
କେନ୍ଦୁଝର, ୦୧ ଅକ୍ଟୋବର (ହି.ସ.) - ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରଷଦ କେନ୍ଦୁଝର ଜିଲ୍ଲା ପକ୍ଷରୁ ଧରଣୀଧର ବିଶ୍ୱବିଦ୍ୟାଳୟ କ୍ୟାମ୍ପସ କାର୍ଯ୍ୟକାରିଣୀ ଶାଖା (୨୦୨୬-୨୦୨୭) ଘୋଷଣା ହୋଇଯାଇଅଛି । ଏହି ଅବସରରେ ବାଲେଶ୍ୱର ଓ ମୟୂଭଞ୍ଜ ବିଭାଗ ସଂଗଠନ ସମ୍ପାଦକ ସମ୍ବିତ୍ ପ୍ରସାଦ ରାଉତ୍, ଜିଲ୍ଲା ସଂଗଠନ ସମ୍ପାଦକ ଆଶୁତୋଷ ମହାରଣା, ଜିଲ୍ଲା ସଂଯୋଜକ ସୋମନାଥ ମହାନ୍ତ, ରାଜ୍ୟ କାର୍ଯ୍ୟସମିତିସଦସ୍ୟ ସମୀର କୁମାର ବାରିକ ଏବଂ ଅନ୍ୟାନ୍ୟ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।
ନୂତନ କ୍ୟାମ୍ପସ କାର୍ଯ୍ୟକାରିଣୀ ଶାଖା ର ସଭାପତି ଭାବେ କୌସ୍ତଭ କିରନ୍ ମାନସିଂହ , ଉପସଭାପତି ଭାବେ ଖିତେଶ ବେହେରା , ରାକେଶ ସେଠୀ, ସହୋନ ନାୟକ, ଆକାଶ ବାରିକ, ସମ୍ପାଦକ ଭାବେ ଚିନ୍ମୟ ବାରିକ, ଉପସମ୍ପାଦକ ଭାବେ ଶୁଭମ୍ ମିଶ୍ର, ଅମୂଲ୍ୟ ବାରିକ, ଦେବ କୁମାର ବାରିକ , ଶୁଭମ ସାହୁ ,ଝୠଊ ସଂଯୋଜୋକ ଭାବେ ରୋହିତ କୁମାର ନାୟକ ଓ ସହସଂଯୋଜକ ଭାବେ ଶେଖର ସେଠୀ, ଆରକେଏମ ସଂଯୋଜକ ଭାବେ ସୁରଞ୍ଜନ ପାନୱାର ଓ ସହ ସଂଯୋଜକ ଭାବେ ପ୍ରଭୁ ସାହୁ, ଖେଲୋ ଭାରତ ସଂଯୋଜୋକ ସୁଜିତ୍ କୁମାର ମହାନ୍ତ ଓ ସହସଂଯୋଜକ ଭାବେ ଶୁଭମ୍ ପାତ୍ର , ଜକଗ ସଂଯୋଜକ ଓମ୍ ପ୍ରଭା ସାହୁ ଓ ସହ ସଂଯୋଜକ ଭାବେ ଲିଜା ରାଣୀ ଦାସ , ସିଡିଡି ସଂଯୋଜକ ଭାବେ ମୋନାଲିସା ମିଶ୍ରା ଓ ସହସଂଯୋଜକ ଭାବେ ସ୍ମୃତି ରେଖା ସାହୁ , ଘଝଝ ସଂଯୋଜକ ଭାବେ ଦିନେଶ ମିଶ୍ରା ଓ ସହ ସଂଯୋଜକ ଭାବେ ସୌଭାଗ୍ୟ ରାଉତ, ସୋସିଆଲ ମିଡିଆ ସଂଯୋଜକ ଭାବେ ସୁମିତ୍ ନାୟକ ଓ ସହ ଅଖିଳ ଖଣ୍ଡନଖେଳ , ସେଲ୍ଫ ଫାଇନାନ୍ସ ଦାୟିତ୍ୱ ରେ ତୁଷାର ସାମଲ, ଗୁଲଶନ ସାହୁ, ଅର୍ପିତ ସିଂ, କଳା ବିଭାଗ ଦାୟିତ୍ୱ ରେ ଲୋକପତି ନାୟକ , ରାହୁଲ କୁମାର ଦାସ , ବିଜ୍ଞାନ ବିଭାଗ ଦାୟିତ୍ୱ ରେ ଅମିତ୍ କୁମାର ପ୍ରଧାନ ଓ କ୍ୟାମ୍ପସ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଅମନ୍ କୁମାର ବେହେରା , ଆଶିଷ ନାୟକ, ସ୍ନେହାଶିଷ ମହାନ୍ତି, ସିତୁନ ପଲେଇ , ଏବଂ ଯୁକ୍ତ ଦୁଇ ବିଭାଗ ରେ ସଭାପତି ଭାବେ ରାଜନ୍ ଗୁପ୍ତା, ଉପସଭାପତି ଭାବେ ସଚିନ ପଡ଼ିଲ , ସମ୍ପାଦକ ଭାବେ ଶୁଭମ୍ ରାଉତ୍ , ଉପସମ୍ପାଦକ ଭାବେ ରାଜକୁମାର ମହାନ୍ତ, ଏସଏଫଏସ ସଂଯୋଜକ ଭାବେ ବିବେକ ଦେହୁରୀ ଏସଏଫଡ ସଂଯୋଜକ ଭାବେ ସୌମ୍ୟ ପ୍ରକାଶ ନାୟକ,ଖେଲୋ ଭାରତ ସଂଯୋଜୋକ ସୌମ୍ୟା ସାହୁ , ଆରକେଏମ ସଂଯୋଜକ ଭାବେ ଦିବ୍ୟରଞ୍ଜନ ପଲେଇଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି ।
ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ସଂଗଠନର ଆଦର୍ଶ, ଉଦ୍ଦେଶ୍ୟ ଓ ରାଷ୍ଟ୍ରୀୟ ପୁନର୍ନିର୍ମାଣରେ ଯୁବପିଢ଼ିର ଭୂମିକା ବିଷୟରେ ଅବଗତ କରାଯାଇଥିଲା। ଶିକ୍ଷା, ସଂସ୍କାର ଓ ସଂଗଠନକୁ ଆଧାର କରି ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ ଏବଂ କ୍ୟାମ୍ପସରେ ଏକ ସକାରାତ୍ମକ ଶିକ୍ଷାଗତ ପରିବେଶ ଗଠନ ପାଇଁ କାର୍ଯ୍ୟ କରିବାର ସଂକଳ୍ପ ନିଆଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA