ମା’ କ୍ଷେତ୍ରପାଳଙ୍କ ପୀଠରେ ସପ୍ତସତୀ ଯଜେ୍ଞାମହୋତ୍ସବ ଉଦ୍‌ଯାପିତ
ଧର୍ମଶାଳା,୯ଜାନୁଆରି(ହି.ସ.) - ଯାଜପୁର ଜିଲା ରସୁଲପୁର ବ୍ଲକ ଅର୍ଥଙ୍ଗା ପଂଚାୟତ ଅର୍ଥଙ୍ଗାର ଅଧିଷ୍ଟାତ୍ରୀ ଗ୍ରାମଦେବୀ ମା’ କ୍ଷେତ୍ରପାଳଙ୍କ ପୀଠସ୍ଥଳୀଠାରେ ୫ମ ବାର୍ଷିକ ସପ୍ତସତୀ ଯଜେ୍ଞାମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ଅଂଚଳର ଶ୍ରଦ୍ଧାଳୁମାନଙ୍କ ଦ୍ୱାରା ଯଜ୍ଞ ମଣ୍ଡପରେ କ
ମା’ କ୍ଷେତ୍ରପାଳଙ୍କ ପୀଠରେ ସପ୍ତସତୀ ଯଜେ୍ଞାମହୋତ୍ସବ ଉଦ୍‌ଯାପିତ


ଧର୍ମଶାଳା,୯ଜାନୁଆରି(ହି.ସ.) - ଯାଜପୁର ଜିଲା ରସୁଲପୁର ବ୍ଲକ ଅର୍ଥଙ୍ଗା ପଂଚାୟତ ଅର୍ଥଙ୍ଗାର ଅଧିଷ୍ଟାତ୍ରୀ ଗ୍ରାମଦେବୀ ମା’ କ୍ଷେତ୍ରପାଳଙ୍କ ପୀଠସ୍ଥଳୀଠାରେ ୫ମ ବାର୍ଷିକ ସପ୍ତସତୀ ଯଜେ୍ଞାମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ଅଂଚଳର ଶ୍ରଦ୍ଧାଳୁମାନଙ୍କ ଦ୍ୱାରା ଯଜ୍ଞ ମଣ୍ଡପରେ କଳସ ସ୍ଥାପନ ପରେ ଯଜ୍ଞ କର୍ମ ଆରମ୍ଭ ହୋଇଥିଲା । ପ୍ରଥମ ଦିବସରେ କଳସ ଶୋଭାଯାତ୍ରା ବଡଚଅପୋଇ କଚେରୀ ପଡିଆ ନିକଟସ୍ଥ ବ୍ରାହ୍ମଣୀ ନଦୀରୁ ବାହାରି ବିଭିନ୍ନ ଅଂଚଳ ପରିକ୍ରମା କରାଯାଇ ଯଜ୍ଞ ମଣ୍ଡପରେ କଳସ ସ୍ଥାପନ ପରେ ବିଦ୍ୱାନ ପଣ୍ଡିତ ରମେଶ ଚନ୍ଦ୍ର ପଣ୍ଡାଙ୍କ ତତ୍ୱାବଧାନରେ ପୂଜାକର୍ମ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ଦିବସରେ ରୀତିକାନ୍ତି ଅନୁଯାୟୀ ସୂର୍ଯ୍ୟ ପୂଜା,ଗୋ-ପୂଜା,ଷୋଡଷ ଉପଚାର ପୂଜା ସହ ସନ୍ଧ୍ୟାରେ ସନ୍ଥ ସମ୍ମିଳନୀ,ପ୍ରବଚନ ଓ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ୧୦ଗୋଟି ପଂଚାୟତର ଶହଶହ ଶ୍ରଦ୍ଧାଳୁ ଯୋଗ ଦେଇ ମା’ କ୍ଷେତ୍ରପାଳଙ୍କ ଆଶିଷ ଭିକ୍ଷା କରିଥିଲେ । ଯଜ୍ଞମହୋତ୍ସବକୁ କ୍ଷେତ୍ରପାଳ ସେବାଦଳ ପକ୍ଷରୁ ସହଯୋଗ କରିଥିଲେ । ଏହି ଯଜ୍ଞ ତିନି ଦିନ ଧରି ଚାଲିଥିବା ବେଳେ ପୂଚର୍ଣ୍ଣାହୂତି ଦିବସରେ ହଜାରହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande