ସମାଜସେବୀକା ସାବିତ୍ରୀ ନାୟକଙ୍କ ପରଲୋକ
ଭଦ୍ରକ, ୧ ଅକ୍ଟୋବର (ହି.ସ.) - ଏହି ଜିଲାର ବନ୍ତ ଅଚଂଳର ବିଶିଷ୍ଟ ସମାଜସେବିକା ତଥା ନାଟ୍ୟକାର ଡ. ସୁଧାଂଶୁ ଶେଖର ନାୟକଙ୍କ ମା ସାବିତ୍ରୀ ନାୟକ(୮୫)ଙ୍କ ଆଜି ଭୋର ସମୟରେ କଟକ ଠାରେ ପରଲୋକ ଘଟିଛି । ସେ ଶାରିରୀକ ଅସୁସ୍ଥତା ହେତୁ ଘରୋଇ ଚକିତ୍ସାରେ ଥିବା ବେଳେ ମୃତ୍ୟୁ ବରଣ କରିଥିଲେ । ମୃତ୍ୟୁଶଯ୍ୟା
SABITRI NAYAK FILE PHOTO (2)


ଭଦ୍ରକ, ୧ ଅକ୍ଟୋବର (ହି.ସ.) - ଏହି ଜିଲାର ବନ୍ତ ଅଚଂଳର ବିଶିଷ୍ଟ ସମାଜସେବିକା ତଥା ନାଟ୍ୟକାର ଡ. ସୁଧାଂଶୁ ଶେଖର ନାୟକଙ୍କ ମା ସାବିତ୍ରୀ ନାୟକ(୮୫)ଙ୍କ ଆଜି ଭୋର ସମୟରେ କଟକ ଠାରେ ପରଲୋକ ଘଟିଛି । ସେ ଶାରିରୀକ ଅସୁସ୍ଥତା ହେତୁ ଘରୋଇ ଚକିତ୍ସାରେ ଥିବା ବେଳେ ମୃତ୍ୟୁ ବରଣ କରିଥିଲେ । ମୃତ୍ୟୁଶଯ୍ୟା ନିକଟରେ ପୁତ୍ର ଅମରେଶ , ସରେଶ ନାୟକ, ଉମେଶ ନାୟକ, ଝିଅ ମମତା ନାୟକ, କଳ୍ପନା ନାୟକ, ବହୂ ରେବତୀ ନାୟକ, ସରିତା ନାୟକ, ପ୍ରେମଲତା ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ତାଙ୍କ ମରଶରୀର ବନ୍ତ ଠାରେ ପହଚିଂବା ପରେ ଏକ ଶୋଭାଯାତ୍ରାରେ ଗଭରପୁରସ୍ଥିତ ବାସ ଭବନକୁ ଅଣାଯାଇଥିଲା । ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ,ସନ୍ତୋଷ ନାୟକ, କେନ୍ଦୁଆପଦା ସରପଚଂ ଇଂ.ପ୍ରମୋଦ ଜେନା, ତୋଡଗାଁ ସରପଚଂ ମାନସ ପହି, ବିଜେପି ମହତାବ ମଣ୍ଡଳ ସଭାପତି ଅମୂଲ୍ୟ ରତ୍ନ ନନ୍ଦ, ପୂର୍ବତନ ସରପଚଂ କୃପାସିନ୍ଧୁ ସେଠୀ, ମନୋଜ ବିଶ୍ୱାଳ, କମଳାକାନ୍ତ ସାହୁ, ଶିକ୍ଷାବିତ ସୁଭେନ୍ଦ୍ର କୁମାର ମିଶ୍ର, ସୁଧିର ନାୟକ, ବନ୍ତ ସମିତିସଭ୍ୟ ପରମେଶ୍ୱର ବାରିକ,ସାମ୍ବାଦିକ ହେମନ୍ତ ସିଂହ, ପ୍ରଣବ ଲେଙ୍କା, ବାଦଲ ମଜମୁଦାର, ମଦମ ମୋହନ ଦାଶ, ପୂର୍ବତନ ସମିତିସଭ୍ୟ ବସନ୍ତ ନାୟକ, କୁନା ସାହୁ, ରବିନ୍ଦ୍ର ସେଠୀ, ହେମନ୍ତ ମଳିକ ପ୍ରମୁଖ ସାବିତ୍ରୀଙ୍କ ମର ଶରୀରରେ ଶ୍ରଦ୍ଧା ସୁମନ ଅର୍ପଣ କରି ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ପରେ ତାଙ୍କୁ ନିଜ ବାଡିରେ ଦାହ କରାଯାଇଥିବା ବେଳେ ରମେଶ ନାୟକ ମୁଖାଗ୍ନି ଦେଇଥିଲେ । ସ୍ୱର୍ଗତା ନାୟକ ଜଣେ ମିଷ୍ଠଭାଷୀ ପରୋପକାରୀ ସମାଜସେବୀ ଭାବେ ବେଶ ଜନାଦୃତ ଥିଲେ । ତାଙ୍କ ମୃତ୍ୟୁରେ ସଂପୃକ୍ତ ଅଚଂଳରେ ଶୋକର ଛାୟା ଖେଳିଯାଇଛି । ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande