିୟଦର୍ଶୀ ବିଶ୍ୱାଳ ତାଙ୍କ ବକ୍ତବ୍ୟରେ କହିଥିଲେ ଆଗାମୀ ସମୟ, ଏକ ବହୁମୁଖୀ ଜ୍ଞାନର ସମୟ। ବହୁ ପ୍ରତିଯୋଗିତାର ଭିଡ ଭିତରେ ନିଜକୁ ପ୍ରସ୍ତୁତ କରିବାକୁ ଛାତ୍ର ଛାତ୍ରୀ ମାନେ ସେଇ ସମୟ ପାଇଁ ନିଜକୁ ପ୍ରସ୍ତୁତ କରିବାକୁ ଆହ୍ୱାନ ଦେଇଥିଲେ ଓ ମୋବାଇଲ ସ୍କ୍ରିନ ଠାରୁ ଦୂରେଇବା ପାଇଁ ଚିନ୍ତା କରିବାକୁ, ଚିନ୍ତନରେ ସମୟ ଦେବାକୁ ଅତିଥି ମାନେ କହିଥିଲେ ଓ ନିଜ ଘରକୁ ଏକ ବିଦ୍ୟାଳୟ କରି ନିଜ ସନ୍ତାନମାନଂକୁ ଉପଯୁକ୍ତ ଭାବରେ ଗଢିବାକୁ କହିଥିଲେ।ଯୁବୋଦୟ ଅନୁଷ୍ଠାନ ସମୂହ ସମ୍ପାଦିକା ମିତ୍ରବିନ୍ଦା ଦାଶ ବାର୍ଷିକ ବିବରଣୀ ପଠନ କରିଥିଲେ।ପ୍ରାରମ୍ଭରେ ମଂଚାସୀନ ଅତିଥି ମାନଂକୁ ଅନୁଷ୍ଠାନ ତରଫରୁ ଅଙ୍ଗବସ୍ତ୍ର, ଗଛ ଓ ସ୍ମୃତି ଫଳକ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।

ଯୁବୋଦୟ ର ନିର୍ଦେଶକ ଅମ୍ବରୀଶ ଦାଶ ସଭାପତିତ୍ୱ କରି ଛାତ୍ର ଛାତ୍ରୀ ଓ ଅବିଭାବକ ମାନଂକୁ ଯୁବୋଦୟ ଶିକ୍ଷାଦାନ ର ଶୈଳୀ ଓ ସ୍ୱତନ୍ତ୍ରତା ତଥା ଉପଲବ୍ଧି ସମ୍ପର୍କରେ କହିଥିଲେ। ଶିକ୍ଷୟତ୍ରୀ ଦୀପିକା କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ।

ପରେ ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ଶିକ୍ଷଣୀୟ ତଥା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।ସହ ଅଧ୍ୟକ୍ଷା ବିଶ୍ୱବାରା ପୁରୋହିତ ଓ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସନ୍ଧ୍ୟାକାଳୀନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ନୃତ୍ୟ ଓ ନାଟକର ଏକ ବିସ୍ମୟକର ସମାହାର ଦେଖିବାକୁ ମିଳିଥିଲା ।

ଛାତ୍ରଛାତ୍ରୀମାନଙ୍କ ପ୍ରଦର୍ଶନର ଗୁଣବତ୍ତା ଦୃଷ୍ଟିରୁ ଏହି ବାର୍ଷିକ ଉତ୍ସବକୁ ବିଦ୍ୟାଳୟର ଏପର୍ଯ୍ୟନ୍ତ ଅନୁଷ୍ଠିତ ସର୍ବୋତ୍ତମ କାର୍ଯ୍ୟକ୍ରମ ଭାବେ ବିବେଚନା କରାଯାଉଛି ।ଦର୍ଶକମାନେ ଏହି ଅନୁଷ୍ଠାନକୁ ଅତ୍ୟନ୍ତ ପ୍ରଶଂସା କରିଥିଲେ ଏବଂ ଅଂଶଗ୍ରହଣକାରୀ ସମସ୍ତ ଛୋଟଛୋଟ କଳାକାରଙ୍କୁ ହୃଦୟସ୍ପର୍ଶୀ ପ୍ରଶଂସା ଜଣାଇଥିଲେ ।କେଉଁ ଏକ ବିଶେଷ ପ୍ରଦର୍ଶନକୁ ସର୍ବୋତ୍ତମ ବୋଲି ଚିହ୍ନିତ କରିବା ଯେ କେତେ କଷ୍ଟକର, ତାହା ବର୍ଣ୍ଣନା କରିବା ବହୁତ କଠିନ । ତଥାପି ଏହା ନିଃସନ୍ଦେହରେ ବଲାଙ୍ଗୀର ସହରରେ ଏକ ନୂତନ ମାନଦଣ୍ଡ ସ୍ଥାପନ କରିଛି ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande