ସ୍ବର୍ଗଦ୍ବାରରେ ଚାଞ୍ଚଲ୍ଯ ରାତି ଅଧରେ ବଚସାରୁ ହତ୍ୟାକାଣ୍ଡ ୧ମୃତ ୧ଆହତ
ସ୍ବର୍ଗଦ୍ବାରରେ ଚାଞ୍ଚଲ୍ୟ ରାତି ଅଧରେ ବଚସାରୁ ହତ୍ୟାକାଣ୍ଡ ୧ମୃତ ୧ଆହତ ପୁରୀ, , 09 ଜାନୁଆରି (ହି.ସ.)ମଣିଷର ଶେଷ ଠିକଣା ସ୍ବର୍ଗଦ୍ବାର । ସ୍ବର୍ଗଦ୍ବାରରେ ଶହ ସଂସ୍କାର କଲେ ଆତ୍ମା ସ୍ୱର୍ଗପ୍ରାପ୍ତି ହୋଇଥାଏ ବୋଲେ ବିଶ୍ବାସ ରହିଛି । ରାଜ୍ଯ ଏବଂ ରାଜ୍ଯ ବାହାରୁ ଦିନ ଓ ରାତିରେ ଶହ ଶହ ଶ
ସ୍ବର୍ଗଦ୍ବାରରେ ଚାଞ୍ଚଲ୍ଯ ରାତି ଅଧରେ ବଚସାରୁ ହତ୍ୟାକାଣ୍ଡ ୧ମୃତ ୧ଆହତ


ସ୍ବର୍ଗଦ୍ବାରରେ ଚାଞ୍ଚଲ୍ୟ

ରାତି ଅଧରେ ବଚସାରୁ ହତ୍ୟାକାଣ୍ଡ ୧ମୃତ ୧ଆହତ

ପୁରୀ, , 09 ଜାନୁଆରି (ହି.ସ.)ମଣିଷର ଶେଷ ଠିକଣା ସ୍ବର୍ଗଦ୍ବାର । ସ୍ବର୍ଗଦ୍ବାରରେ ଶହ ସଂସ୍କାର କଲେ ଆତ୍ମା ସ୍ୱର୍ଗପ୍ରାପ୍ତି ହୋଇଥାଏ ବୋଲେ ବିଶ୍ବାସ ରହିଛି । ରାଜ୍ଯ ଏବଂ ରାଜ୍ଯ ବାହାରୁ ଦିନ ଓ ରାତିରେ ଶହ ଶହ ଶବ ସ୍ବର୍ଗଦ୍ବାରକୁ ଆସୁଛି । ଗୁରୁବାର ରାତି ୧ଟା ବେଳେ ଭଦ୍ରକର ଜଣେ ବୃଦ୍ଧଙ୍କ ଶବ ଦାହ ପାଇଁ ସମ୍ପର୍କୀୟ ମାନେ ସ୍ବର୍ଗଦ୍ବାର ଆସିଥିଲେ । ଶବ ଦାହ ଚାଲିଥିବା ବେଳେ ଅସ୍ଥି ଶୀତଳ ପାଇଁ ପଇଡ ଆଣିବାକୁ ୨ଜଣ ଯୁବକ ରଞ୍ଜନ ଦାସ ଓ ମାନସ ରଞ୍ଜନ ନାୟକ ଚୈତନ୍ୟ ଛକରେ କଥାବାର୍ତ୍ତା ହୋଇ ଯାଉଥିବା ବେଳେ ସେଠାରେ ବସିଥିବା ଜଣେ ଯୁବକ କାହିଁକି ପାଟି କରୁଛ ବୋଲି କହିବାରୁ ସେଠାରେ ବଚସା ହୋଇଥିଲା । ବସିଥିବା ଯୁବକ ହଠାତ ପକେଟରୁ ଛୁରି କାଢି ରଞ୍ଜନ ଦାସର ବେକକୁ ଆକ୍ରମଣ କରିଥିଲା । ତାକୁ ରକ୍ଷା କରିବାକୁ ଯାଇ ମାନସ ଆହତ ହୋଇଥିଲା । ରଞ୍ଜନ ଦାସ ଗୁରୁତର ହେବାରୁ ତାଙ୍କୁ ମୁଖ୍ଯ ଚିକିତ୍ସାଳୟକୁ ନିଆଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗୁରୁତର ଆହତ ମାନସ ଚିକିତ୍ସିତ ହେଉଛନ୍ତି । ମୃତ ଯୁବକ ହେଲେ ଭଦ୍ରକ ଜିଲ୍ଲା ବନ୍ତ ଥାନା ଅନ୍ତର୍ଗତ ଅପଣ୍ଡା ଗ୍ରାମର । ଧର୍ମକ୍ଷେତ୍ର ପୁରୀରେ ସ୍ବର୍ଗଦ୍ବାର ଭଳି ପବିତ୍ର ସ୍ଥାନରେ ଏଭଳି ଅଘଟଣକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ସ୍ବର୍ଗଦ୍ବାର ଅଞ୍ଚଳରେ ଅଧିକ ମଦ ଦୋକାନ ଥିବାରୁ ଶବଦାହ ପାଇଁ ଆସୁଥିବା ଅନେକ ସହଯୋଗି ସ୍ବର୍ଗଦ୍ବାର ପରିସରରେ ନିଶାସକ୍ତ ଅବସ୍ଥାରେ ପାଟିତୁଣ୍ଡ କରୁଛନ୍ତି । ମଦ୍ୟପାନ କଲେ ୫ଶହ ଜୋରିମାନା ଲେଖା ପୋଷ୍ଟର ଲାଗିଥିବା ବେଳେ ଅନେକ ଯୁବକ ମଦ୍ୟପାନ କରି ସେଠାରେ ବସୁଛନ୍ତି । ସ୍ବର୍ଗଦ୍ବାର ଆଗ ଓ ପଛ ଗେଟ ଓ ଚୈତନ୍ୟ ଛକରେ ୨୪ ଘଣ୍ଟିଆ ପୋଲିସ ବ୍ଯବସ୍ଥା ପାଇଁ ସାଧାରଣରେ ଦାବି ହେଉଛି । ହତ୍ୟାକାଣ୍ଡ ସମ୍ପର୍କରେ ସମୁଦ୍ରକୂଳ ଥାନା ପକ୍ଷରୁ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ଧରିବା ପାଇଁ ତଦନ୍ତ ଜାରି ରହିଛି ।

---------------

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande