ପାର୍ବଣ ଋତୁ ପୂର୍ବରୁ ମହଙ୍ଗା ହେଲା ବାଣିଜ୍ୟିକ ଗ୍ୟାସ୍ ସିଲିଣ୍ଡର୍ ମୂଲ୍ୟ , ୧୪.୨ କେଜି ରନ୍ଧନ ଗ୍ୟାସ୍ ମୂଲ୍ୟ ଅପରିବର୍ତ୍ତିତ
ନୂଆଦିଲ୍ଲୀ, ଅକ୍ଟୋବର 1 (ହି.ସ): ଦେଶରେ ପାର୍ବଣ ଋତୁ ଆରମ୍ଭ ହେବାର ଠିକ୍ ପୂର୍ବରୁ ଦେଶର ତୈଳ ବିପଣନ କମ୍ପାନୀଗୁଡ଼ିକ ଏଲପିଜି ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ତେବେ ଏହି ଦରବୃଦ୍ଧି କେବଳ ୧୯ କିଲୋଗ୍ରାମ ଓଜନର କମର୍ସିଆଲ ଏଲପିଜି ଗ୍ୟାସ ସିଲିଣ୍ଡର ପାଇଁ ଲାଗୁ ହୋଇଛି। ୧୪.
प्रतीकात्मक


ନୂଆଦିଲ୍ଲୀ, ଅକ୍ଟୋବର 1 (ହି.ସ): ଦେଶରେ ପାର୍ବଣ ଋତୁ ଆରମ୍ଭ ହେବାର ଠିକ୍ ପୂର୍ବରୁ ଦେଶର ତୈଳ ବିପଣନ କମ୍ପାନୀଗୁଡ଼ିକ ଏଲପିଜି ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ତେବେ ଏହି ଦରବୃଦ୍ଧି କେବଳ ୧୯ କିଲୋଗ୍ରାମ ଓଜନର କମର୍ସିଆଲ ଏଲପିଜି ଗ୍ୟାସ ସିଲିଣ୍ଡର ପାଇଁ ଲାଗୁ ହୋଇଛି। ୧୪.୨ କିଲୋଗ୍ରାମ ଓଜନର ଏଲପିଜି ଗ୍ୟାସ ସିଲିଣ୍ଡର (ରୋଷେଇ ଗ୍ୟାସ) ଦରରେ କୌଣସି ପରିବର୍ତ୍ତନ କରାଯାଇନାହିଁ।

ଦରବୃଦ୍ଧି ପରେ ଆଜିଠାରୁ ଦେଶର ବିଭିନ୍ନ ରାଜ୍ୟରେ କମର୍ସିଆଲ ଏଲପିଜି ଗ୍ୟାସ ସିଲିଣ୍ଡର ୬୨.୫୦ ଟଙ୍କାରୁ ୭୫ ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହୋଇଛି। କମର୍ସିଆଲ ଏଲପିଜି ଗ୍ୟାସ ସିଲିଣ୍ଡର ଦରରେ ସର୍ବାଧିକ ୭୧.୫୦ ଟଙ୍କା ବୃଦ୍ଧି ପାଟନାରେ ହୋଇଥିବାବେଳେ ଦିଲ୍ଲୀରେ ସର୍ବନିମ୍ନ ୬୨.୫୦ ଟଙ୍କା ବୃଦ୍ଧି କରାଯାଇଛି।

ଗ୍ୟାସ ସିଲିଣ୍ଡର ମହଙ୍ଗା ହେବା ଯୋଗୁଁ ରେଷ୍ଟୁରାଣ୍ଟ, ଢାବା କିମ୍ବା କ୍ୟାଟରିଂ ସେବା ଚଳାଉଥିବା କମର୍ସିଆଲ ଶ୍ରେଣୀର ଉପଭୋକ୍ତାଙ୍କ ଉପରେ ମହଙ୍ଗା ମାଡ଼ ବଢ଼ିବ। ଏହାର ପ୍ରଭାବରେ ସେମାନେ ଗ୍ରାହକଙ୍କୁ ଦେଉଥିବା ସେବାର ଦର ମଧ୍ୟ ବଢ଼ାଇ ପାରନ୍ତି। ଏଲପିଜି ଗ୍ୟାସର ଏହି ଦରବୃଦ୍ଧି କେବଳ କମର୍ସିଆଲ ଶ୍ରେଣୀର ସିଲିଣ୍ଡର ପାଇଁ କରାଯାଇଛି। ଘରୋଇ ବ୍ୟବହାରରେ ଆସୁଥିବା ୧୪.୨ କିଲୋଗ୍ରାମ ଓଜନର ସିଲିଣ୍ଡର (ରୋଷେଇ ଗ୍ୟାସ) ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ।

ତୈଳ ବିପଣନ କମ୍ପାନୀ ପକ୍ଷରୁ ଉପଲବ୍ଧ କରାଯାଇଥିବା ସୂଚନା ଅନୁସାରେ, ଦରବୃଦ୍ଧି ପରେ ଦିଲ୍ଲୀରେ କମର୍ସିଆଲ ଏଲପିଜି ଗ୍ୟାସ ସିଲିଣ୍ଡର ୬୨.୫୦ ଟଙ୍କା ମହଙ୍ଗା ହୋଇ ୨,୭୪୭.୫୦ ଟଙ୍କା ବଦଳରେ ଏବେ ୨,୮୧୦ ଟଙ୍କାରେ ମିଳୁଛି। ସେହିପରି ମୁମ୍ବାଇରେ କମର୍ସିଆଲ ଏଲପିଜି ଗ୍ୟାସ ସିଲିଣ୍ଡର ୬୩.୫୪ ଟଙ୍କା ମହଙ୍ଗା ହୋଇ ଏବେ ୨,୭୬୪.୫୪ ଟଙ୍କାରେ ମିଳୁଛି।

--------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande