ଦୋବଲ ହାଇସ୍କୁଲ ଠାରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ନିର୍ମାଣ ପାଇଁ ଦାବି କ୍ଷେତ୍ର ପରିଦର୍ଶନ କଲେ ଉପଜିଲ୍ଲାପାଳ
ଭଦ୍ରକ, ୧ ଅକ୍ଟୋବର (ହି.ସ.) - ଓଡ଼ିଶା ସରକାରଙ୍କ ପ୍ରାଥମିକ ଶିକ୍ଷା ବିକାଶ ଏବଂ ରୂପାନ୍ତରଣ ଯୋଜନା ଅଧୀନରେ ଦୋବଲ ହାଇସ୍କୁଲ ରେ ଏକ ‘ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ’ ନିର୍ମାଣ ପାଇଁ ସ୍ଥାନୀୟ ଅଂଚଳରେ ବେଶ ଆନନ୍ଦ ଓ ଉତ୍ସାହ ଦେଖିବାକୁ ମିଳିଛି।ଛାତ୍ର ଛାତ୍ରୀ ମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦ
DOBAL HIGH SCHOOL PARIDARSAN


ଭଦ୍ରକ, ୧ ଅକ୍ଟୋବର (ହି.ସ.) - ଓଡ଼ିଶା ସରକାରଙ୍କ ପ୍ରାଥମିକ ଶିକ୍ଷା ବିକାଶ ଏବଂ ରୂପାନ୍ତରଣ ଯୋଜନା ଅଧୀନରେ ଦୋବଲ ହାଇସ୍କୁଲ ରେ ଏକ ‘ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ’ ନିର୍ମାଣ ପାଇଁ ସ୍ଥାନୀୟ ଅଂଚଳରେ ବେଶ ଆନନ୍ଦ ଓ ଉତ୍ସାହ ଦେଖିବାକୁ ମିଳିଛି।ଛାତ୍ର ଛାତ୍ରୀ ମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ, ଆଧୁନିକ ଶିକ୍ଷାନୁଷ୍ଠାନର ଭିତିଭୂମି ଏବଂ ଗ୍ରାମାଂଚଳର ପିଲାଙ୍କୁ ସହରୀ ସ୍ତରର ଶିକ୍ଷାଗତ ପରିବେଶ ଯୋଗାଇ ଦେବା ଏହି ଯୋଜନାର ମୂଳଲକ୍ଷ୍ୟ। ଦୋବଲ ଅଂଚଳରେ ଏହି ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ହେଲେ ଏହି କ୍ଷେତ୍ରର ଶିକ୍ଷା ବ୍ୟବସ୍ଥାରେ ଏକ ବଡ଼ଧରଣର ପରିବର୍ତନ ଆସିବ ବୋଲି ବୁଦ୍ଧିଜୀବୀ ଓ ସ୍ଥାନୀୟ ଜନସାଧାରଣ ଆଶା ପ୍ରକଟ କରିଛନ୍ତି।ଏହି ବିଦ୍ୟାଳୟ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସ୍ଥାନୀୟ ଅଂଚଳର ଅଭିଭାବକ ମହଲ ଖୁସି ଦେଖିବାକୁ ମିଳିଛି।ପ୍ରକାଶ ଥାଉକି ଜାନୁଆରୀ ୭ ତାରିଖ ୨୦୨୬ ରେ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ ଆଭାସି ମାଧ୍ୟମରେ ଶୁଭ ଦେଇଥିଲେ । ଆଜି ଭଦ୍ରକ ଉପ ଜିଲ୍ଲାପାଳ ସୌରଭ ଚକ୍ରବର୍ତୀ କ୍ଷେତ୍ର ପରି ଦର୍ଶନ କରିଛନ୍ତି । ଏହି କାର୍ଯ୍ୟ ପାଇଁ ୬ କୋଟି ଟଙ୍କା ଅନୁମୋଦନ ହୋଇଛି ଖୁବ୍ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ଉପଜିଲ୍ଲାପାଳ କହିଛନ୍ତି। ତହସିଲଦାର ଜ୍ଞାନ ରଞ୍ଜନ ସାହୁ,ସରପଂଚ ଅଶୋକ କୁମାର ପଣ୍ଡା,ସମିତି ସଭ୍ୟ ପ୍ରତିନିଧି ସଂଜିତି କୁମାର ସାହୁ, ପ୍ରଧାନ ଶିକ୍ଷକ ବିଭୂତି ମିଶ୍ର,ପରିଚାଳନା କମିଟି ସଭାପତି ପ୍ରଦୀପ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande