
କେନ୍ଦ୍ରାପଡ଼ା-, ୦୧ ଅକ୍ଟୋବର (ହି.ସ.): କେନ୍ଦ୍ରାପଡ଼ା ଜିଲାର ବରପୁତ୍ର ତଥା ପୂର୍ବତନ ସାଂସଦ ତଥା ଅରୁଣାଚଳ ପ୍ରଦେଶର ପୂର୍ବତନ ରାଜ୍ୟପାଳ ସୁରେନ୍ଦ୍ରନାଥ ଦ୍ୱିବେଦୀଙ୍କ ୨୫ ତମ ତିରୋଧାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅର୍ବାନ ବ୍ୟାଙ୍କ ସମ୍ମୁଖରେ ଥିବା ତାଙ୍କ ପ୍ରତିମୂର୍ତିରେ ବିଶିଷ୍ଟ ବ୍ୟକ୍ତିମାନେ ମାଲ୍ୟାର୍ପଣ କରିଥିଲେ । ବିଶିଷ୍ଟ ବ୍ୟକ୍ତିମାନେ ସ୍ୱର୍ଗତ ଦ୍ୱିବେଦୀଙ୍କ କେନ୍ଦ୍ରାପଡ଼ା ତଥା ରାଜ୍ୟ ପ୍ରତି ଥିବା ଅବଦାନ ସଂପର୍କରେ ମତବ୍ୟକ୍ତ କରିଥିଲେ । ଏହି କାର୍ୟ୍ୟକ୍ରମରେ ପୌରାପାଳିକାର ପୂର୍ବତନ ବିରୋଧୀ ଦଳ ନେତା ଶରତ କୁମାର ବେହୁରା, ବରିଷ୍ଠ କଂଗ୍ରେସ ନେତା ଫକୀର ଚରଣ ଖଟୁଆ, ସମାଜସେବୀ ସୁଶିଲ ସାମଲ, ଶିକ୍ଷକ ନେତା ଭ୍ରମର ରାଉତ, ଅର୍ବାନ ବ୍ୟାଙ୍କର ନିର୍ଦ୍ଦେଶକ ମହେନ୍ଦ୍ର କୁମାର ପରିଡ଼ା, କାଉନସିଲର ରମେଶ ଚନ୍ଦ୍ର ଦାସ, ହରିଶ ପଟ୍ଟନାୟକ, ହିମାଂଶୁ ଶେଖର ଲେଙ୍କା, ବିଧୁଭୂଷଣ ମହାପାତ୍ର, ସୁରେଶ କୁମାର ପରିଡ଼ା, ତ୍ରିଲୋଚନ ପରିଡ଼ା, ଉତମ ଚରଣ ନାୟକ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସେକ ମନସୁର ଅଲ୍ଲୀ, ଜାନକୀ ବଲ୍ଲଭ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ଦ୍ୱିବେଦୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ସହ ତାଙ୍କ ଅବଦାନ ସଂକ୍ରାନ୍ତରେ ମତବ୍ୟକ୍ତ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ରବି