
ଭୁବନେଶ୍ୱର, 09 ଜାନୁଆରି (ହି.ସ.)- ରାଜଧାନୀରେ
ବଡ ଧରଣ ସିରିଜ୍ ଦୁର୍ଘଟଣା । ରାତି ଅଧରେ କ୍ଷିପ୍ର ଗତିରେ ଗୋଟେ ପରେ ଗୋଟେ ଗାଡିକୁ ପିଟିଲା
ଦ୍ରୁତଗାମୀ କାର । 4 ରୁ ଅଧିକ ଲୋକ ଗୁରୁତର ହୋଇଥିବା ବେଳେ ସମସ୍ତେ
କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ନିଶାସକ୍ତ ଅବସ୍ଥାରେ କାର ଚାଳକ ବେପରୁଆ
ଭାବରେ ରାସ୍ତାରେ ଚଳାଉଥିଲେ ଗାଡି I ଜାଗମରା ଛକରେ ଘଟିଛି ଏହି ସିରିଜ
ଦୁର୍ଘଟଣା I ଖଣ୍ଡଗିରି ପଟୁ ଆସୁଥିବା ଏକ କାର ଅତି କ୍ଷିପ୍ର ଗତିରେ
ଦୁର୍ଘଟଣା ଘଟାଇ ଫେରାର ହୋଇଯାଇଥିବା ବେଳେ ,କାରଟିର ନମ୍ବର ଟିପି
ସ୍ଥାନୀୟ ଲୋକେ ପୋଲିସକୁ ଦେଇଥିବାର ସୂଚନା ମିଳିଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା