
ଭୁବନେଶ୍ୱର, ୦୯ ଜାନୁୟାରୀ (ହି.ସ)- ତ୍ୟାଗରାଜ ଷ୍ଟାଡିୟମ, ଆଇ.ଏନ.ଏ, ଦିଲ୍ଲୀଠାରେ ହେବାକୁ ଥିବା ସର୍ବ ଭାରତୀୟ ବେସାମରିକ କ୍ୟାରମ ପ୍ରତିଯୋଗିତା ଆସନ୍ତା ୧୭ ଫେବୃୟାରୀ ଠାରୁ ୨୪ ଫେବୃୟାରୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏଥିପାଇଁ ଖେଳାଳୀ ଚୟନ ପ୍ରକ୍ରିୟା (ପୁରୁଷ ଓ ମହିଳା) ଚଳିତ ଜାନୁଆରୀ ୧୧ ତାରିଖ (ରବିବାର), ସକାଳ ୧୦ ଟାରେ ରିକ୍ରେସନ କ୍ଲବ, ୟୁନିଟ-୨, ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବ ।
ଏହି ପ୍ରତିଯୋଗିତାରେ କେବଳ ନିୟମିତ ସରକାରୀ ଚାକିରୀରେ ଥିବା କର୍ମଚାରୀମାନେ ଭାଗ ନେଇପାରିବେ । ଏହି ଖେଳରେ ଯେଉଁମାନେ ଭାଗ ନେବାକୁ ଚାହାଁନ୍ତି, ସେମାନେ ନିଜର ସେବା ପୁସ୍ତିକାର ପ୍ରଥମ ପୃଷ୍ଠା , ବିଭାଗ ଏବଂ ଅଫିସ ପରିଚୟ ପତ୍ର ସହ ଏକ ପାସପୋର୍ଟ ଫଟୋ ଏବଂ ନିଜର ବିଭାଗ ବା କାର୍ଯ୍ୟାଳୟରୁ “ନୋ ଅବଜେକସନ ସାର୍ଟିଫିକେଟ” ସାଥିରେ ଆଣି ଉକ୍ତସ୍ଥାନରେ ନିର୍ଦ୍ଧାରିତ ସମୟରେ ପଞ୍ଜୀକରଣ କରି ଚୟନ ପ୍ରକ୍ରିୟାରେ ଭାଗ ନେଇ ପାରିବେ । ଅଧିକ ବିବରଣୀ ପାଇଁ ଶ୍ରୀ ହର ପ୍ରସାଦ ବିଶ୍ୱାଳ (୯୪୩୭୨ ୨୮୬୮୭), ଶ୍ରୀ ମୋତିଲାଲ କାଲୋ(୯୯୩୭୨ ୬୧୩୨୯), ଶ୍ରୀ ବାମନ ଚରଣ ପ୍ରତିହାରୀ (୯୪୩୭୯ ୮୭୫୬୪) ଏବଂ ଶ୍ରୀ ସୁରେଶ ଚନ୍ଦ୍ର ଦାସ ( ୯୦୭୮୯ ୩୮୭୮୫) ଙ୍କୁ ଯୋଗାଯୋଗ କରିପାରିବେ ବୋଲି ଓଡ଼ିଶା ସଚିବାଳୟ କର୍ମଚାରୀ କ୍ରୀଡ଼ା ସଂସଦର ସମ୍ପାଦକ ଶ୍ରୀ ନୃସିଂହ ଚରଣ ପୃଷ୍ଟି ଜଣାଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା