
ଭଦ୍ରକ, ୧ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ବାଲିମୁଣ୍ଡା ଗ୍ରାମପଂଚାୟତରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ।ଏହି ଅବସରରେ ଜ଼ିଲ୍ଲାପାଳ ବାସୁଦେବପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ତନ୍ମିତା କରଙ୍କ ସହ ନନ୍ଦପାଟଣା ଚନ୍ଦନ ପୋଖରୀ କନଭର୍ଜେନ୍ସ ପ୍ରକଳ୍ପ ପରିଦର୍ଶନ କରିବା ସହିତ ବଡ଼ହବାଳି ସାହି ସରକାରୀ ପ୍ରାଥମିକ ବିଦ୍ୟାଳୟର ନିର୍ମାଣାଧୀନ କାର୍ଯ୍ୟ ମଧ୍ୟ ଅନୁଧ୍ୟାନ କରିଥିଲେ। ପରିଦର୍ଶନ ସମୟରେ ଜିଲ୍ଲାପାଳ ପ୍ରକଳ୍ପର ବର୍ତମାନ ସ୍ଥିତି, କାର୍ଯ୍ୟର ଗୁଣବତା ଓ ନିର୍ଦ୍ଧାରିତ ସମୟସୀମା ସମ୍ପର୍କରେ ଅଧିକାରୀମାନଙ୍କଠାରୁ ସୂଚନା ନେଇଥିଲେ। ନନ୍ଦପାଟଣା ଚନ୍ଦନ ପୋଖରୀର ଉନ୍ନତିକରଣ କାର୍ଯ୍ୟ ମାଧ୍ୟମରେ ସ୍ଥାନୀୟ ଅଂଚଳର ଜଳ ସଂରକ୍ଷଣ ଓ ଭିତିଭୂମି ବିକାଶକୁ ଗୁରୁତ୍ୱ ଦିଆଯାଉଛି। ସେହିପରି ବଡ଼ହବାଳି ସାହି ସରକାରୀ ପ୍ରାଥମିକ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ମଧ୍ୟ ଜିଲ୍ଲାପାଳ ଯାଂଚ କରିଥିଲେ। ବିଦ୍ୟାଳୟ ଭିତିଭୂମିର ଉନ୍ନତି ଦ୍ୱାରା ଛାତ୍ରଛାତ୍ରୀଙ୍କୁ ଉନ୍ନତ ଶିକ୍ଷା ପରିବେଶ ଯୋଗାଇଦେବା ଉପରେ ଗୁରୁତ୍ୱ ଦିଆଯାଇଥିଲା।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ