ଏମ୍.ଭି-୫୮ ରୁ ପୋଲୁର ରାସ୍ତାରେ ଭାଙ୍ଗି ଯାଇଛି କଲଭର୍ଟ, ଯାତାୟତ ଠପ୍, ଦୁର୍ଘଟଣା ଆଶଙ୍କା
ମାଲକାନଗିରି, ୧ ଅକ୍ଟୋବର (ହି.ସ.)- ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ଅନ୍ତର୍ଗତ ଏମ୍.ଭି-୫୮ ରୁ ପୋଲୁର ସଂଯୋଗ ରାସ୍ତାରେ ଥିବା କଲଭର୍ଟ କିଛି ଦିନ ତଳେ ହୋଇଥିବା ଲଗାଣ ବର୍ଷାରେ ସମ୍ପୂର୍ଣ୍ଣ ଧସି ଯାଇଛି । ଫଳରେ ଏହି ରାସ୍ତାରେ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । କଲଭର୍ଟ ସାମ୍ନାରେ ଥିବା ରାସ
ଏମ୍.ଭି-୫୮ ରୁ ପୋଲୁର ରାସ୍ତାରେ ଭାଙ୍ଗି ଯାଇଛି କଲଭର୍ଟ  ଯାତାୟତ


ମାଲକାନଗିରି, ୧ ଅକ୍ଟୋବର (ହି.ସ.)- ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ଅନ୍ତର୍ଗତ ଏମ୍.ଭି-୫୮ ରୁ ପୋଲୁର ସଂଯୋଗ ରାସ୍ତାରେ ଥିବା କଲଭର୍ଟ କିଛି ଦିନ ତଳେ ହୋଇଥିବା ଲଗାଣ ବର୍ଷାରେ ସମ୍ପୂର୍ଣ୍ଣ ଧସି ଯାଇଛି । ଫଳରେ ଏହି ରାସ୍ତାରେ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । କଲଭର୍ଟ ସାମ୍ନାରେ ଥିବା ରାସ୍ତା ଅଧାରୁ ଅଧିକ ଅଂଶ ଧୋଇ ହୋଇଯାଇଥିବାରୁ କୌଣସି ଗାଡ଼ି ମୋଟର ଯାଇପାରୁ ନାହିଁ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏହି ରାସ୍ତା ଦେଇ ପ୍ରତିଦିନ ଶହ ଶହ ଲୋକ, ସ୍କୁଲ କଲେଜ ଛାତ୍ରଛାତ୍ରୀ ଓ ରୋଗୀ ନେଇ ଯାଉଥିବା ଆମ୍ବୁଲାନ୍ସ ଯାତାୟତ କରିଥାଏ । ରାସ୍ତା ବନ୍ଦ ହେବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ତ୍ତମାନ ସାମାନ୍ୟ ବର୍ଷା ହେଲେ ମଧ୍ୟ ପାଣି ପୋଲ ଉପରୁ ପ୍ରବାହିତ ହେଉଛି । ଫଳରେ ଯେ କୌଣସି ମୁହୂର୍ତ୍ତରେ ବଡ଼ ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି । ବିଶେଷ କରି ରାତି ସମୟରେ ଏହି ରାସ୍ତା ଅଧିକ ବିପଦପୂର୍ଣ୍ଣ ହୋଇପଡୁଛି। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଲୋକେ ପ୍ରଶାସନ ପାଖରେ ତୁରନ୍ତ କଲଭର୍ଟ ଓ ରାସ୍ତାର ମରାମତି ଦାବି କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande