



ବଲାଙ୍ଗିର, ୧ ଅକ୍ଟୋବର ( ହି.ସ.)- ଲୋଇସିଂହା ବ୍କକ ଅନ୍ତର୍ଗତ କୁଶଙ୍ଗ ଗ୍ରାମରେ ରହିଛି ମା'କୁଶଙ୍ଗାଇଙ୍କ ପ୍ରାଚୀନ ଶକ୍ତିପୀଠ । ଏକାଦଶ ଶତାବ୍ଦୀର ଏହି ଶକ୍ତିପୀଠରେ ଶାରଦୀୟ ପୂଜାପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମନ୍ଦିର ପରିସରରେ ବୁଧବାର ସନ୍ଧ୍ୟାରେ ସେବାୟତ, ମନ୍ଦିର କମିଟୀ, ଗ୍ରାମ୍ୟ କମିଟୀ ତଥା ଭକ୍ତମାନଙ୍କ ଉପସ୍ଥିତିରେ ମା'କୁଶଙ୍ଗାଇଙ୍କ ଷୋହଳ ପୂଜା ମହାସମାରୋହରେ ଅନୁଷ୍ଠିତ ହେବାକୁ ସ୍ଥିରିକୃତ ହୋଇଛି ।
ବିଧି ଅନୁସାରେ, ଏହି ଷୋହଳ ପୂଜା ଆସନ୍ତା ତା' ୩-୧୦-୨୦୨୬ମୂଳାଷ୍ଟମୀ(ପୁଅ ଜିଉଁତିଆ) ଠାରୁ ଆରମ୍ଭ ହୋଇ ମହାଷ୍ଟମୀ ତିଥି(ଭାଇ ଜିଉଁତିଆ) ତା'୧୮-୧୦-୨୦୨୬ ପର୍ଯ୍ୟନ୍ତ ଚାଲିବ । ଏହି ସମୟରେ ଭଜନ, କୀର୍ତନ, ଭାଗବତ ପାଠ ଏବଂ ମହାଳୟା ଦିନ ଠାରୁ ଧବଳମୁଖୀ ବେଶ ସହ ମା'ଙ୍କର ନବଦୁର୍ଗା ବେଶ ଅନୁଷ୍ଠିତ ହେବ । ମହାଷ୍ଟମୀ ତିଥି ରାତିରେ ଏବଂ ପୂର୍ଣ୍ଣମୀ ତିଥି ରାତିରେ ମା'କୁଶଙ୍ଗାଇଙ୍କର ବଏଲ ଯାତ୍ରା ହେବ । ଏବର୍ଷ ଦେବଦତ୍ତ ଦେହେରୀ ପୂଜା କାର୍ଯ୍ୟ ସଂପାଦନ କରିବେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ