
ଧର୍ମଶାଳା,୯ଜାନୁଆରି(ହି.ସ.) - ଯାଜପୁର ଜିଲାପାଳ ଅମ୍ବର କୁମାର କରଙ୍କ ଉପସ୍ତିତିରେ ବଡଚଣା ବିଧାୟକ ଅମର ନାୟକଙ୍କ ଅଧ୍ୟକ୍ଷତାରେ ୨ୟ ବୌଦ୍ଧ ଗୁରୁ ପଦ୍ମସମ୍ଭବଙ୍କ ପ୍ରାର୍ଥନା ସମାରୋହ ତଥା ଆନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀ ନିମନ୍ତେ ପ୍ରସ୍ତୁତି ପର୍ବର ଦ୍ୱିତୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ମାସ ୧୧ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ବୌଦ୍ଧ ସମ୍ମିଳନୀରେ ଦେଶ ବିଦେଶରୁ ୨୫ଶହରୁ ଉର୍ଦ୍ଧ ବୌଦ୍ଧ ସନ୍ନାସୀ ଓ ଧର୍ମାବଲମ୍ବୀମାନେ ଯୋଗ ଦେବା ସହିତ ଉଦୟଗିରି,ଲଳିତଗିରି ଓ ରତ୍ନଗିରି ଆଦି ବୌଦ୍ଧକୀର୍ତିରାଜିମାନ ପରିଦର୍ଶନ କରିବେ । ଏହା ସହିତ ଆସୁଥିବା ପର୍ଯ୍ୟଟକମାନଙ୍କ ରହଣି,ସମ୍ମିଳନୀ ସ୍ଥଳ,ସିସିଟିଭି କ୍ୟାମେରା,ରାସ୍ତାମାନଙ୍କରେ ଆଲୋକିକରଣ,ପରିମଳ ଓ ସ୍ୱଚ୍ଛତା ବଜାୟ ରଖିବା,ନିଶା ଦ୍ରବ୍ୟ,ବିକ୍ରୀ ଓ ସେବନ ଉପରେ କଟକଣା,ଭାରିଯାନ ଯାତାୟତ ଉପରେ ପତିବନ୍ଧକ ଲଗାଇବା ନେଇ ବିଭାଗୀୟ ଅଧିକାରୀ ଓ କାର୍ଯ୍ୟକାରୀ ସଂସ୍ଥାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ । ଉଦୟଗିରିସ୍ଥିତ ମଝିପଡା ସରକାରୀ ଉଚ୍ଚ ବିଦ୍ୟାଳୟ ପଡିଆଠାରେ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଅତିରିକ୍ତ ଜିଲାପାଳ ଯୁଧିଷ୍ଠିର ନାଏକ,ପୁଲିସ ବିଭାଗର ବରିଷ୍ଠ ଅଧିକାରୀ,ଭାରତୀୟ ପ୍ରତ୍ନତତ୍ୱବିତ ସର୍ବେକ୍ଷଣ ଅଧିକାରୀ ଗୋପାଳପୁର ସରପଂଚ ଓ ସ୍ଥାନୀୟ ବୌଦ୍ଧ ମହୋତ୍ସବ ସମିତିର କର୍ମକର୍ତା ଏବଂ ବହୁ ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ