କ୍ୟାପଟେନ ସ୍ମିଥଙ୍କ ସାହସିକତାକୁ ସାଲ୍ୟୁଟ କଲେ ଭାରତ, ଇସ୍ରାଏଲ, ଆମେରିକା, ଆରଏସଏସ, ଶୀଘ୍ର ଆରୋଗ୍ୟ କାମନା
ନୂଆଦିଲ୍ଲୀ, ଅକ୍ଟୋବର 1 (ହି.ସ) ଭାରତ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ), ଇସ୍ରାଏଲ ଏବଂ ଆମେରିକା କ୍ୟାପଟେନ ସ୍ମିତ ମଛାରଙ୍କ ଅସାଧାରଣ ସାହସିକତାକୁ ପ୍ରଶଂସା କରିବା ସହ ତାଙ୍କର ଶୀଘ୍ର ସୁସ୍ଥତା କାମନା କରିଛନ୍ତି। ସମସ୍ତେ ନିଜ ନିଜ ‘ଏକ୍ସ’ ହ୍ୟାଣ୍ଡଲରେ ପୋଷ୍ଟ କରି ମଛାରଙ୍କୁ ହିରୋ ବୋଲି କହ
कैप्टन स्मित मछार। फोटो - इंटरनेट मीडिया


ନୂଆଦିଲ୍ଲୀ, ଅକ୍ଟୋବର 1 (ହି.ସ) ଭାରତ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ), ଇସ୍ରାଏଲ ଏବଂ ଆମେରିକା କ୍ୟାପଟେନ ସ୍ମିତ ମଛାରଙ୍କ ଅସାଧାରଣ ସାହସିକତାକୁ ପ୍ରଶଂସା କରିବା ସହ ତାଙ୍କର ଶୀଘ୍ର ସୁସ୍ଥତା କାମନା କରିଛନ୍ତି। ସମସ୍ତେ ନିଜ ନିଜ ‘ଏକ୍ସ’ ହ୍ୟାଣ୍ଡଲରେ ପୋଷ୍ଟ କରି ମଛାରଙ୍କୁ ହିରୋ ବୋଲି କହିଛନ୍ତି। ଗତକାଲି ଦୁବାଇରୁ ଇସ୍ରାଏଲର ତେଲ ଆଭିଭ ଯାଉଥିବା ଫ୍ଲାଏଦୁବାଇ ବିମାନରେ ଘଟିଥିବା ଘଟଣା ପରେ କ୍ୟାପଟେନ ମଛାର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଏହି ଘଟଣାରେ କ୍ୟାପଟେନ ସ୍ମିତ ମଛାର ଜଣେ ହିରୋ ଭାବେ ଉଭା ହୋଇଛନ୍ତି।

ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଲେଖିଛନ୍ତି, “କ୍ୟାପଟେନ ସ୍ମିତ ମଛାରଙ୍କ ଅସାଧାରଣ ସାହସ ଏବଂ କଠିନ ପରିସ୍ଥିତିରେ ମଧ୍ୟ ବିବେକବୁଦ୍ଧିର ସହ ନିଷ୍ପତ୍ତି ନେବାର କ୍ଷମତା ଗତକାଲି ଶହ ଶହ ଲୋକଙ୍କ ଜୀବନ ବଞ୍ଚାଇବା ସହ ଏକ ବଡ଼ ଦୁର୍ଘଟଣାକୁ ଟାଳି ଦେଇଛି। ତାଙ୍କ ସାହସିକତାକୁ ସଲାମ କରିବା ଏବଂ ତାଙ୍କର ଶୀଘ୍ର ସୁସ୍ଥତା ପାଇଁ ପ୍ରାର୍ଥନା କରିବାରେ ସାରା ବିଶ୍ୱର ଅଗଣିତ ଲୋକଙ୍କ ସହ ସାମିଲ ହୁଅନ୍ତୁ।”

ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଲେଖିଛନ୍ତି, “ଭାରତୀୟ ପାଇଲଟ କ୍ୟାପଟେନ ସ୍ମିତ ମଛାରଙ୍କ ଅସାଧାରଣ ସାହସକୁ ମୋର ସଲାମ। ଛୁରି ଆଘାତରେ ଗୁରୁତର ଆହତ ହେବା ସତ୍ତ୍ୱେ ସେ ଲଢ଼େଇ କରିଥିଲେ। ଆକ୍ରମଣକାରୀଙ୍କୁ ପ୍ରତିରୋଧ କରିଥିଲେ। କକପିଟ୍ର ଦ୍ୱାର ଖୋଲି ଯାତ୍ରୀ ଏବଂ କ୍ରୁ ସଦସ୍ୟମାନଙ୍କୁ ଆକ୍ରମଣକାରୀଙ୍କୁ କାବୁ କରିବାରେ ସହାୟତା କରିଥିଲେ—ଯାହା ଫଳରେ ଆକାଶରେ ଘଟିବାକୁ ଥିବା ଏକ ବଡ଼ ଦୁର୍ଘଟଣାକୁ ଟାଳି ଦିଆଯାଇଥିଲା। ସେ ଇସ୍ରାଏଲୀ ନାଗରିକ ଏବଂ ଅନ୍ୟ ଦେଶର ଲୋକଙ୍କ ସମେତ ୧୭୪ ଜଣଙ୍କ ଜୀବନ ବଞ୍ଚାଇଥିଲେ। ମୁଁ କ୍ୟାପଟେନଙ୍କ ଶୀଘ୍ର ଏବଂ ସମ୍ପୂର୍ଣ୍ଣ ସୁସ୍ଥତା କାମନା କରୁଛି। ସେ ଜଣେ ପ୍ରକୃତ ହିରୋ। ଆମେ ଆତଙ୍କବାଦ ବିରୋଧରେ ଏକଜୁଟ ଅଛୁ।”

ଭାରତରେ ଇସ୍ରାଏଲର ରାଷ୍ଟ୍ରଦୂତ ରୁଭେନ ଅଜାର ଲେଖିଛନ୍ତି, “ମୁଁ ଫ୍ଲାଏଦୁବାଇର ଫ୍ଲାଇଟ୍ ଏଫଜେଡ୍୧୦୭୩ର ଅଭିଜ୍ଞ ଏବଂ ପ୍ରତିଭାଶାଳୀ ଭାରତୀୟ ପାଇଲଟ କ୍ୟାପଟେନ ସ୍ମିତଙ୍କ ସୁସ୍ଥତା ପାଇଁ ପ୍ରାର୍ଥନା କରୁଛି। ତାଙ୍କ ସହିତ ଅନ୍ୟ ଇସ୍ରାଏଲୀ ଓ ଏମିରାତୀ ଯାତ୍ରୀ ଏବଂ କ୍ରୁ ସଦସ୍ୟମାନଙ୍କ ସାହସ ୧୮୦ ଜଣଙ୍କ ଜୀବନ ବଞ୍ଚାଇଛି।”

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଦୁବାଇରୁ ତେଲ ଆଭିଭ ଯାଉଥିବା ଫ୍ଲାଏଦୁବାଇ ବିମାନର ଭାରତୀୟ କ୍ୟାପଟେନ ସ୍ମିତ ମଛାରଙ୍କ ସାହସିକତାକୁ ପ୍ରଶଂସା କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଭାରତୀୟ ପାଇଲଟଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିଲା। ଏହା ସତ୍ତ୍ୱେ ସେ ବିମାନକୁ ଦୁର୍ଘଟଣାଗ୍ରସ୍ତ ହେବାରୁ ବଞ୍ଚାଇବାରେ ସହାୟତା କରିଥିଲେ। ଟ୍ରମ୍ପ କ୍ୟାପଟେନଙ୍କୁ ହିରୋ ବୋଲି କହିଛନ୍ତି। ବୁଧବାର ଓଭାଲ ଅଫିସରେ ସାମ୍ବାଦିକମାନଙ୍କୁ ଟ୍ରମ୍ପ କହିଥିଲେ ଯେ ଏହି ଘଟଣା ସମ୍ପର୍କରେ ତାଙ୍କୁ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସୂଚନା ଦେଇଥିଲେ।

--------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande