
ପୁରୀ, ୧ ଅକ୍ଟୋବର (ହି.ସ.)- ସ୍ୱର୍ଗତ ଗୌରମଣି ଗୁରୁଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ବାଲିସାହି ହିଂଜଳ ଜାଗା ଠାରେ ଗତକାଲି ପାଳିତ ହୋଇଯାଇଛି । ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ କାର୍ତ୍ତିକ ଚ଼ନ୍ଦ୍ର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଭଜନ ସମାରୋହ ଆୟୋଜନ ହୋଇଥିଲା । ଏଥିରେ ପୁରୀର ନାମିଦାମୀ କଣ୍ଠଶିଳ୍ପୀ ପ୍ରକାଶିନୀ ସାହୁ, ଯଜ୍ଞଦତ୍ତ ଦାଶ, ସ୍ୱପ୍ନା ଷଢ଼ଙ୍ଗୀ ଓ ମୀରମ୍ବିକା ପାତ୍ର ଆଦି ଯୋଗ ଦେଇ ପୁରାତନ ଓ ନୂତନ ଭଜନ ପରିବେଷଣ କରି ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲେ । ଏଥି ସହିତ ଚିନୁ, ରତିକାନ୍ତ , ମାଧବ, କାଳିଆ, ଯୁଯୁ ଓ ବିକାଶ ଆଦି ବାଦ୍ୟଶିଳ୍ପୀ ଭାବେ ଯୋଗଦେଇ ସଂଗୀତ ପରିବେଷଣରେ ସାମିଲ ହୋଇଥିଲେ |
ହିନ୍ଦୁସ୍ଥାନ ସମାଚାର / ବିଜୟ