ବଳରାମ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଂଟ ଉଦଘାଟିତ
ମୁଖୀଗୁଡା,୩ ଜାନୁଆରୀ(ହି ସ) - ଆଜି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ରେଙ୍ଗାଲପାଲି ପଂଚାୟତ ତାଳପଦର ଖେଳ ପଡ଼ିଆଠାରେ ପରିଚୟ ଯୁବା ଅନୁଷ୍ଠାନ ଆନୁକୂଲ୍ୟରେ ସପ୍ତଦିବସିୟ ବଳରାମ ବାଣୁଆ ମେମୋରିଆଲ ଫୁଟବଲ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ପର୍ଶୁରାମ ବାଣୁଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ
ଫୁଟବଲ


ମୁଖୀଗୁଡା,୩ ଜାନୁଆରୀ(ହି ସ) - ଆଜି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ରେଙ୍ଗାଲପାଲି ପଂଚାୟତ ତାଳପଦର ଖେଳ ପଡ଼ିଆଠାରେ ପରିଚୟ ଯୁବା ଅନୁଷ୍ଠାନ ଆନୁକୂଲ୍ୟରେ ସପ୍ତଦିବସିୟ ବଳରାମ ବାଣୁଆ ମେମୋରିଆଲ ଫୁଟବଲ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ପର୍ଶୁରାମ ବାଣୁଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରେଙ୍ଗାଲପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲଳିତ କୁମାର ନାଏକ, ମୁଖ୍ୟବକ୍ତା ଭାବେ ସମାଜସେବୀ ଶରତ ରାଉତ ସନମାନିତ ଅତିଥିଭାବେ ଅସରଫ ଅଲ୍ଲୀ, ଦୀପଚନ ସାହୁ, ଭୂପେନ୍ଦ୍ର ଦାସ, ଉମାଶଙ୍କର ଦୀପ, ଲାବାଣ୍ୟ ବାଣୁଆ, ପ୍ରମୁଖ ଯୋଗ ଦେଇଥିଲେ । ଉଦଘାଟନୀ ମେଚ ଝାରକୁଣ୍ଡା ମାଲ ଦଳ ଓ ମଣ୍ଡଳ ଦଳ ମଧ୍ୟ ରେ ରୋମାଂଚକର ଖେଳ ଅନୁଷ୍ଠିତ ହୋଇଥିଲା ମଣ୍ଡଳକୁ ହରାଇ ଝାରକୁଣ୍ଡାମାଲ ଉନ୍ନିତ ହୋଇଥିଲା । ଖେଳ ପରିଚାଳନା କରିଥିଲେ ଟିକେଶ୍ୱର ମାଝୀ ଓ ସହଯୋଗ କରିଥିଲେ ଡମ୍ବରୁ ବାଣୁଆ, ମୋହନ ଶବର ।

ହିନ୍ଦୁସ୍ଥାନ ସମାଚାର / ନିହାର


 rajesh pande