ହସ୍ତତନ୍ତ କେନ୍ଦ୍ର ଓ ଇରମ ପର୍ଯ୍ୟଟନ ପ୍ରକଳ୍ପ ପରିଦର୍ଶନ କଲେ ଜିଲ୍ଲାପାଳ
ଭଦ୍ରକ, ୧ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ଅଧୁଆ ଗ୍ରାମ ପଂଚାୟତରେ ଥିବା ହସ୍ତତନ୍ତ କେନ୍ଦ୍ର ଏବଂ ଇରମ ଗ୍ରାମ ପଂଚାୟତ ଅଧୀନରେ ଚାଲିଥିବା ପର୍ଯ୍ୟଟନ ପ୍ରକଳ୍ପକୁ ଜିଲ୍ଲାପାଳ ପରିଦର୍ଶନ କରିଛନ୍ତି। ପରିଦର୍ଶନ ସମୟରେ ଜିଲ୍ଲାପାଳ ହସ୍ତତନ୍ତ କେନ୍ଦ୍ରର କାର୍ଯ୍ୟକଳାପ, ବ
HASTATANTRA KENDRA & ERAM PARYATAN


ଭଦ୍ରକ, ୧ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ଅଧୁଆ ଗ୍ରାମ ପଂଚାୟତରେ ଥିବା ହସ୍ତତନ୍ତ କେନ୍ଦ୍ର ଏବଂ ଇରମ ଗ୍ରାମ ପଂଚାୟତ ଅଧୀନରେ ଚାଲିଥିବା ପର୍ଯ୍ୟଟନ ପ୍ରକଳ୍ପକୁ ଜିଲ୍ଲାପାଳ ପରିଦର୍ଶନ କରିଛନ୍ତି। ପରିଦର୍ଶନ ସମୟରେ ଜିଲ୍ଲାପାଳ ହସ୍ତତନ୍ତ କେନ୍ଦ୍ରର କାର୍ଯ୍ୟକଳାପ, ବୁଣାକାରମାନଙ୍କ ସୁବିଧା ଓ ଉତ୍ପାଦିତ ସାମଗ୍ରୀ ସମ୍ପର୍କରେ ଅବଗତ ହୋଇଥିଲେ। ହସ୍ତତନ୍ତ ଶିଳ୍ପର ବିକାଶ, ବୁଣାକାରଙ୍କ ଜୀବିକା ସୁଦୃଢ଼ୀକରଣ ଏବଂ ଉତ୍ପାଦର ବଜାର ସୁଯୋଗ ବୃଦ୍ଧି ନେଇ ଆବଶ୍ୟକ ପଦକ୍ଷେପ ସମ୍ପର୍କରେ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ସେହିପରି, ଏରମ ଗ୍ରାମ ପଂଚାୟତ ଅଧୀନରେ ଥିବା ପର୍ଯ୍ୟଟନ ପ୍ରକଳ୍ପ ପରିଦର୍ଶନ କରି ଏହାର ଭିତିଭୂମି, ଚାଲୁଥିବା କାର୍ଯ୍ୟ ଓ ପର୍ଯ୍ୟଟକଙ୍କ ପାଇଁ ଉପଲବ୍ଧ ସୁବିଧା ସମ୍ପର୍କରେ ସମୀକ୍ଷା କରିଥିଲେ। ପ୍ରକଳ୍ପର କାର୍ଯ୍ୟ ନିର୍ଦ୍ଧାରିତ ମାନଦଣ୍ଡ ଓ ସମୟସୀମା ମଧ୍ୟରେ ସମ୍ପାଦନ କରିବା ସହ ଅଂଚଳର ପର୍ଯ୍ୟଟନ ସମ୍ଭାବନାର ବିକାଶ ଉପରେ ଗୁରୁତ୍ୱ ଦେବାକୁ ସମ୍ପୃକ୍ତ ଅଧିକାରୀଙ୍କୁ କୁହାଯାଇଥିଲା।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande