ଜିଲ୍ଲାସ୍ତରୀୟ ବରିଷ୍ଠ ନାଗରିକ ଦିବସ, ୨୦୨୬ ମହାସମାରୋହରେ ପାଳିତ
ବଲାଙ୍ଗିର, ୦୧ ଅକ୍ଟୋବର (ହି.ସ.) - ସମାଜର ମୂଳଦୁଆକୁ ମଜବୁତ କରିବାରେ ଏବଂ ପ୍ରତ୍ୟେକ ପରିବାରକୁ ସଂସ୍କୃତି ଓ ସଂସ୍ମରଣର ସୂତ୍ରରେ ବାନ୍ଧି ରଖିବାରେ ବରିଷ୍ଠ ନାଗରିକମାନଙ୍କ ଭୂମିକା ଅତୁଳନୀୟ। ଏହି ମହତ୍ୱ୍ୱପୂର୍ଣ୍ଣ ବାର୍ତାକୁ ବ୍ୟାପକ କରିବା ଏବଂ ସେମାନଙ୍କର ଅଧିକାର ତଥା କଲ୍ୟାଣ ସୁନିଶ୍ଚିତ କରିବ
ଜିଲ୍ଲାସ୍ତରୀୟ ବରିଷ୍ଠ ନାଗରିକ ଦିବସ, ୨୦୨୬ ମହାସମାରୋହରେ ପାଳିତ ।


ଜିଲ୍ଲାସ୍ତରୀୟ ବରିଷ୍ଠ ନାଗରିକ ଦିବସ, ୨୦୨୬ ମହାସମାରୋହରେ ପାଳିତ ।


ବଲାଙ୍ଗିର, ୦୧ ଅକ୍ଟୋବର (ହି.ସ.) - ସମାଜର ମୂଳଦୁଆକୁ ମଜବୁତ କରିବାରେ ଏବଂ ପ୍ରତ୍ୟେକ ପରିବାରକୁ ସଂସ୍କୃତି ଓ ସଂସ୍ମରଣର ସୂତ୍ରରେ ବାନ୍ଧି ରଖିବାରେ ବରିଷ୍ଠ ନାଗରିକମାନଙ୍କ ଭୂମିକା ଅତୁଳନୀୟ। ଏହି ମହତ୍ୱ୍ୱପୂର୍ଣ୍ଣ ବାର୍ତାକୁ ବ୍ୟାପକ କରିବା ଏବଂ ସେମାନଙ୍କର ଅଧିକାର ତଥା କଲ୍ୟାଣ ସୁନିଶ୍ଚିତ କରିବା ଦିଗରେ ଆଜି ବଲାଙ୍ଗୀର ସହରସ୍ଥିତ ସୁଦପଡ଼ା କଲ୍ୟାଣ ମଣ୍ଡପଠାରେ ଅତ୍ୟନ୍ତ ଭବ୍ୟ ଓ ଆନନ୍ଦଦାୟକ ପରିବେଶରେ ଜିଲ୍ଲାସ୍ତରୀୟ ବରିଷ୍ଠ ନାଗରିକ ଦିବସ, ୨୦୨୬ ମହାସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ ତଥା ସମାଜ ସୁରକ୍ଷା ଓ ସଶକ୍ତିକରଣ ବିଭାଗର ମିଳିତ ପ୍ରୟାସରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ବରିଷ୍ଠ ନାଗରିକମାନେ ଯୋଗଦେଇ ଏହି ଦିବସକୁ ଏକ ଐତିହାସିକ ଉତ୍ସବରେ ପରିଣତ କରିଥିଲେ।

ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ମଦନଜିତ ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ବଲାଙ୍ଗୀର ପୌରପରିଷଦର ଅଧ୍ୟକ୍ଷା ଶ୍ରୀମତି ଲିକା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସେ ନିଜର ବକ୍ତବ୍ୟରେ କହିଥିଲେ ଯେ, ବରିଷ୍ଠ ନାଗରିକମାନେ ହେଉଛନ୍ତି ସମାଜର ଚଳନ୍ତି ଜ୍ଞାନକୋଷ, ଯାହାଙ୍କର ଅଭିଜ୍ଞତା ଓ ଜ୍ଞାନରୁ ଆଜିର ଯୁବପିଢ଼ି ପ୍ରେରଣା ପାଇବା ଉଚିତ୍। ସେମାନଙ୍କ ସେବା ଓ ଯତ୍ନ ନେବା କେବଳ ଆଇନଗତ ଦାୟିତ୍ୱ ନୁହେଁ, ବରଂ ଏହା ପ୍ରତ୍ୟେକ ନାଗରିକଙ୍କର ନୈତିକ କର୍ତବ୍ୟ ବୋଲି ସେ ମତବ୍ୟକ୍ତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ପବିତ୍ରାନନ୍ଦ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବରିଷ୍ଠ ନାଗରିକମାନଙ୍କର ବିଭିନ୍ନ ଆଇନଗତ ସୁରକ୍ଷା, ରକ୍ଷଣାବେକ୍ଷଣ ଆଇନ ତଥା ସରକାରଙ୍କ ଦ୍ୱାରା ପ୍ରଦତ ବିଭିନ୍ନ ରିହାତି ଓ କଲ୍ୟାଣମୂଳକ ଯୋଜନାଗୁଡ଼ିକ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ସଚେତନତା ଅଭାବରୁ ଯେପରି କୌଣସି ବରିଷ୍ଠ ନାଗରିକ ସେମାନଙ୍କ ହକ୍ ରୁ ବଂଚିତ ନ ହୁଅନ୍ତି, ସେ ସମ୍ପର୍କରେ ଦୃଢ଼ ଗୁରୁତ୍ୱାରୋପ କରିଥିଲେ।

ସେହିପରି ବରିଷ୍ଠ ନାଗରିକ ସଂଘର ସଚିବ ବସନ୍ତ ଆଚାର୍ଯ୍ୟ, ବିଶିଷ୍ଟ ବରିଷ୍ଠ ନାଗରିକ ଅଶୋକ ଚାନ୍ଦ, କପିଳେଶ୍ୱର ଖମାରୀ ଏବଂ ଖିରଦ୍ର ତ୍ରିପାଠୀ ପ୍ରମୁଖ ମଂଚାସୀନ ରହି ବରିଷ୍ଠ ନାଗରିକମାନଙ୍କ ବିଭିନ୍ନ ଦୈନନ୍ଦିନ ସମସ୍ୟା, ସ୍ୱାସ୍ଥ୍ୟସେବାର ଉନ୍ନତିକରଣ ଏବଂ ସାମାଜିକ ସୁରକ୍ଷା ପରିସରକୁ ଆହୁରି ବ୍ୟାପକ କରିବା ନେଇ ବାସ୍ତବଧର୍ମୀ ମତାମତ ରଖିଥିଲେ। ଅନ୍ୟପକ୍ଷରେ, ଏ.ଏଲ୍.ଆଇ.ଏମ୍.ସି.ଓ. , ବଲାଙ୍ଗୀରଙ୍କ ପ୍ରତିନିଧି ସୁରେନ୍ଦ୍ର ଭୋଇ ଯୋଗଦେଇ ବରିଷ୍ଠ ନାଗରିକମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ସହାୟକ ଉପକରଣ, କୃତ୍ରିମ ଅଙ୍ଗ ଏବଂ ସେଗୁଡ଼ିକୁ ପାଇବାର ସହଜ ପ୍ରକ୍ରିୟା ସମ୍ପର୍କରେ ଉପସ୍ଥିତ ସମସ୍ତଙ୍କୁ ଅବଗତ କରାଇଥିଲେ।

କାର୍ଯ୍ୟକ୍ରମର ମଂଚ ପରିଚାଳନା ଦାୟିତ୍ୱ ଉପଖଣ୍ଡ ସମାଜ ସୁରକ୍ଷା ଅଧିକାରୀ ସସ୍ମିତା ହୋତା ଏବଂ ସୁମିତ୍ରା ଖରା ତୁଲାଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande