କ୍ଲାସ୍ ଚାଲିଥିବା ବେଳେ ଛାତରୁ ଖସିଲା କଂକ୍ରିଟ୍, ଛାତ୍ର ଆହତ
ମାଲକାନଗିରି, ୧ ଅକ୍ଟୋବର (ହି.ସ.)- କ୍ଲାସ୍ ଚାଲିଥିବା ବେଳେ ବିଦ୍ୟାଳୟ ଛାତରୁ କଂକ୍ରିଟ୍ ଖସି ପଡ଼ି ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ଆହତ ହୋଇଛନ୍ତି। ଏଭଳି ଅଘଟଣ ଘଟିଛି ଚିତ୍ରକୋଣ୍ଡା ପିଏମ୍ଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ। ସୂଚନା ଅନୁସାରେ, ବିଦ୍ୟାଳୟରେ ପାଠପଢ଼ା ଚାଲିଥିବା ସମୟରେ ହଠାତ୍ ଛାତରୁ
କ୍ଲାସ୍ ଚାଲିଥିବା ବେଳେ ଛାତରୁ ଖସିଲା କଂକ୍ରିଟ୍, ଛାତ୍ରଆହତ


ମାଲକାନଗିରି, ୧ ଅକ୍ଟୋବର (ହି.ସ.)- କ୍ଲାସ୍ ଚାଲିଥିବା ବେଳେ ବିଦ୍ୟାଳୟ ଛାତରୁ କଂକ୍ରିଟ୍ ଖସି ପଡ଼ି ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ଆହତ ହୋଇଛନ୍ତି। ଏଭଳି ଅଘଟଣ ଘଟିଛି ଚିତ୍ରକୋଣ୍ଡା ପିଏମ୍ଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ।

ସୂଚନା ଅନୁସାରେ, ବିଦ୍ୟାଳୟରେ ପାଠପଢ଼ା ଚାଲିଥିବା ସମୟରେ ହଠାତ୍ ଛାତରୁ କଂକ୍ରିଟ୍ ର ଏକ ଅଂଶ ଖସି ଅଷ୍ଟମ ଶ୍ରେଣୀର ଜଣେ ଛାତ୍ରଙ୍କ ଉପରେ ପଡ଼ିଥିଲା। ଫଳରେ ଛାତ୍ରଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ଆହତ ଛାତ୍ରଙ୍କ ମୁଣ୍ଡରେ ୫ଟି ଷ୍ଟିଚ୍ ପଡ଼ିଥିବା ଜଣାପଡ଼ିଛି। ବର୍ତ୍ତମାନ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ ଛାତ୍ରଙ୍କ ଚିକିତ୍ସା ଚାଲିଛି। କ୍ଲାସ୍ ରୁମ୍ ରେ ପାଠପଢ଼ା ସମୟରେ ଏଭଳି ଅଘଟଣ ଘଟିବାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଛି। ବିଦ୍ୟାଳୟ ଭବନର ସୁରକ୍ଷା ଓ ଛାତର ଅବସ୍ଥା ଯାଞ୍ଚ କରିବା ସହ ଏଭଳି ଘଟଣାର ପୁନରାବୃତ୍ତି ଯେପରି ନ ହୁଏ, ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହୋଇଛି। ଡାକ୍ତର କହିଛନ୍ତି ଛାତ୍ରଙ୍କ ଜୀବନ ପ୍ରତି କୌଣସି ବିପଦ ନାହିଁ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande