ବସ କାର ମଧ୍ୟରେ ଧକା, ସମସ୍ତ ଯାତ୍ରୀ ସୁରକ୍ଷିତ ଟ୍ରାଫିକ ସମସ୍ୟାକୁ ନେଇ ପ୍ରଶ୍ନ
ଘଟଗାଁ,୧ ଅକ୍ଟୋବର (ହି.ସ.) - ବସ କାର ମଧ୍ୟରେ ଧକା ଉଭୟ ଗାଡିର ଯାତ୍ରୀ ସୁରକ୍ଷିତ ଥିବାବେଳେ ଟ୍ରାଫିକ ସମସ୍ୟା ନେଇ ଉଠୁଛି ପ୍ରଶ୍ନ। ଉକ୍ତ ସ୍ଥାନରେ ଟ୍ରାଫିକ ସମସ୍ୟା ନେଇ ବାରମ୍ବାର ଖବର ପ୍ରସାରଣ କଲେ ସୁଧା ପୁଲିସ ନିରବ ହେଲେ ବଡ଼ ଅଘଟଣରୁ ବର୍ତିଗଲେ ତାରିଣୀ ଦର୍ଶନ ଆସିଥିବା ତୀର୍ଥ ଯାତ୍ରୀ। ସୂଚନ
ବସ କାର ମଧ୍ୟରେ ଧକା ସମସ୍ତ ଯାତ୍ରୀ ସୁରକ୍ଷିତ ଟ୍ରାଫିକ ସମସ୍ୟାକୁ ନେଇ ପ୍ରଶ୍ନ।


ଘଟଗାଁ,୧ ଅକ୍ଟୋବର (ହି.ସ.) - ବସ କାର ମଧ୍ୟରେ ଧକା ଉଭୟ ଗାଡିର ଯାତ୍ରୀ ସୁରକ୍ଷିତ ଥିବାବେଳେ ଟ୍ରାଫିକ ସମସ୍ୟା ନେଇ ଉଠୁଛି ପ୍ରଶ୍ନ। ଉକ୍ତ ସ୍ଥାନରେ ଟ୍ରାଫିକ ସମସ୍ୟା ନେଇ ବାରମ୍ବାର ଖବର ପ୍ରସାରଣ କଲେ ସୁଧା ପୁଲିସ ନିରବ ହେଲେ ବଡ଼ ଅଘଟଣରୁ ବର୍ତିଗଲେ ତାରିଣୀ ଦର୍ଶନ ଆସିଥିବା ତୀର୍ଥ ଯାତ୍ରୀ। ସୂଚନା ଥାଉକିଓଆର ୧୪ଭି ୧୫୯୬- କାର ଯୋଗେ ଏକ ପରିବାର ତାରିଣୀ ଦର୍ଶନ ଆସିଥିବା ବେଳେ ବଙ୍ଗଳା ଛକ ନିକଟରେ ଝୁମ ଝୁମ ନାମକ ଘରୋଇ ବସ ସହ ମୁହାଁ ମୁହିଁ ଧକା ହୋଇଥିଲା। ଗାଡିର ଯାତ୍ରୀ ସୁରକ୍ଷିତ ଥିବାବେଳେ କିଛି ସମୟ ଯାତାୟାତରେ ବାଧା ସୃଷ୍ଟି ହୋଇଥିଲା। କିଛି ସମୟ ପରେ ଘଟଗାଁ ପୁଲିସ ଖବର ପାଇ ଭିଡକୁ ନିୟତ୍ରଣ କରିଥିଲେ। ଅନେକ ସମୟରେ ଘରୋଇ ବସ ଗୁଡିକ ଉକ୍ତ ଛକରେ ଯାତ୍ରୀ ଉଠାଇ ରାସ୍ତା ଯାମ କରୁଥିବା ଖବର ପ୍ରସାରଣ କରୁଥିଲେ ସୁଧା କାର୍ଯ୍ୟାନୁଷ୍ଠାନ ଶୂନ। ଅନ୍ୟପକ୍ଷରେ ଉକ୍ତ ସ୍ଥାନରେ ପାର୍କିଙ୍ଗ ସୁବିଧା ନଥିଲେ ସୁଧା ଚା ଜଳଖିଆ ଦୋକାନ ଖୋଲି ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛନ୍ତି। ସମସ୍ୟା ନେଇ ଖବର ପ୍ରସାରଣ କଲେ ସୁଧା ପୁଲିସର ନୀରବତା ଯୋଗୁ ଟ୍ରାଫିକ ସମସ୍ୟା ବଢ଼ିବାରେ ଲାଗୁଛି ଯାହା ଫଳରେ ଏହି ଦୁର୍ଘଟଣା ଘଟିଛି। ଆଗାମୀ ଦିନରେ ପୁଲିସ ପ୍ରଶାସନ ପକ୍ଷରୁ ଗ୍ରହଣ କରା ନଯାଏ ଏଭଳି ଦୁର୍ଘଟଣା ବଢିବା ସମ୍ଭାବନା ଅନେକ ରହୁଛି।

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande