
କେନ୍ଦ୍ରାପଡା , 09 ଜାନୁଆରି (ହି.ସ.) କେନ୍ଦ୍ରାପଡା ର ପୂର୍ବତନ ଆଦର୍ଶ ଶିକ୍ଷକ ଶଙ୍କର୍ଷଣ ପ୍ରତିହାରୀଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇ ଯାଇଛି । ଚିନ୍ତାମଣୀ ଗୁରୁଜୀ ଓ ରୁକ୍ମଣୀ ଦେବୀ ସ୍ମାରକୀ ନ୍ୟାସ ଓ ପୁରାତନ ଛାତ୍ର ସଂସଦର ମିଳିତ ଆନୁକୂଲ୍ୟ ରେ ସଭାପତି ପ୍ରହଲ୍ଲାଦ ଚନ୍ଦ୍ର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ପ୍ରତିହାରୀଙ୍କ ଉଦ୍ଦେଶ୍ୟରେ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇ ତାଙ୍କର ଜୀବନୀ, ଆଦର୍ଶ ବିଷୟରେ ଆଲୋଚନା କରା ଯାଇଥିଲା । ସ୍ୱର୍ଗତ ପ୍ରତିହାରୀ ଜଣେ ମିଷ୍ଟଭାଷୀ, ପରୋପକାରୀ ଓ ସରଳ ବିଶ୍ୱାସୀ ଥିଲେ । ଆୟୋଜିତ ଏହି ସ୍ମୃତି ସଭାରେ ପୂର୍ବତନ ଜିଲ୍ଲା ପରିଷଦ ଉପ ସଭାପତି ଧିରେନ୍ଦ୍ର ପ୍ରସାଦ ପୃଷ୍ଟି, ସ୍ମାରକୀ ନ୍ୟାସର ସଭାପତି ହୃଦାନନ୍ଦ ରାଉତ, ସଂପାଦକ ତଥା ସମାସେବୀ ଭ୍ରମର ରାଉତ, କେଶବ ଚରଣ ଲେଙ୍କା, ଯଦୁମଣୀ ପରିଡା, ତରଣୀସେନ ମଲିକ, ଅରବିନ୍ଦ ସ୍ୱାଇଁ, ବଳରାମ ଜେନା, ମାଧବ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ରବି