
Puri , odisha, 09 ଜାନୁଆରି (ହି.ସ.)
ପୌରସଂସ୍ଥାର ମୋବାଇଲ ଟୟଲେଟ ଠିପି ଖୋଲିଲା
ଭିଆଇପି ରୋଡ ଦୁର୍ଗନ୍ଧମୟ
ପୁରୀ,୯/୧- ପବିତ୍ର ପୁରୀ ଗର୍ବ ଆମରି । ସକାଳୁ ସାହି ଗଳି କନ୍ଦିରେ ପୌରସଂସ୍ଥା ଅଳିଆ ଗାଡିରେ ଗୀତ ବାଜୁଛି । ପବିତ୍ର ଜଗନ୍ନାଥ ଧାମର ବାଲି ଧୂଳିକୁ ଭକ୍ତ ମୁଣ୍ଡିଆ ମାରୁଛନ୍ତି । ପବିତ୍ର ଭୂମିକୁ ଟୋପେ ଅଳିଆ ସ୍ପର୍ଶ ନକରିବା ପାଇଁ ବଲବନ୍ତ ସିଂହ ଜିଲ୍ଲାପାଳ ଥିବା ସମୟରେ ଘରେ ଘରେ ନେଳି ଓ ନାଲି ବାଲଟି ବଣ୍ଟନ କରଯାଇଥିଲା । ଯେପରି ଘରର ଅଳିଆ ଦାଣ୍ଡ ଦୁଆରେ ନପଡେ ସେଥିପାଇଁ ସଚେତନ କରାଯାଇଥିଲା । ମହାନଗର ଘୋଷଣା ପରେ ପୌରସଂସ୍ଥାର କାର୍ଯ୍ୟ ବେପାରୁଆ ଥିବା ଦେଖାଯାଉଛି । ଶୁକ୍ରବାର ସକାଳ ୧୦ଟା ୨୦ ମିନିଟରେ ଚଳନ୍ତା ଶୌଚାଳୟକୁ ଟ୍ରାକ୍ଟରରେ ଭିଡି ନେଉଥିଲା । ଶୌଚାଳୟର ପଛପଟ ପାଇପରେ ଠିପି ନଥିବାରୁ ମଇଳା ଭିଆଇପି ରୋଡ, ପିକେଡିଏ ଛକ, କଲେଜ ଛକ, ଟାଉନହଲ ଛକ ଠାରୁ ମୋଚିସାହି ଗାଡିଖାନା ପର୍ଯ୍ୟନ୍ତ ରାସ୍ତାରେ ଧଳାଗାର ପଡିବା ପରି ମହିଳାର ଧାର ଲମ୍ବିଥିଲା । ଏହି ରାସ୍ତାରେ ଯାତାୟାତ କରୁଥିବା ପର୍ଯ୍ଯଟକ ତୀର୍ଥଯାତ୍ରୀ, କଲେଜ ଓ ସ୍ଲୁଲର ଛାତ୍ରଛାତ୍ରୀ ,କୋର୍ଟ କଚେରିକୁ ଯାଉଥିବା କର୍ମଚାରୀ ଓ ଆଇନଜୀବୀ ମାନେ ଦୁର୍ଗନ୍ଧମୟ ପରିବେଶ ଯୋଗୁ ଅସନ୍ତୋଷ ପ୍ରକାଶ କରିଥିଲେ । ପୌରସଂସ୍ଥାର ଏଭଳି ଖାମଖିଆଲ କାର୍ଯ୍ୟ ପ୍ରତି ସଚେତନ ହେବା ପାଇଁ ସହରବାସୀ ସ୍ବର ଉଠାଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ବିଜୟ