ଜିଲ୍ଲା ସଡ଼କ ସୁରକ୍ଷା ଓ ଜାତୀୟ ରାଜପଥ ସୁରକ୍ଷା ଟାସ୍କ ଫୋର୍ସ ବୈଠକ
କେନ୍ଦ୍ରାପଡ଼ା, ୦୧ ଅକ୍ଟୋବର (ହି.ସ.) : ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ଏବଂ ଜିଲ୍ଲା ଜାତୀୟ ରାଜପଥ ସୁରକ୍ଷା ଟାସ୍କ ଫୋର୍ସ କମିଟିର ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅତିରିକ୍ତ ଏସ୍ପି ସୁଧାକର ସାହୁ, ଅତିରିକ୍ତ
ଜିଲ୍ଲା ସଡ଼କ ସୁରକ୍ଷା ଓ ଜାତୀୟ ରାଜପଥ ସୁରକ୍ଷା ଟାସ୍କ ଫୋର୍ସ ବୈଠକ


କେନ୍ଦ୍ରାପଡ଼ା, ୦୧ ଅକ୍ଟୋବର (ହି.ସ.) : ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ଏବଂ ଜିଲ୍ଲା ଜାତୀୟ ରାଜପଥ ସୁରକ୍ଷା ଟାସ୍କ ଫୋର୍ସ କମିଟିର ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅତିରିକ୍ତ ଏସ୍ପି ସୁଧାକର ସାହୁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରବୀନ୍ଦ୍ର କୁମାର ମଲ୍ଲିକ ଓ ଜଡଊ ବିଭାଗର ଅଧିକାରୀ, ଟ୍ରକ୍ ମାଲିକ ସଂଘ, ଘରୋଇ ବସ୍ ମାଲିକ ସଂଘ ସମେତ ସମ୍ପୃକ୍ତ ବିଭାଗର ଅଧିକାରୀ ଓ କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ।ବୈଠକରେ ଜାତୀୟ ରାଜପଥର ଏବଂ ଅନଧିକୃତ ଢାବା, ଗ୍ୟାରେଜ୍, ଦୋକାନ, ଭେଣ୍ଡିଂ ଜୋନ୍, ବାଣିଜ୍ୟିକ ନିର୍ମାଣ ଓ ଯାନବାହନ ଧୋଇବା ସ୍ଥାନଗୁଡ଼ିକୁ ଚିହ୍ନଟ କରି ଆଇନାନୁଯାୟୀ ନୋଟିସ୍ ଓ ଉଚ୍ଛେଦ ପଦକ୍ଷେପ ନେବା ଉପରେ ଆଲୋଚନା ହୋଇଥିଲା।ଜାତୀୟ ରାଜପଥର ମୁଖ୍ୟ ଚଳାଚଳ ପଥରେ ଭାରୀ ଯାନଗୁଡ଼ିକ ଅନଧିକୃତ ଭାବେ ପାର୍କିଂ କିମ୍ବା ଅଟକାଇ ରଖାଯିବାକୁ ରୋକିବା ଏବଂ ନିର୍ଦ୍ଧାରିତ ପାର୍କିଂ ବେ, ଲେ-ବାଇ ଓ ଅନ୍ୟାନ୍ୟ ସୁବିଧା ସ୍ଥଳରେ ଯାନ ପାର୍କିଂ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏଥିସହ ଗୋପା ଛକ, ଛଘରିଆ ଛକ ଓ ଛତା ଛକ ଅଂଚଳରେ ଅନଧିକୃତ ପାର୍କିଂ ଏବଂ ଭେଣ୍ଡିଂ ଜୋନ୍ ସମ୍ପର୍କିତ ସମସ୍ୟା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ବୈଠକରେ ତିନିମୁହାଣିରୁ ଦୁହୁରିଆ ପର୍ୟ୍ୟନ୍ତ ଭାରୀ ଯାନଗୁଡ଼ିକର ଅନଧିକୃତ ପାର୍କିଂ ହଟାଇବା ଓ ଆବଶ୍ୟକ ସ୍ଥାନରେ ସେମାନଙ୍କ ପାଇଁ ଉପଯୁକ୍ତ ଥଇଥାନ ବ୍ୟବସ୍ଥା କରିବା ସହ ୫୩ ସମ୍ପର୍କିତ ସଡ଼କ ସୁରକ୍ଷା ବିଷୟଗୁଡ଼ିକ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।ସଡ଼କ ସୁରକ୍ଷା ନିୟମର କଡ଼ାକଡ଼ି ପାଳନ ଓ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ଉପରେ ସମ୍ପୃକ୍ତ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଥିଲା।ଜୁଲାଇ ଓ ଅଗଷ୍ଟ ୨୦୨୬ ମାସର ସଡ଼କ ସୁରକ୍ଷା ତଥ୍ୟ ବୈଠକରେ ସମୀକ୍ଷା କରାଯାଇଥିଲା। ଏହି ଦୁଇ ମାସରେ ଓଭରସ୍ପିଡ୍ର ୧୪୮୧ଟି ମାମଲା ଚିହ୍ନଟ ହୋଇ ୪ଲକ୍ଷ ୮୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ମୋବାଇଲ୍ ଫୋନ୍ ବ୍ୟବହାର କରି ଗାଡ଼ି ଚାଳନାର ୧୦୦ଟି ମାମଲାରେ ୪୦,୦୦୦ ଟଙ୍କା ଜରିମାନା ଆଦାୟ ହୋଇଥିଲା। ହେଲମେଟ୍ ବିନା ଚାଳନାର ୬୫୯ଟି ମାମଲାରେ ୬୬ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିଲା। ସିଟ ବେଲ୍ଟ ବିନା ଚାଳନାର ୬ଟି ମାମଲାରେ ୪ ହଜାର ଟଙ୍କା ଆଦାୟ ହୋଇଥିଲା।ମାଲବାହୀ ଯାନରେ ଯାତ୍ରୀ ପରିବହନର ୨୯ଟି ମାମଲାରେ ୪୦ ହଜାର ଟଙ୍କା ଆଦାୟ ହୋଇଥିଲା। ମାଲବାହୀ ଯାନରେ ଓଭରଲୋଡିଂର ୬୦ଟି ମାମଲାରେ ୬ ଲକ୍ଷ ୫୩ ହଜାର ୫୦୪ ଟଙ୍କା ଆଦାୟ ହୋଇଥିଲା। ଅନଧିକୃତ ପାର୍କିଂର ୧୭୭ଟି ମାମଲାରେ ୧୪ହଜାର ୫୦୦ ଟଙ୍କା ଆଦାୟ ହୋଇଥିଲା। ମଦ୍ୟପାନ କରି ଗାଡ଼ି ଚାଳନାର ୧୩ଟି ମାମଲାରେ ୨୦ ହଜାର ଟଙ୍କା ଆଦାୟ ହୋଇଥିଲା।ଏହି ସମୟ ମଧ୍ୟରେ ମୋଟ ୧୬ଟି ଜଉକୁ ମୋଟର ଯାନ ଆଇନର ଧାରା ୫୩ ଅନୁଯାୟୀ ସସ୍ପେଣ୍ଡ କରାଯାଇଛି। ଏଥିରେ ପରମିଟ୍ ବିନା ଯାନ ଚଳାଚଳ, ବୈଧ ଫିଟନେସ୍ ସାର୍ଟିଫିକେଟ୍ ବିନା ଚଳାଚଳ, ବୀମା ବିନା ଯାନ ଚଳାଚଳ, ବିପଜ୍ଜନକ ଚାଳନା, ଏବଂ ନାବାଳକଙ୍କ ଦ୍ୱାରା ଯାନ ଚାଳନା ଭଳି ବିଭିନ୍ନ ଅପରାଧ ସମ୍ପୃକ୍ତ ରହିଛି। ଉପରୋକ୍ତ ଉଲ୍ଲଂଘନକାରୀଙ୍କ ବିରୋଧରେ ୦୧.୦୭.୨୦୨୬ ଠାରୁ ୩୧.୦୮.୨୦୨୬ ପର୍ୟ୍ୟନ୍ତ ୨୪୧ଟି ଡ୍ରାଇଭିଂ ଲାଇସେନ୍ସ ସସ୍ପେଣ୍ଡ କରାଯାଇଥିଲା। ଜିଲ୍ଲାରେ ଅନଧିକୃତ ପାର୍କିଂ, ରାଜପଥ ଅତିକ୍ରମଣ, ଅସୁରକ୍ଷିତ ରାସ୍ତାପାର୍ଶ୍ୱ କାର୍ୟ୍ୟକଳାପ ଓ ଭିତିଭୂମିଗତ ତ୍ରୁଟି ଯୋଗୁଁ ଘଟୁଥିବା ଦୁର୍ଘଟଣାକୁ ହ୍ରାସ କରିବା ସହ ଏକ ସୁରକ୍ଷିତ ଓ ସୁଗମ ଯାତାୟାତ ବ୍ୟବସ୍ଥା ସୁନିଶ୍ଚିତ କରିବା ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande