
ଭୁବନେଶ୍ୱର, ୦୯ ଜାନୁୟାରୀ (ହି.ସ)- ଗତ ସାଧାରଣ ନିର୍ବାଚନରେ ଗଞ୍ଜାମ (ପଶ୍ଚିମ) ସାଂଗଠନିକ ଜିଲ୍ଲା କଂଗ୍ରେସ ଅନ୍ତର୍ଗତ ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଥିବା ରଜନୀକାନ୍ତ ପାଢ଼ୀ କଂଗ୍ରେସ ଦଳକୁ ବିଭିନ୍ନ ସମୟରେ ବଦନାମ କରିବା ସହିତ କଂଗ୍ରେସ ସଭାପତିଙ୍କ ନାମ ଅପବ୍ୟବହାର କରି ଦଳୀୟ ଶୃଙ୍ଖଳା ଭଙ୍ଗ କରିଥିବାର ଅଭିଯୋଗ ପିସିସି ସଭାପତିଙ୍କ ହସ୍ତଗତ ହୋଇଛି। ଏ ସମ୍ପର୍କରେ ଅନୁଧ୍ୟାନ କରାଯାଇ ପ୍ରଦେଶ କଂଗ୍ରେସ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟି ରଜନୀକାନ୍ତ ପାଢ଼ୀଙ୍କୁ କଂଗ୍ରେସ ଦଳରୁ ନିଲମ୍ବନ କରାଗଲା ବୋଲି ପ୍ରଦେଶ କଂଗ୍ରେସ ଶୃଙ୍ଖଳାଗତ କମିଟି ଅଧ୍ୟକ୍ଷ ସୁଜୀତ ପାଢ଼ୀ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା