୩୯ ନବନିଯୁକ୍ତ ଏସ୍ଆଇଙ୍କୁ ମିଳିଲା ଫିଲ୍ଡ ପୋଲିସିଂର ମାର୍ଗଦର୍ଶନ

ସମ୍ବଲପୁର, ୦୧, ଅକ୍ଟୋବର (ହି.ସ.)ଉତ୍ତରାଞ୍ଚଳର ବିଭିନ୍ନ ଜିଲ୍ଲାରେ ନିଯୁକ୍ତ ୩୯ ଜଣ ନବନିଯୁକ୍ତ ସବ୍-ଇନ୍ସପେକ୍ଟରଙ୍କ ପାଇଁ ଉତ୍ତରାଞ୍ଚଳ, ସମ୍ବଲପୁରରେ ଓରିଏଣ୍ଟେସନ୍-କମ୍-ଇଣ୍ଟରାକ୍ସନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ଡିଆଇଜିପି ଉତ୍ତରାଞ୍ଚଳ ଚରଣ ସିଂ ମୀନା, ଆଇପିଏସ୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ବଲପୁର, ବଲାଙ୍ଗୀର, ଝାରସୁଗୁଡ଼ା, ବରଗଡ଼ ଓ ସୁବର୍ଣ୍ଣପୁର ଜିଲ୍ଲାର ଏସ୍ପିମାନେ ଯୋଗଦେଇ ନବନିଯୁକ୍ତ ଏସ୍ଆଇମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ।

ନେତୃତ୍ୱ, ତଦନ୍ତ, ଆଇନଶୃଙ୍ଖଳା ପରିଚାଳନା, ଥାନା ପରିଚାଳନା, ପୋଲିସ-ଜନସାଧାରଣ ସମ୍ପର୍କ ଏବଂ ନୂତନ ଅପରାଧିକ ଆଇନର କାର୍ଯ୍ୟାନ୍ୱୟନ ଉପରେ ଆଲୋଚନା ହୋଇଥିଲା। ବୈଜ୍ଞାନିକ ତଦନ୍ତ, ଡିଜିଟାଲ୍ ପୋଲିସିଂ ଓ ପ୍ରଯୁକ୍ତିର ସଠିକ୍ ବ୍ୟବହାର ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।

ସମାପନୀ ଅଭିଭାଷଣରେ ଡିଆଇଜିପି ଶ୍ରୀ ମୀନା ସଚ୍ଚୋଟତା, ଆଇନର ଜ୍ଞାନ, ନେତୃତ୍ୱ, ସମ୍ବେଦନଶୀଳତା ଓ ଉତ୍ତରଦାୟିତ୍ୱବୋଧକୁ ପେଶାଦାର ପୋଲିସିଂର ମୁଖ୍ୟ ଆଧାର ବୋଲି କହିଥିଲେ। ନିଜ ଅଞ୍ଚଳ, ଲୋକଙ୍କ ସମସ୍ୟା ଓ ଅପରାଧର ଧାରାକୁ ଭଲ ଭାବେ ବୁଝି ଜନକୈନ୍ଦ୍ରିକ ପୋଲିସିଂ କରିବାକୁ ଏସ୍ଆଇମାନଙ୍କୁ ପରାମର୍ଶ ଦିଆଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande