ଅନ୍ତର୍ଜାତୀୟ ବୟୋଜ୍ୟେଷ୍ଠ ଦିବସ ପାଳିତ
ଜୟପୁର, ୧ ଅକ୍ଟୋବର (ହି.ସ.)- ଜୟପୁର ଟାଉନ ହଲ ଠାରେ ଉପଖଣ୍ଡ ସ୍ତରୀୟ ଅନ୍ତର୍ଜାତୀୟ ବୟୋଜ୍ୟେଷ୍ଠ ଦିବସ ପାଳିତ ହୋଇଛି । ଜୟପୁର ଉପ ଜିଲାପାଳଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତ
ଅନ୍ତର୍ଜାତୀୟ ବୟୋଜ୍ୟେଷ୍ଠ ଦିବସ  ପାଳିତ


ଜୟପୁର, ୧ ଅକ୍ଟୋବର (ହି.ସ.)- ଜୟପୁର ଟାଉନ ହଲ ଠାରେ ଉପଖଣ୍ଡ ସ୍ତରୀୟ ଅନ୍ତର୍ଜାତୀୟ ବୟୋଜ୍ୟେଷ୍ଠ ଦିବସ ପାଳିତ ହୋଇଛି । ଜୟପୁର ଉପ ଜିଲାପାଳଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଏସଡିପିଓ ଅଚ୍ଚିତା ମିତ୍ତଲ, ବ୍ଲକ ଅଧ୍ୟକ୍ଷା ତିଳୋତ୍ତମା ମୁଦୁଲି, ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି ଉପସ୍ଥିତ ରହି ଉଦଘାଟନ କରିଥିଲେ । ବୟୋଜ୍ୟେଷ୍ଠ ନାଗରିକଙ୍କ ପ୍ରତି ସମ୍ମାନ, ସୁରକ୍ଷା ଓ ସାମାଜିକ ଦାୟିତ୍ୱ ସମ୍ପର୍କରେ ନିଜ ମତବ୍ୟକ୍ତ କରିଥିଲେ । ବିଭିନ୍ନ ବିଭାଗର ପ୍ରଶିକ୍ଷକ କାର୍ଯ୍ୟକ୍ରମରେ ଯୋଗଦେଇ ନ୍ୟାୟ ବ୍ୟବସ୍ଥା ବୟୋଜ୍ୟେଷ୍ଠଙ୍କ ନିମନ୍ତେ ସରକାରୀ ଯୋଜନା ସ୍ୱାସ୍ଥ୍ୟ ବଳି ବିଭିନ୍ନ ଗୁରୁତ୍ୱପୁଣ୍ଣ ବିଷୟରେ ସମସ୍ତଙ୍କୁ ଅବଗତ କରାଯାଇଥିଲେ । ଉପସ୍ଥିତ ସମସ୍ତ ଅତିଥି ଓ ବୟୋଜ୍ୟେଷ୍ଠ ମାନେ ଏକ ପେଡ ମା କି ନାମ ଅଭିଯାନ ଅନ୍ତର୍ଗତ ଚାରା ରୋପଣ କରିଥିଲେ । ଏହି ଅବସରରେ ୫୦ ଜଣ ବୟୋଜ୍ୟେଷ୍ଠ ନାଗରିକ ଯୋଗାଭ୍ୟାସ ୮୦ ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ୧୫ ଜଣହ୍କୁ ପିଏମଡିକେ ତରଫରୁ ଆବଶ୍ୟକ ସହୟତା ଉପକରଣ ପ୍ରଦାନ କରାଯାଇଥିଲା । ଛାତ୍ରଛାତ୍ରୀମାନେ ଆଲୋଚନା ଚକ୍ରରେ ଭାଗ ନେଇଥିଲେ । ଚିତ୍ରାଙ୍କନ, କବିତା, ବିତର୍କ ଭାଗ ନେବା ସହ ନୃତ୍ୟ ପରିବେଷଣ କରାଯାଇଥିଲା । ଉଦଯାପନି ସମରୋହରେ ଉପ ଜିଲାପାଳ ସୁଭ୍ରା ପଣ୍ଡା ଯୋଗଦେଇ ସମସ୍ତ ଅଂଶଗ୍ରହଣକାରୀ ଛାତ୍ର ଛାତ୍ରୀ ଓ ବୟୋଜ୍ୟେଷ୍ଠ ନାଗରିକଙ୍କୁ ସମ୍ମାନିତ କରିଥିଲେ । ଜୟପୁର ବ୍ଲକ, ପୌରପାଳିକା ଉପ ଜିଲାପାଳ ଜୟପୁର କାର୍ଯ୍ୟ।ଳୟର ସମସ୍ତ କର୍ମଚାରୀଙ୍କ ସହ ବିଭିନ୍ନ ବିଭାଗର କର୍ମଚାରୀ, ସ୍ୱେଛାସେବୀ ସଂଗଠନ ଓ ସାଧାରଣ ଜନସାଧାରଣ ସହେଯାଗ କରିଥିଲେ ।ସେହିପରି ଜୟପୁର ସିଟିଜେନ୍ କମିଟି ଆନୁକୂଲ୍ୟରେ ଜୟପୁରସ୍ଥିତ ସିଟିଜେନ୍ କମିଟି ଭବନଠାରେ ଆନ୍ତର୍ଜାତୀୟ ବୟୋଜ୍ୟେଷ୍ଠ ଦିବସ ପାଳନ କରାଯାଇଥିଲା। ଏହି ଅବସରରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୟୋଜ୍ୟେଷ୍ଠମାନଙ୍କ ପ୍ରତି ନିଜର ସମ୍ମାନ ଓ ଶୁଭେଚ୍ଛା ଜଣାଇଥିଲେ। ବୟୋଜ୍ୟେଷ୍ଠମାନେ ଆମ ସମାଜର ଅମୂଲ୍ୟ ସମ୍ପଦ। ସେମାନଙ୍କର ଅଭିଜ୍ଞତା, ଜୀବନବ୍ୟାପୀ ସଂଘର୍ଷ, ତ୍ୟାଗ ଓ ଅବଦାନ ଆମ ସମାଜକୁ ସମୃଦ୍ଧ କରିଛି। ସେମାନଙ୍କ ପ୍ରତି ସମ୍ମାନ, ଯତ୍ନ, ସୁରକ୍ଷା ଓ ଉପଯୁକ୍ତ ମର୍ଯ୍ୟାଦା ପ୍ରଦାନ କରିବା ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ। ବୟୋଜ୍ୟେଷ୍ଠମାନଙ୍କ ଅଧିକାରର ସୁରକ୍ଷା ଓ ସେମାନଙ୍କୁ ଏକ ସମ୍ମାନଜନକ ଜୀବନ ପ୍ରଦାନ କରିବା ଦିଗରେ ସମାଜର ପ୍ରତ୍ୟେକ ବର୍ଗ ଆଗେଇ ଆସିବା ଆବଶ୍ୟକ।ଏହିପରି କାର୍ଯ୍ୟକ୍ରମ ସମାଜରେ ବୟୋଜ୍ୟେଷ୍ଠମାନଙ୍କ ପ୍ରତି ସମ୍ମାନ ଓ ସଚେତନତା ବୃଦ୍ଧି କରିବା ସହ ଏକ ସହାନୁଭୂତିଶୀଳ ଓ ମାନବିକ ସମାଜ ଗଠନରେ ସହାୟକ ହେବ।ସେହିପରି ନାରାୟଣପାଟଣା ବ୍ଲକ ପ୍ରଶାସନ ପକ୍ଷରୁ ଆଜି ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ଏହି ଦିବସରେ ବ୍ଲକ ଅଧ୍ୟକ୍ଷ ଗୋଲାଦି ତ୍ରିନାଥ ମୁଖ୍ୟ ଅତିଥି ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିକ୍ରମ ଦୋରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ ନାରାୟଣପାଟଣା ବ୍ଲକର ବହୁ ସଂଖ୍ୟକ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମର ଆରମ୍ଭରେ ବ୍ଲକ ପରିସରରେ ବରିଷ୍ଠ ନାଗରିକଙ୍କ ଉପସ୍ଥିତିରେ ବୃକ୍ଷରୋପଣ କରାଯାଇଥିଲା। ପରେ ବ୍ଲକ ବୈଠକ ଗୃହରେ ବରିଷ୍ଠ ନାଗରିକମାନଙ୍କୁ ନିମନ୍ତ୍ରଣ କରାଯାଇ ସମ୍ମାନିତ କରାଯାଇଥିଲା। ସାମାଜିକ କଲ୍ୟାଣ ବିଭାଗ ପକ୍ଷରୁ ବରିଷ୍ଠ ନାଗରିକଙ୍କ ବିଭିନ୍ନ ପରୀକ୍ଷା କରାଯାଇ ଆବଶ୍ୟକତା ଅନୁଯାୟୀ ବିଭିନ୍ନ ପ୍ରକାରର ସହାୟକ ଉପକରଣ ପ୍ରଦାନ କରାଯାଇଥିଲା।ଏହି ଅବସରରେ ବ୍ଲକ ଅଧ୍ୟକ୍ଷ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିଜ ଅଭିଭାଷଣରେ ସମାଜ ଗଠନରେ ବରିଷ୍ଠ ନାଗରିକଙ୍କ ଅବଦାନ, ସେମାନଙ୍କ ପ୍ରତି ସମ୍ମାନ ଓ ଯତ୍ନର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande