ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ
ଭୁବନ, ୧ ଅକ୍ଟୋବର (ହି.ସ.)- ଢେ଼ଙ୍କାନାଳ ଜିଲ୍ଲା ଭୁବନ ପଞ୍ଚାୟତ ସମିତି ସଭାଗୃହରେ ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ବିଡ଼ିଓ ଆୟୁଷି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭୁବନ ବରିଷ୍ଠ ନାଗରିକ ସଂଘର ସଦସ୍ୟ ଅବସର ପ୍ରାପ୍ତ ପୋଲିସ ଅଫିସର ଶ୍ର
ଉପସ୍ଥିତ ବରିଷ୍ଠ ନାଗରିକ


ବରିଷ୍ଠ ନାଗରିକ ଦିବସ


ଭୁବନ, ୧ ଅକ୍ଟୋବର (ହି.ସ.)- ଢେ଼ଙ୍କାନାଳ ଜିଲ୍ଲା ଭୁବନ ପଞ୍ଚାୟତ ସମିତି ସଭାଗୃହରେ ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ବିଡ଼ିଓ ଆୟୁଷି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭୁବନ ବରିଷ୍ଠ ନାଗରିକ ସଂଘର ସଦସ୍ୟ ଅବସର ପ୍ରାପ୍ତ ପୋଲିସ ଅଫିସର ଶ୍ରୀଧର ବେହେରାଙ୍କ ସମେତ ରଥ ସେଠୀ, ବ୍ରଜ ରାଉତ, ଡାକ୍ତର ରମେଶ କୁମାର ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବରିଷ୍ଠ ନାଗରିକ ମାନେ ସମାଜ ପାଇଁ ବୋଝ ନୁହନ୍ତି, ସେମାନେ ସମାଜ ପାଇଁ ସମ୍ପତି ଓ ମାର୍ଗଦର୍ଶକ । ଯେଉଁ ଘରେ ନାହାନ୍ତି ବୁଢ଼ୀ ବୁଢ଼ା, ସେ ଘର ଉଜୁଡ଼ା । ବରିଷ୍ଠ ମାନଙ୍କୁ ଅବହେଳା କିମ୍ବା ହତାଦର ନୁହେଁ, ପରିଣତ ବୟସରେ ସେମାନଙ୍କୁ ଯତ୍ନ ଏବଂ ସ୍ନେହ, ଆଦର ଦରକାର ବୋଲି ମତବ୍ୟକ୍ତ କରିଥିଲେ। ବରିଷ୍ଠ ନାଗରିକ ମାନେ ସୁସ୍ଥ, ନିରାମୟ ଓ ଦୀର୍ଘ ଜୀବନ ପାଇଁ ନିୟମିତ ଭାବେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ଡାକ୍ତର ରମେଶ କୁମାର ସାହୁ ପରାମର୍ଶ ଦେଇଥିଲେ।

ଏହି ଅବସରରେ ଉପସ୍ଥିତ ଶତାଧିକ ବରିଷ୍ଠ ନାଗରିକ ମାନଙ୍କର ସ୍ୱାସ୍ଥ୍ୟ ଓ ରକ୍ତ ଚାପ ପରୀକ୍ଷା କରାଯିବା ସହିତ ପରିଚୟ ପତ୍ର, ମାନପତ୍ର ପ୍ରଦାନ କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ


 rajesh pande