ବିଏସଏଫ ପକ୍ଷରୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ‘ସ୍ଵଚ୍ଛତା ହିଁ ସେବା’ ଅଭିଯାନ
ମାଲକାନଗିରି,୧ ଅକ୍ଟୋବର (ହି.ସ.)- ସ୍ୱଚ୍ଛତା ହିଁ ସେବା’ ଅଭିଯାନର ଅଂଶବିଶେଷ ଭାବରେ, ଗୁରୁବାର ଦିନ ବର୍ଡର ସିକ୍ୟୁରିଟି ଫୋର୍ସ (ବିଏସ ଏଫ )ର ୧୧୦ ବାଟାଲିୟନ୍ ପକ୍ଷରୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଏ
ବିଏସଏଫ ପକ୍ଷରୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ‘ସ୍ଵଚ୍ଛତା ହିଁ ସେବା’ ଅଭିଯାନ


ମାଲକାନଗିରି,୧ ଅକ୍ଟୋବର (ହି.ସ.)- ସ୍ୱଚ୍ଛତା ହିଁ ସେବା’ ଅଭିଯାନର ଅଂଶବିଶେଷ ଭାବରେ, ଗୁରୁବାର ଦିନ ବର୍ଡର ସିକ୍ୟୁରିଟି ଫୋର୍ସ (ବିଏସ ଏଫ )ର ୧୧୦ ବାଟାଲିୟନ୍ ପକ୍ଷରୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଏସଏଫ ଅଧିକାରୀ ଓ ଯବାନଙ୍କ ସମେତ ୭୫ ଜଣ କର୍ମଚାରୀ ଏବଂ ଡାକ୍ତର, ନର୍ସିଂ କର୍ମଚାରୀ ଓ ଅନ୍ୟାନ୍ୟ ଡାକ୍ତରଖାନା କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ।

ଏହି ଅଭିଯାନ ସମୟରେ, ବିଏସଏଫ ଯବାନ ଏବଂ ଡାକ୍ତରଖାନା କର୍ମଚାରୀମାନେ ମିଳିତ ଭାବେ ଡାକ୍ତରଖାନା ପରିସରର ବିଭିନ୍ନ ସ୍ଥାନରେ ସଫେଇ କାର୍ଯ୍ୟ କରିଥିଲେ। ଏଥିରେ ବିଶେଷକରି ସର୍ବସାଧାରଣ ବ୍ୟବହାର କରୁଥିବା ସ୍ଥାନ ଏବଂ ଅଧିକ ଲୋକଙ୍କ ସମାଗମ ହେଉଥିବା ଅଞ୍ଚଳ ଉପରେ ଗୁରୁତ୍ୱ ଦିଆଯାଇଥିଲା। ରୋଗୀ, ସେମାନଙ୍କ ସହାୟକ ଏବଂ କର୍ମଚାରୀଙ୍କ ପାଇଁ ଏକ ସ୍ୱଚ୍ଛ, ସୁସ୍ଥ ଓ ସୁରକ୍ଷିତ ପରିବେଶ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଆବର୍ଜନା ସଂଗ୍ରହ କରାଯାଇ ତାହାର ଉଚିତ୍ ପରିଚାଳନା କରାଯାଇଥିଲା।

ଏହି ପଦକ୍ଷେପ ସ୍ୱଚ୍ଛତା, ସାମୁହିକ ଅଂଶଗ୍ରହଣ ଏବଂ ସାମାଜିକ ଦାୟିତ୍ୱବୋଧ ପ୍ରତି ବିଏସଏଫ ର ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରିବା ସହିତ ସ୍ୱଚ୍ଛତା ଏବଂ ଦାୟିତ୍ୱପୂର୍ଣ୍ଣ ଆବର୍ଜନା ନିଷ୍କାସନ ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲା।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande