
ମାଲକାନଗିରି, ୦୧ ଅକ୍ଟୋବର (ହି.ସ.) - ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଟେମ୍ପୋରେରୀ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ‘ସେବା ସଂକଳ୍ପ ଅଭିଯାନ’ ଉତ୍ସାହ ଓ ଉଦ୍ଦୀପନାର ସହିତ ଆଜି ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମଣ୍ଡଳ ଶିକ୍ଷା ଅଧିକାରୀ ସୁଶ୍ରୀ ଗାୟତ୍ରୀ ଦେବୀ ସଭାପତିତ୍ୱ କରିଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷଧିକାରୀ ହେମନ୍ତ କୁମାର ନାୟକ, କୃପାସିନ୍ଧୁ ଅମ୍ବାଗୁଡ଼ିଆ, ଦୁର୍ଯ୍ୟୋଧନ ସେଠୀ,ଜୟରାମ ବ୍ଲକ କୋଡିନେଟର, ସାଂସଦ ପ୍ରତିନିଧି ଶ୍ରୀ ଦାସ ଗାଲେଲ ଯୋଗଦେଇଥିଲେ।ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଭୂତି ଭୂଷଣ ମଣ୍ଡଳଙ୍କ ସହିତ ସିଆରସି ସି ଲଳିତ କୁମାର ବେହେରା, ବାଲାଜୀ ସେଠୀ, ବାବୁଲା କୁମାର ନାୟକ, ନିରୋଦ କୁମାର ଜେନା ଏବଂ ଶ୍ରୀମତୀ ଅର୍ଚ୍ଚନା ପୁରୋହିତ,ଭୀମ ନାୟକ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମରେ ସେବା, ସଚେତନତା, ଶିକ୍ଷାର ବିକାଶ ଓ ସମାଜ ପ୍ରତି ଦାୟିତ୍ୱବୋଧ ଉପରେ ଆଲୋଚନା କରାଯାଇଥିଲା। ଉପସ୍ଥିତ ସମସ୍ତେ ସେବା ମନୋଭାବକୁ ଦୃଢ଼ କରି ସମାଜର ସାମଗ୍ରିକ ବିକାଶରେ ନିଜର ଭୂମିକା ତୁଲାଇବା ପାଇଁ ସଂକଳ୍ପବଦ୍ଧ ହୋଇଥିଲେ। ବ୍ଲକ ସ୍ତରରେ ଆୟୋଜିତ ଏହି ସେବା ସଂକଳ୍ପ ଅଭିଯାନ ଶିକ୍ଷକ, ଛାତ୍ରଛାତ୍ରୀ ଓ ସମାଜର ବିଭିନ୍ନ ବର୍ଗ ମଧ୍ୟରେ ସେବା ଓ ସାମାଜିକ ଦାୟିତ୍ୱର ଭାବନାକୁ ଆହୁରି ଦୃଢ଼ କରିବାରେ ସହାୟକ ହୋଇଛି।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ