ଏନ୍ଏସ୍ଏସ୍ ଦିବସ ଉପଲକ୍ଷେ ସୋଆ କ୍ୟାମ୍ପସ୍-୫ ଷ୍ଟାଡିୟମ୍ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ
Bhubaneswar, 01 ଅକ୍ଟୋବର (ହି.ସ.) ଏନ୍ଏସ୍ଏସ୍ ଦିବସ ଉପଲକ୍ଷେ ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନସେ୍ସ (ଏସ୍ପିଏସ୍) ପକ୍ଷରୁ ଗୁରୁବାର କ୍ୟାମ୍ପସ୍-୫ ଷ୍ଟାଡିୟମ୍ରେ “ଏକ ପେଡ୍ ମା’ କେ ନାମ୍” ବାର୍ତାକୁ ଆଧାର କରି ଏକ ବୃକ୍ଷର
ଏନ୍ଏସ୍ଏସ୍ ଦିବସ ଉପଲକ୍ଷେ ସୋଆ କ୍ୟାମ୍ପସ୍-୫ ଷ୍ଟାଡିୟମ୍ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ


Bhubaneswar, 01 ଅକ୍ଟୋବର (ହି.ସ.)

ଏନ୍ଏସ୍ଏସ୍ ଦିବସ ଉପଲକ୍ଷେ ଶିକ୍ଷା ‘ଓ’ ଅନୁସନ୍ଧାନ

(ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନସେ୍ସ (ଏସ୍ପିଏସ୍)

ପକ୍ଷରୁ ଗୁରୁବାର କ୍ୟାମ୍ପସ୍-୫ ଷ୍ଟାଡିୟମ୍ରେ “ଏକ ପେଡ୍ ମା’ କେ ନାମ୍” ବାର୍ତାକୁ ଆଧାର

କରି ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।

କାର୍ଯ୍ୟକ୍ରମକୁ ଏନଏସଏସର ଆଚଂଳିକ ନିର୍ଦ୍ଦେଶକ ଶ୍ରୀ ଅଜିତ କୁମାର କୁଶୱାହ,

ଏସ୍ପିଏସ୍ର ଡିନ୍ ପ୍ରଫେସର ଦେବଜ୍ୟୋତି ଦାସ ଏବଂ ଏନଏସଏସ ପ୍ରୋଗ୍ରାମ୍ କୋ-

ଅର୍ଡିନେଟର ଡକ୍ଟର କମଳ ଲୋଚନ ମହାନ୍ତ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା

ସହ ବୃକ୍ଷରୋପଣ କରିଥିଲେ । ଏହି ଅବସରରେ ଶ୍ରୀ କୁଶୱାହ ପରିବେଶ ସୁରକ୍ଷା,

ବୃକ୍ଷରୋପଣ ଏବଂ ରୋପିତ ଚାରାଗୁଡ଼ିକର ଯତ୍ନ ନେବାର ଗୁରୁତ୍ୱ ଉପରେ ଆଲୋକପାତ

କରିଥିଲେ ।

ପରିବେଶ ସୁରକ୍ଷା, ସବୁଜ ପରିବେଶ ସୃଷ୍ଟି ଏବଂ ଯୁବପିଢ଼ି ମଧ୍ୟରେ ପରିବେଶ ପ୍ରତି

ଦାୟିତ୍ୱବୋଧ ବୃଦ୍ଧି କରିବା ଏହି କାର୍ଯ୍ୟକ୍ରମର ପ୍ରମୁଖ ଉଦ୍ଦେଶ୍ୟ ଥିଲା । “ଏକ ପେଡ୍ ମା’ କେ

ନାମ୍” ବାର୍ତା ମାଧ୍ୟମରେ ପ୍ରତ୍ୟେକ ବ୍ୟକ୍ତି ଅନ୍ତତଃ ଗୋଟିଏ ଗଛ ଲଗାଇ ତାହାର ଯତ୍ନ ନେବା

ପାଇଁ ଆହ୍ୱାନ ଦିଆଯାଇଥିଲା । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ମାଧ୍ୟମରେ ସବୁଜ କ୍ୟାଂପସ୍,

ସୁସ୍ଥ ପରିବେଶ ଓ ସଚେତନ ସମାଜ ଗଠନର ବାର୍ତା ପ୍ରଦାନ କରାଯାଇଥିଲା ।

ଏହି ଅବସରରେ ଏସ୍ପିଏସ୍ର ଡେପୁଟି ଡିନ୍ ପ୍ରଫେସର ପ୍ରତାପ କୁମାର ସାହୁ,

ପ୍ରଫେସର ସୁଧୀର କୁମାର ପାଇଡିସାଟି, କ୍ଲାସ୍ କୋ-ଅର୍ଡିନେଟର ଡକ୍ଟର ରୁଦ୍ର ନାରାୟଣ ସାହୁ

ଏବଂ ଏନଏସଏସ୍ ପ୍ରୋଗ୍ରାମ୍ ଅଫିସର ଡକ୍ଟର ରାକେଶ ସ୍ୱାଇଁ ଉପସ୍ଥିତ ଥିଲେ । ଏନଏସଏସ୍

ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀମାନେ ମଧ୍ୟ ବୃକ୍ଷରୋପଣରେ ସକ୍ରିୟ ଭାବେ ଯୋଗଦେଇଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande