ରାଣୀତାଲ ପୌଢ଼ା ଆଶ୍ରମରେ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଅବସରରେ ସଚେତନତା କାର୍ଯ୍ୟକ୍ରମ
ଭଦ୍ରକ, ୧ ଅକ୍ଟୋବର (ହି.ସ.) - ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭଦ୍ରକ ପକ୍ଷରୁ ରାଣୀତାଲ ପୌଢ଼ା ଆଶ୍ରମ ପରିସରରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ଜିଲ୍ଲା ଓ ଦୌରାଜଜ୍ ଲଲାଟେନ୍ଦୁ ଜେନାଙ୍କ ନିର୍ଦ୍ଦେଶକ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର
RANITAL BARISTA NAGARIKA DIVAS


ଭଦ୍ରକ, ୧ ଅକ୍ଟୋବର (ହି.ସ.) - ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭଦ୍ରକ ପକ୍ଷରୁ ରାଣୀତାଲ ପୌଢ଼ା ଆଶ୍ରମ ପରିସରରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ଜିଲ୍ଲା ଓ ଦୌରାଜଜ୍ ଲଲାଟେନ୍ଦୁ ଜେନାଙ୍କ ନିର୍ଦ୍ଦେଶକ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ପୂଣ୍ୟଶ୍ଲୋକ ରଥ ସଭାପତିତ୍ୱ କରିଥିଲେ।କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକଙ୍କ ଅଧିକାର, ମାଗଣା ଆଇନଗତ ସହାୟତା, ସରକାରୀ ଆଇନ ସେବା ଓ ବିଭିନ୍ନ ଆଇନଗତ ବ୍ୟବସ୍ଥା ସମ୍ପର୍କରେ ସଚେତନ କରାଯାଇଥିଲା। ନିଜର ଅଧିକାର ସୁରକ୍ଷା ପାଇଁ ଆଇନର ଆଶ୍ରୟ ନେବା ସହ ଆବଶ୍ୟକ ସମୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସହାୟତା ନେବାକୁ ଉପସ୍ଥିତ ଅତିଥିମାନେ ପରାମର୍ଶ ଦେଇଥିଲେ।ଏହି ଅବସରରେ ଅଧିବକ୍ତା ତଥା ଆଇନଗତ ସହାୟକ ପରାମର୍ଶଦାତା ଡକ୍ଟର ତାପସ କୁମାର ମହାନ୍ତି ଆଇନଗତ ସହାୟତା ସମ୍ପର୍କରେ ଆଲୋଚନା କରିଥିଲେ। ମା’ ବିରଜା ପୌଢ଼ ଭବନର ସଭାପତି ଜଗତ ଜୀବନ ପଣ୍ଡା, ଦିଶାର ସଦସ୍ୟ ରୋଟାରିଆନ୍ ଶିଶିର କୁମାର ମିଶ୍ର, ଅଧ୍ୟକ୍ଷ,ଜୟନ୍ତ ସେନାପତି, ସଦସ୍ୟ ରମେଶ ଚନ୍ଦ୍ର ପାଣିଗ୍ରାହୀ, ସରପଂଚ ତିଲୋତମା ମହାପାତ୍ର, ସକ୍ରିୟ ସଦସ୍ୟ ପଦ୍ମଲୋଚନ ପଣ୍ଡା, ବିଜୟ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ। ପୌଢ଼ା ଆଶ୍ରମର ଅନ୍ତେବାସୀମାନେ କାର୍ଯ୍ୟକ୍ରମରେ ଯୋଗଦେଇ ଆଇନଗତ ସହାୟତା ଓ ନିଜ ଅଧିକାର ସମ୍ପର୍କରେ ସୂଚନା ଗ୍ରହଣ କରିଥିଲେ। ଆଇନ ସମ୍ପର୍କରେ ସଚେତନତା ବୃଦ୍ଧି ଦ୍ୱାରା ବରିଷ୍ଠ ନାଗରିକମାନେ ନିଜର ଅଧିକାର ସୁରକ୍ଷା ସହ ନ୍ୟାୟ ପାଇବାରେ ସହାୟତା ପାଇପାରିବେ ବୋଲି ପ୍ରମୁଖ ବକ୍ତା ମାନେ ମତପ୍ରକାଶ କରିଥିଲେ।କାର୍ଯ୍ୟକ୍ରମ କୁ ଆଇନ ସେବା ପ୍ରାଧିକରଣର କର୍ମୀ ମାନେ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ପରିଶେଷରେ ସଦସ୍ୟ ଶ୍ରୀ ମହାପାତ୍ର ଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇଥିଲାହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande